Indus Valley Times

ଭିଜିଲାନ୍ସ ଜାଲରେ ସୋର ତହସିଲଦାର: ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ

 Breaking News

ଭିଜିଲାନ୍ସ ଜାଲରେ ସୋର ତହସିଲଦାର: ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ

ଭିଜିଲାନ୍ସ ଜାଲରେ ସୋର ତହସିଲଦାର: ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ
February 19
19:10 2026

ବାଲେଶ୍ୱର, ୧୯/୨ : ଏକ ପଥର ବୋଝେଇ ଟ୍ରକ୍ ମାଲିକଙ୍କଠାରୁ ୪୦,୦୦୦ ଟଙ୍କା ଲାଞ୍ଚ ଦାବି କରି ଭିଜିଲାନ୍ସ ଜାଲରେ ଫସିଗଲେ ତହସିଲଦାର। ଓଡ଼ିଶା ଭିଜିଲାନ୍ସ ଏକ ବଡ଼ ଧରଣର କାର‌୍ୟ୍ୟାନୁଷ୍ଠାନ ସ୍ୱରୂପ ବାଲେଶ୍ୱର ଜିଲା ସୋର ତହସିଲଦାରଙ୍କୁ ଗିରଫ କରିଛି। ଜବତ ହୋଇଥିବା ପଥର ବୋଝେଇ ଟ୍ରକ୍ ଛାଡ଼ିବା ପାଇଁ ଲାଞ୍ଚ ନେଉଥିବା ବେଳେ ସେ ଧରାପଡ଼ିଛନ୍ତି।
ସୂଚନା ମୁତାବିକ, (ଆଜି) ଗୁରୁବାର ଅପରାହ୍ନରେ ସୋର ତହସିଲଦାର ଦୈତାରୀ ମଲ୍ଲିକ ଏବଂ ତାଙ୍କ ସହଯୋଗୀ ଦୟାନିଧି ଜେନାଙ୍କୁ ଭିଜିଲାନ୍ସ ଟିମ୍ କାବୁ କରିଛି। ଜଣେ ଟ୍ରକ୍ ମାଲିକଙ୍କ ଠାରୁ ୪୦,୦୦୦ ଟଙ୍କା ଲାଞ୍ଚ ଦାବି କରୁଥିବା ସମୟରେ ଏହି ଚଢ଼ାଉ କରାଯାଇଥିଲା ତହସିଲଦାର ମଲ୍ଲିକ ଗତ ୧୧ ଫେବୃଆରୀରୁ ପଥର ବୋଝେଇ ୫ଟି ଟ୍ରକକୁ ଅଟକ ରଖିଥିଲେ।
ଏହି ଟ୍ରକ୍‌ଗୁଡ଼ିକୁ ଖଣି ବିଭାଗକୁ ହସ୍ତାନ୍ତର ନ କରିବା ଏବଂ ମୋଟା ଅଙ୍କର ଜୋରିମାନାରୁ ବଞ୍ଚାଇବା ପାଇଁ ସେ ୧ ଲକ୍ଷ ଟଙ୍କା ଲାଞ୍ଚ ଦାବି କରିଥିଲେ। ଟ୍ରକ୍ ମାଲିକ ଏତେ ଟଙ୍କା ଦେବାକୁ ଅସମର୍ଥ ପ୍ରକାଶ କରିବାରୁ, ମୂଲଚାଲ ପରେଏହା ୪୦,୦୦୦ ଟଙ୍କାକୁ କମାଯାଇଥିଲା।
ଏ ନେଇ ଟ୍ରକ୍ ମାଲିକ ଭିଜିଲାନ୍ସକୁ ସୂଚନା ଦେଇଥିଲେ। ତେବେ ତହସିଲଦାର ନିଜ ସହଯୋଗୀଙ୍କ ଜରିଆରେ ଲାଞ୍ଚ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଉଭୟଙ୍କୁ ଧରିଥିଲା।
ଉଭୟଙ୍କ ନିକଟରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି। ଗିରଫ ପରେ ତହସିଲଦାର ଦୈତାରୀ ମଲ୍ଲିକଙ୍କ ସମ୍ପତ୍ତିର ଯାଞ୍ଚ ପାଇଁ ୩ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରାଯାଉଛି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930