Indus Valley Times

ଭିଜିଲାନ୍ସ ଜାଲରେ ବାଲେଶ୍ବର ଯୋଗାଣ ବିଭାଗର ଆଣ୍ଟି ସ୍ମଗଲିଙ୍ଗ ଗାର୍ଡ, ଏକକାଳୀନ ୫ଟି ସ୍ଥାନରେ ରେଡ୍

 Breaking News

ଭିଜିଲାନ୍ସ ଜାଲରେ ବାଲେଶ୍ବର ଯୋଗାଣ ବିଭାଗର ଆଣ୍ଟି ସ୍ମଗଲିଙ୍ଗ ଗାର୍ଡ, ଏକକାଳୀନ ୫ଟି ସ୍ଥାନରେ ରେଡ୍

ଭିଜିଲାନ୍ସ ଜାଲରେ ବାଲେଶ୍ବର ଯୋଗାଣ ବିଭାଗର ଆଣ୍ଟି ସ୍ମଗଲିଙ୍ଗ ଗାର୍ଡ, ଏକକାଳୀନ ୫ଟି ସ୍ଥାନରେ ରେଡ୍
June 24
12:34 2022

ଜଳେଶ୍ୱର, ୨୪/୬: ଭିଜିଲାନ୍ସ ପଞ୍ଝାରେ ପଡ଼ିଲେ ଆଣ୍ଟି ସ୍ମଗଲିଙ୍ଗ ଗାର୍ଡ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳେ ବାଲେଶ୍ୱର ଭିଜିଲାନ୍ସ ପକ୍ଷରୁ ଜଳେଶ୍ୱରସ୍ଥିତ ଏଫସିଆଇର ଆଣ୍ଟି ସ୍ମଗଲିଙ୍ଗ ଗାର୍ଡ ଜନାର୍ଦ୍ଦନ ପଳେଇଙ୍କ ଘରେ ରେଡ ହୋଇଛି।
ଜନାର୍ଦ୍ଦନ ପଳେଇଙ୍କ ଜଳେଶ୍ୱରସ୍ଥିତ ବାସଭବନ, ନୂଆବଜାରସ୍ଥିତ କାର୍ଯ୍ୟାଳୟ, ନୂଆବଜାରସ୍ଥିତ ଚନ୍ଦନ ଢାବା, ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ପୈତୃକ ବାସଭବନ, ସମ୍ପର୍କୀୟଙ୍କ ଘର ସମେତ ରାଜ୍ୟର ୫ଟି ସ୍ଥାନରେ ଚଢ଼ାଉ ଜାରି ରହିଛି । ବିଭିନ୍ନ ବ୍ୟାଙ୍କରେ ଥିବା ତାଙ୍କ ପାସବୁକ୍, ଜମି ପଟ୍ଟା ଆଦିର ଯାଞ୍ଚ ଚାଲିଛି।
ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଥିବା ଚଢ଼ାଉରେ ୪ ଡିଏସ୍ପି, ୫ ଇନ୍ସପେକ୍ଟର ସାମିଲ ହୋଇଛନ୍ତି। ଆଣ୍ଟି ସ୍ମଗଲିଙ୍ଗ ଗାର୍ଡ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ହୋଇଥିବା ବେଳେ ତାଙ୍କର ବିଭିନ୍ନ ସ୍ଥାନରେ ଥିବା ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀଙ୍କ ଆଖି ଖୋସି ହୋଇଯାଇଛି। ଚଢ଼ାଉ ଚାଲିଥିବାରୁ ଜବତ ସମ୍ପତ୍ତିର ଆକଳନ କରାଯାଇପାରିନି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031