Indus Valley Times

ଭିଜିଲାନ୍ସ ଜାଲରେ ଟ୍ରାଫିକ ଇନସପେକ୍ଟର;ମିଳିଲା ୨୫ ଲକ୍ଷ!

 Breaking News

ଭିଜିଲାନ୍ସ ଜାଲରେ ଟ୍ରାଫିକ ଇନସପେକ୍ଟର;ମିଳିଲା ୨୫ ଲକ୍ଷ!

ଭିଜିଲାନ୍ସ ଜାଲରେ ଟ୍ରାଫିକ ଇନସପେକ୍ଟର;ମିଳିଲା ୨୫ ଲକ୍ଷ!
January 12
17:25 2024

ଭୁବନେଶ୍ୱର,୧୨/୧: ଭିଜିଲାନ୍ସ ଜାଲରେ କୁବେର ଟ୍ରାଫିକ ଇନ୍ସପେକ୍ଟର । ତାଳଚେରର ଟ୍ରାଫିକ ଇନ୍ସପେକ୍ଟର ଜିତେନ୍ଦ୍ର କୁମାର ବେହେରାଙ୍କ ଗାଡିରୁ ୧୧ ଲକ୍ଷ ୧୫ ହଜାର ୪୭୦ ଟଙ୍କା ଜବତ କରିଛି ଭିଜିଲାନ୍ସ ବିଭାଗ । କାରରେ ତାଳଚେରରୁ ଅସ୍ତରଙ୍ଗ ଯିବା ବେଳେ ବାଲିଅନ୍ତା ତ୍ରିନାଥ ବଜାର ନିକଟରେ ଟ୍ରାଫିକ ଇନ୍ସପେକ୍ଟରଙ୍କୁ ଅଟକାଇଥିଲେ ଭିଜିଲାନ୍ସ ଅଧିକାରୀ ।
ଆଉ ତାଙ୍କ ଗାଡିରୁ ମିଳିଥିବା ନଗଦ ୧୧ ଲକ୍ଷରୁ ଅଧିକ ଟଙ୍କା କେଉଁଠୁ ଆଣିଲେ, ଟଙ୍କା କାହାର, ଟଙ୍କା ନେଇ ସେ କେଉଁଠିକୁ ଯାଉଛନ୍ତି, ତାହାର କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ।
ଏହାପରେ ତାଳଚେରରେ ଥିବା ଭଡା ଘର ଓ ଅସ୍ତରଙ୍ଗରେ ଥିବା ବାସଭବନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ଚାଲିଛି । ଚଢ଼ାଉ ବେଳେ ତାଳଚେର ସ୍ଥିତ ଭଡା ଘରୁ ନଗଦ ୩ ଲକ୍ଷ ୮ହଜାର ୭୫୦ ଟଙ୍କା ସହ ୩୩୬ ଗ୍ରାମ ସୁନା ଜବତ ହୋଇଛି । ସେହିପରି ଅସ୍ତରଙ୍ଗରେ ଥିବା ଜିତେନ୍ଦ୍ର କୁମାର ବେହେରାଙ୍କ ବାସଭବନରୁ ନଗଦ ୧୦ ଲକ୍ଷ ଟଙ୍କା ଜବତ କରାଯାଇଛି ।
ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସ ଚଢଉରୁ ନଗଦ ୨୪ ଲକ୍ଷ ୨୪ ହଜାର ଟଙ୍କା ଓ ବିପୁଳ ସୁନା ଅଳଙ୍କାର ଜବତ ହୋଇଛି । ଏବେ ଜିତେନ୍ଦ୍ରଙ୍କ ସଂପର୍କୀୟଙ୍କ ଘରେ ମଧ୍ୟ ଭିଜିଲାନ୍ସ ଚଢାଉ କରୁଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031