Indus Valley Times

ଭିଜିଲାନ୍ସ ଜାଲରେ ଧରାପଡିବା ପରେ ପଦାକୁ ଆସିଲା ଆଇଏଫଏସ୍ ଅଫିସରଙ୍କ କୋଟି କୋଟି ସମ୍ପତ୍ତିର ରହସ୍ୟ

 Breaking News

ଭିଜିଲାନ୍ସ ଜାଲରେ ଧରାପଡିବା ପରେ ପଦାକୁ ଆସିଲା ଆଇଏଫଏସ୍ ଅଫିସରଙ୍କ କୋଟି କୋଟି ସମ୍ପତ୍ତିର ରହସ୍ୟ

ଭିଜିଲାନ୍ସ ଜାଲରେ ଧରାପଡିବା ପରେ ପଦାକୁ ଆସିଲା ଆଇଏଫଏସ୍ ଅଫିସରଙ୍କ କୋଟି କୋଟି ସମ୍ପତ୍ତିର ରହସ୍ୟ
November 25
21:39 2020

ଭୁବନେଶ୍ୱର ୨୫/୧୧ : ଭିଜିଲାନ୍ସ ହାତରେ ଧରାପଡିବା ପରେ ଆଇଏଫଏସ୍ ଅଫିସରଙ୍କର କୋଟି କୋଟି ସମ୍ପତ୍ତିର ପରଫାସ୍ ହୋଇଛି । ଯାହାକି ଆଇଏଫଏସ୍ ଅଫିସରଙ୍କ ସମ୍ପତ୍ତି ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଭିଜିଲାନ୍ସ ଟିମ୍। ଆୟା ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଅତିରିକ୍ତ ପିସିସିଏଫ୍ ଅଭୟକାନ୍ତ ପାଠକଙ୍କ ଘରେ ବୁଧବାର ଦିନ ଚଢ଼ାଉ କରିଛି ଭିଜିଲାନ୍ସ। ଭୁବନେଶ୍ବରର ୫ଟି ଏବଂ ମୁମ୍ବାଇ ଓ ପୁଣେର ୭ ଠିକଣାରେ ରେଡ୍ ହୋଇଛି । ଏହି ରେଡରେ ଭିଜିଲାନ୍ସର ୧୫୦ ଅଫିସର ସାମିଲ ହୋଇଛନ୍ତି। ୧୯୮୭ ବ୍ୟାଚର ଏହି ଆଇଏଫଏସ୍ ଅଫିସର କିଭଳି କୋଟି କୋଟି ଟଙ୍କାର ମାଲିକ ହୋଇଛନ୍ତି ତା’ର ଖୋଳତାଡ଼ କରୁଛି ଭିଜିଲାନ୍ସ।
ଚଢ଼ାଉବେଳେ ଭିଜିଲାନ୍ସ ଟିମ୍ ହାତରେ ଲାଗିଛି ଅଭୟକାନ୍ତ ବ୍ୟବହାର କରୁଥିବା ଦାମୀ ଓ ସୌଖୀନ୍ କାର୍ ସହିତ ରାଜମହଲ ଭଳି ଏକାଧିକ ଫ୍ଲାଟ୍ । ମୁମ୍ବାଇ ଓ ପୁନେରେ ଆଲିଶାନ୍ ବଙ୍ଗଳା ସାଙ୍ଗକୁ ଫାର୍ମ ହାଉସ। ରୟାଲ ଲାଇଫ୍ ଷ୍ଟାଇଲ୍। ଏତତ୍‌ଭିନ୍ନ ୨୦ ଥର ଚାର୍ଟର ଫ୍ଲାଇଟରେ ଯିବା ଆସିବା। ସବୁ ବେଳେ ଆକାଶରେ ଉଡ଼ୁଥିବା ଅତିରିକ୍ତ ପିସିସିଏଫ୍ ଅଭୟକାନ୍ତ ପାଠକଙ୍କ ଅମାପ ସମ୍ପତ୍ତି ଦେଖି ଆଶ୍ଚର‌୍ୟ୍ୟ ଭିଜିଲାନ୍ସ ଟିମ୍। ଅଭୟଙ୍କ ଘର ସମେତ ଭୁବନେଶ୍ବରରେ ୫ ଏବଂ ମୁମ୍ବାଇ ଓ ପୁନେର ୭ ଠିକଣାରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍। ଏହି ଚଢ଼ଉରେ ସାମିଲ ହୋଇଥିଲେ ଭିଜିଲାନ୍ସର ୧୫୦ ଅଫିସର।
