Indus Valley Times

ଭିଜିଲାନ୍ସ ପଞ୍ଝାରେ ସିଟି ଜିଏସଟି ଅଧିକାରୀ, ୧୨ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡ଼ିବସିଲା ଭିଜିଲାନ୍ସ

 Breaking News

ଭିଜିଲାନ୍ସ ପଞ୍ଝାରେ ସିଟି ଜିଏସଟି ଅଧିକାରୀ, ୧୨ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡ଼ିବସିଲା ଭିଜିଲାନ୍ସ

ଭିଜିଲାନ୍ସ ପଞ୍ଝାରେ ସିଟି ଜିଏସଟି ଅଧିକାରୀ, ୧୨ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡ଼ିବସିଲା ଭିଜିଲାନ୍ସ
October 29
18:16 2025

ଟିଟିଲାଗଡ଼, ୨୯/୧୦ : ଏବେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଚାଲିଛି । ସରକାରୀ ଅଧିକାରୀ ମାନେ ଦୁର୍ନୀତିରୁ ଦୂରେଇ ରହିବାକୁ ଶପଥ ନେଉଛନ୍ତି । ମୁଖ୍ୟମନ୍ତ୍ରୀ ମଧ୍ୟ କଡ଼ା ତାଗିଦ କରିଛନ୍ତି ।
କିନ୍ତୁ କିଛି ସରକାରୀ ଅଧିକାରୀ ‘ମୋତେ ଯେତେ ମାଠିବୁ ମାଠ, ମୁଁ ସେଇ ଦରପୋଡ଼ା କାଠ’ ବାକ୍ୟରେ ଚାଲିଛନ୍ତି । ନିଜ କାର‌୍ୟ୍ୟକଳାପରୁ ବାଦ ପଡ଼ୁ ନାହାଁନ୍ତି । ଆଜି ପୁଣି ଜଣେ ସରକାରୀ ବାବୁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛି । ସେ ହେଲେ ବଲାଙ୍ଗୀର ଟିଟିଲାଗଡ଼ ସହକାରୀ ସିଟି ଜିଏସଟି ଅଧିକାରୀ ଉମାକାନ୍ତ ମହାକୁଡ଼ ।
ଅଭିଯୋଗ ମୁତାବକ, ଜିଏସଟି ଅଧିକାରୀ ଉମାକାନ୍ତ ମହାକୁଡ଼, ଜଣେ ବ୍ୟବସାୟୀଙ୍କ ଠାରୁ ଲାଞ୍ଚ ନେବାବେଳେ ଧରାପଡ଼ିଛନ୍ତି । ବ୍ୟବସାୟୀଙ୍କ ବକେୟା ଟାକ୍ସକୁ ଛାଡ଼ କରିବାକୁ ଜିଏସଟି ଅଧିକାରୀ ୧୨୦୦୦ ଟଙ୍କା ଲାଞ୍ଚ ମାଗିଥିଲେ । ସମ୍ପୃକ୍ତ ବ୍ୟବସାୟୀଙ୍କର ପ୍ରତି ବର୍ଷ ୨୫୦୦ ଟଙ୍କା ହିସାବରେ ତିନି ବର୍ଷରେ ୭୫୦୦ ଟଙ୍କା ଟିକସ ବାକି ଥିଲା ।
ଏଥିପାଇଁ ତାଙ୍କ ଉପରେ ଟିକସ ଏବଂ ଫାଇନ୍ ସହ ମୋଟ ୨୩,୬୦୦ ଟଙ୍କା ଆର୍ଥିକ ଦଣ୍ଡରେ ଦଣ୍ଡିତ କରାଯାଇଥିଲା । ସେଥିପାଇଁ ବ୍ୟବସାୟୀ ଜଣକ ଜିଏସଟି ଅଧିକାରୀ ଶ୍ରୀ ମହାକୁଡ଼ଙ୍କୁ କେବଳ ଟିକସ ବାବଦକୁ ଟଙ୍କା ନେବାକୁ ଅନୁରୋଧ କରିଥିଲେ । କିନ୍ତୁ ମହାକୁଡ଼ କେବଳ ଟିକସ ଟଙ୍କା ନେବାକୁ ମନା କରିଦେବା ସହିତ ଓଲଟା ୧୨୦୦୦ ଟଙ୍କା ଲାଞ୍ଚ ମାଗିଥିଲେ । ଏ ନେଇ ବ୍ୟବସାୟୀ ଜଣକ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031