Indus Valley Times

ଭିଜିଲାନ୍ସ ପଞ୍ଝାରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଚଢାଉ ବେଳେ ଘରୁ ମିଳିଲା ପୁଳା ପୁଳା ଟଙ୍କା

 Breaking News

ଭିଜିଲାନ୍ସ ପଞ୍ଝାରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଚଢାଉ ବେଳେ ଘରୁ ମିଳିଲା ପୁଳା ପୁଳା ଟଙ୍କା

ଭିଜିଲାନ୍ସ ପଞ୍ଝାରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଚଢାଉ ବେଳେ ଘରୁ ମିଳିଲା ପୁଳା ପୁଳା ଟଙ୍କା
April 12
09:53 2025

ମାଲକାନଗିରି , ୧୨/୪ : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ସହକାରୀ ଯନ୍ତ୍ରୀ ପବିତ୍ର ମୋହନ ପାଣିଗ୍ରାହୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଗତକାଲି ସନ୍ଧ୍ୟାରେ ନିଜର ୱାଗନର କାରରେ ନଗଦ ଟଙ୍କା ନେଇ ଯାଉଥିବା ବେଳେ ଭିଜିଲାନ୍ସ ମାଡ଼ି ବସିଥିଲା।
ମାଲକାନଗିରି ଦୁର୍ନୀତି ନିବାରଣ ବିଭାଗର ଡିଏସପି ସଦାନନ୍ଦ ପାଣିଗ୍ରାହୀଙ୍କ ନେତୃତ୍ୱରେ କୋରାପୁଟ ଡିଭିଜନ ଏବଂ ମାଲକାନଗିରି ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା।
ଵିଶେଷ ସୁତ୍ରରୁ ଭିଜିଲାନ୍ସ ଡିଏସପି ଖବର ପାଇଥିଲେ ଯେ ନଗଦ ଟଙ୍କା ନେଇ ସହକାରୀ ଯନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ନିଜ କାରରେ ଯାଉଛନ୍ତି। ଗୋବିନ୍ଦପାଲ୍ଲୀ ଛକ ନିକଟରେ ଭିଜିଲାନ୍ସ କର୍ମକର୍ତ୍ତା ଶ୍ରୀ ପାଣିଗ୍ରାହୀଙ୍କ କାରକୁ ଅଟକାଇ ଯାଞ୍ଚ କରିବା ପରେ କାରରୁ ନଗଦ ୫ ଲକ୍ଷ ୭ ହଜାର ଟଙ୍କା ଜବତ ହୋଇଛି।
ଏହି ଟଙ୍କା ଶ୍ରୀ ପାଣିଗ୍ରାହୀ କେଉଁଠାରୁ ଆଣିଲେ ଠିକ ରୂପେ କହି ପାରୁନଥିବା ଡ଼ିଏସପି କହିଛନ୍ତି।ଶ୍ରୀ ପାଣିଗ୍ରାହୀଙ୍କୁ ଜୟପୁର ଏସପିଙ୍କ କାର‌୍ୟ୍ୟାଳୟକୁ ନିଆଯାଇ ଅଧିକା ତଦନ୍ତ କରାଯାଉଛି। ଶ୍ରୀ ପାଣିଗ୍ରାହୀଙ୍କ ଅନ୍ୟ ଜାଗାରେ ମଧ୍ୟ ତଦନ୍ତ ଚାଲିଥିବା ଜଣାପଡ଼ିଛି। ତଦନ୍ତ ପରେ ସବିଶେଷ ବିବରଣୀ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ଭୁବନେଶ୍ୱର ସ୍ଥିତ ଘରୁ ୧୦ ଲକ୍ଷ ଟଙ୍କା ଜବତ ହୋଇଛି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031