Indus Valley Times

ଭିଜିଲାନ୍ସ ଜାଲରେ ଯୋଗାଣ ଅଧିକାରୀ, ଏକାସାଙ୍ଗେ ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ

 Breaking News

ଭିଜିଲାନ୍ସ ଜାଲରେ ଯୋଗାଣ ଅଧିକାରୀ, ଏକାସାଙ୍ଗେ ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ

ଭିଜିଲାନ୍ସ ଜାଲରେ ଯୋଗାଣ ଅଧିକାରୀ, ଏକାସାଙ୍ଗେ ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ
November 20
11:39 2024

ଭୁବନେଶ୍ୱର, ୨୦/୧୧: ପୁଣି ଜଣେ ସରକାରୀ ବାବୁଙ୍କ ଘରେ ଭିଜିଲାନ୍ସର ରେଡ। ଭିଜିଲାନ୍ସ ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲା ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ ସୁରେଶ ପାଣିଗ୍ରାହୀଙ୍କ ଘରେ ଚଢାଉ ଚାଲିଛି।
ସୂଚନାନୁଯାୟୀ ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ବିଭାଗ। ଏକକାଳୀନ ଭାବେ ୧୦ଟିରୁ ଅଧିକା ସ୍ଥାନରେ ଭିଜିଲାନ୍ସ ବିଭାଗର ଚଢ଼ାଉ ଚାଲିଛି। ଏହି ସ୍ଥାନ ଗୁଡିକ ମଧ୍ୟରେ ତାଙ୍କର ସୁବର୍ଣ୍ଣପୁର ସ୍ଥିତ ଭଡ଼ା ଘର ଓ ଅଫିସ ସମେତ ବଲାଙ୍ଗୀର ସ୍ଥିତ ବାସଭବନ, ପଟିଆ ସ୍ଥିତ ଭଡାଘର, ପୈତୃକ ଘର, ବରଗଡ଼ ଓ ବଲାଙ୍ଗୀର ସ୍ଥିତ ସମ୍ପର୍କୀୟଙ୍କର ଘର ରହିଛି।
ଚଢ଼ାଉ କାର୍ଯ୍ୟରେ ଦୁଇ ଜଣ ଅତିରିକ୍ତ ଏସପି, ତିନି ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର ଓ ଅନ୍ୟାନ୍ୟ ଅଧିକାରୀ ମାନେ ସାମିଲ ହୋଇଛନ୍ତି। ତେବେ କେତେ ପରିମାଣର ଆୟ ବହିର୍ଭୁତ ସମ୍ପତି ଅଧିକାରୀଙ୍କ ପାଖରେ ରହିଛି ସେ ସମ୍ପର୍କରେ ତଥ୍ୟ ମିଳିନାହିଁ। ଚଢ଼ାଉ ଶେଷ ହେଲେ ସବିଶେଷ ତଥ୍ୟ ଉନ୍ମୋଚନ କରିବ ଭିଜିଲାନ୍ସ ବିଭାଗ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031