Indus Valley Times

ଭିଜିଲାନ୍ସ ଜାଲରେ ପୂର୍ବତନ ସରପଞ୍ଚ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍

 Breaking News

ଭିଜିଲାନ୍ସ ଜାଲରେ ପୂର୍ବତନ ସରପଞ୍ଚ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍

ଭିଜିଲାନ୍ସ ଜାଲରେ ପୂର୍ବତନ ସରପଞ୍ଚ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍
August 22
12:26 2023

କଟକ,୨୨/୮ : ସରକାରୀ ଅର୍ଥ ହଡ଼ପ କରିଥିବା ଅଭିଯୋଗ ହେବା ପରେ ପୂର୍ବତନ ସରପଞ୍ଚଙ୍କ ଘରେ ପଶିଲା ଭିଜିଲାନ୍ସ। ଭିଜିଲାନ୍ସ ଟିମ୍ ପୂର୍ବତନ ସରପଞ୍ଚଙ୍କ ଘର ସମେତ ଏକକାଳୀନ ୩ଟି ସ୍ଥାନରେ ଚଢ଼ାଉ କରୁଛି। ଏହି ସରପଞ୍ଚଜଣକ ହେଲେ କଟକ ଜିଲ୍ଲା ଡମପଡା ବ୍ଲକ ଦୁଲଣାପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁନୀଲ କୁମାର ସାହୁ ।
ମନେରେଗା ଯୋଜନା ସମେତ କୋଭିଡ ସମୟରେ ଆସିଥିବା ଅର୍ଥ ତଥା ଆହୁରି ବହୁ ଯୋଜନାର ଅର୍ଥକୁ ସୁନିଲ କୁମାର ହଡ଼ପ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ପୂର୍ବରୁ ଲୋକାଯୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଥିବା ବେଳେ ଲୋକାୟୁକ୍ତ ଏହାର ତଦନ୍ତ ଭାର ଭିଜିଲାନ୍ସକୁ ଦେଇଥିଲେ।
ଭିଜିଲାନ୍ସ ପୂର୍ବରୁ ପଞ୍ଚାୟତର ବିଭିନ୍ନ କାମର ତଦନ୍ତବେଳେ ଆଜି ଭୋରୁ ତାଙ୍କ ଘରେ ପଶିଛି। ଆଜି ଏକକାଳୀନ ଭିଜିଲାନ୍ସ ସୁନୀଲଙ୍କ ଘର ସମେତ ତାଙ୍କ ଶ୍ୱଶୁର ଘର ଓ ପେଟ୍ରୋଲ ଟାଙ୍କିରେ ବି ଚଢ଼ାଉ ହୋଇଛି।
ଚଢ଼ାଉ ସମୟରେ ସୁନୀଲଙ୍କ ଘରୁ ବହୁ ସୁନା, ଗହଣା ତଥା ବିଭିନ୍ନ ବଣ୍ଡ ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ଜଣାଯାଇଛି।
ସରକାରଙ୍କ ଅର୍ଥ ହଡ଼ପ କରି ସୁନୀଲ ତାହାକୁ ଚଳୁ କରିଥିବା ଅଭିଯୋଗ ହୋଇଥିଲା। ସେ ପଞ୍ଚାୟତରେ ଅନେକ ଫଲ୍ସ ବିଲ କରି ଅର୍ଥ ହଡପ କରିଥିବା ପୂର୍ବରୁ ଅଭିଯୋଗ ହୋଇଥିଲା । ଏନେଇ ସୁନୀଲଙ୍କ ପ୍ରତିକ୍ରିୟା ମିଳିପାରିନି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031