ରାଜଧାନୀ ଭୁବନେଶ୍ବରରେ ୮ହଜାର ସ୍କୋୟାରଫୁଟର ଏକ ବିଶାଳ କୋଠା। ଯେଉଁଥିରେ ଚଟାଣରୁ କାନ୍ଥ ସବୁଠି ଦେଖିବାକୁ ମିଳିଛି ଚାକଚାକ୍ୟର ଝଲକ୍। ଇଟାଲିଆନ୍ ମାର୍ବଲ ଠାରୁ ଆରମ୍ଭ କରି ଘରେ ଖଞ୍ଜା ହୋଇଛି ବିଭିନ୍ନ ନାମୀ ଦାମୀ କମ୍ପାନୀର ସରଞ୍ଜାମ। କେବଳ ରାଜଧାନୀ ଭୁବନେଶ୍ବରରେ ନୁହେଁ ବରଂ ଦେଶର ବିଭିନ୍ନ ସ୍ଥାନରେ ତଥା ମୁମ୍ବାଇ, ପୁନେରେ ଭଳି ସ୍ଥାନରେ ଅଭୟକାନ୍ତଙ୍କର ଏକାଧିକ ଫ୍ଲାଟ୍ ଓ ଫାର୍ମ ହାଉସ ରହିଛି ।
କରୋନା ଲକଡାଉନ୍ ସମୟରେ ୨୦ଥର ଚାର୍ଟର ଫ୍ଲାଇଟରେ ଭୁବନେଶ୍ବରରୁ ପୁନେ, ମୁମ୍ବାଇ, ପାଟଣା, ଉଦୟପୁର ଭଳି ସ୍ଥାନକୁ ଯିବାଆସିବା କରିଛନ୍ତି । ଗୋଟିଏ ଥର ଚାର୍ଟର ଫ୍ଲାଇଟ୍ ବ୍ୟବହାର ପାଇଁ ୧୫ରୁ ୨୦ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିଲେ ଏହି ଆଇଏଫଏସ୍ ଅଫିସର । ଭୁବନେଶ୍ବରରେ ଏତେବଡ଼ ଘର କରିଥିଲେ ମଧ୍ୟ ସମସ୍ତଙ୍କ ନଜରରୁ ବର୍ତ୍ତିବା ଲାଗି ସରକାରୀ କ୍ବାର୍ଟରରେ ରହୁଥିଲେ ଅତିରିକ୍ତ ପିସିସିଏଫ୍ ଅଭୟକାନ୍ତ ପାଠକ।
ଲକଡାଉନ ବେଳେ ପୁଅ ବାହାଘର କରିଥିବା ଅଭୟକାନ୍ତ ୭ଦିନ ଧରି ଭୋଜିର ଆୟୋଜନ କରିଥିଲେ। ଚାର୍ଟର ଫ୍ଲାଇଟ୍, ଏକାଧିକ ବଳାସପୂର୍ଣ୍ଣ କାର ସହ ବଡିଗାର୍ଡ଼ ରଖିଥିବା ଏହି ଆଇଏଫ୍ଏସ୍ ଅଧିକାରୀଙ୍କ ସମ୍ପର୍କରେ କେନ୍ଦ୍ରୀୟ ସଂସ୍ଥା ସୂଚନା ଦେବା ପରେ ଭିଜିଲାନ୍ସର ଟିମ୍ ବାବୁଙ୍କ ୧୨ଟି ଠିକଣା ଉପରେ ଚଢ଼ାଉ କରିଛି। ଅଭୟଙ୍କ ଘରୁ ୫ଲକ୍ଷ ଟଙ୍କାର ନଗଦ କ୍ୟାସ୍ ମିଳିଥିବା ବେଳେ ତାଙ୍କ ପୁତୁରାଙ୍କ ପାଖରୁ ୫୦ ଲକ୍ଷରୁ ଅଧିକ ଟଙ୍କା ଜଣାପଡ଼ିଛି। ଅତିରିକ୍ତ ପିସିସିଏଫ୍ ଅଭୟକାନ୍ତ ପାଠକ କେତେ କୋଟି ଓ କେତେ କୋଠିର ମାଲିକ ତା’ର ଖୋଳତାଡ଼ ଚଳାଇଛି ଭିଜିଲାନ୍ସ ଟିମ୍।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031