Indus Valley Times

ଭିଜିଲାନ୍ସ ଜାଲରେ ଜେଣ୍ଡର କୋ-ଅର୍ଡିନେଟର, ୩୧ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ

 Breaking News

ଭିଜିଲାନ୍ସ ଜାଲରେ ଜେଣ୍ଡର କୋ-ଅର୍ଡିନେଟର, ୩୧ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ

July 21
16:35 2023

ବଲାଙ୍ଗିର,୨୧/୭: ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ବଲାଙ୍ଗିର ଡିପିସି ଅଫିସର ଜେଣ୍ଡର କୋଅର୍ଡିନେଟର ପୁଷ୍ପାଙ୍ଗିନୀ ଯୋଶୀ। ୩୧ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଭିଜିଲାନ୍ସ ପୁଷ୍ପାଙ୍ଗିନୀ ଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଛି।
ପାଟଣାଗଡ଼ ବ୍ଲକ ସୋଲବନ୍ଧ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ମିତ୍ରଭାନୁ ମାଝୀ ତାଙ୍କର ବକେୟା ବିଲ୍ ଆଡ଼ଜଷ୍ଟମେଣ୍ଟ ଓ ଏନଓସି ସାର୍ଟିଫିକେଟ ପାଇଁ ଡିପିସି ଅଫିସ ଆସିଥିଲେ। ସେଠାରେ ଦାୟିତ୍ୱରେ ଜେଣ୍ଡର କୋଅଡିନେଟର ପୁଷ୍ପାଙ୍ଗିନୀଙ୍କ ପାଖକୁ ଯାଇ ନିଜର ବିଲ୍ କରିଦେବା ପାଇଁ କହିଥିଲେ। ପୁଷ୍ପାଙ୍ଗିନୀ ମଧ୍ୟ ବିଲ୍ କରିଦେବେ ବୋଲି ହଁ ମାରିଥିଲେ। ହେଲେ କାମ କରୁ ନଥିଲେ। ଆଜି ହୋଇଯିବ କାଲି ହୋଇଯିବ ବୋଲି ପୁଷ୍ପାଙ୍ଗିନୀ ଦିନ ଗଡ଼ାଉଥିଲେ।
ପରେ ପୁଷ୍ପାଙ୍ଗିନୀ ମିତ୍ରଭାନୁଙ୍କୁ ବିଲ୍ କରିବା ପାଇଁ ୩୧ ହଜାର ଟଙ୍କା ମାଗିଥିଲେ। ଏନେଇ ମିତ୍ରଭାନୁ ଭିଜିଲାନ୍ସଙ୍କୁ ଅବଗତ କରାଇଥିଲେ। ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ଅଧିକାରୀ ଅଫିସରେ ଛକି ରହିଥିଲେ। ପୁଷ୍ପାଙ୍ଗିନୀ ଆଜି ଅଫିସରେ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଭିଜିଲାନ୍ସ ପୁଷ୍ପାଙ୍ଗିନୀ ଠାରୁ ରଙ୍ଗବୋଳା ଟଙ୍କା ଜବତ କରିବା ସହ ଗିରଫ କରିଥିଲା।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031