Indus Valley Times

ଭିଜିଲାନ୍ସ ପଞ୍ଝାର କରଞ୍ଜିଆ ତହସିଲଦାର, ଏକାସାଙ୍ଗେ ତିନୋଟି ସ୍ଥାନରେ ଚାଲିଛି ଚଢାଉ

 Breaking News

ଭିଜିଲାନ୍ସ ପଞ୍ଝାର କରଞ୍ଜିଆ ତହସିଲଦାର, ଏକାସାଙ୍ଗେ ତିନୋଟି ସ୍ଥାନରେ ଚାଲିଛି ଚଢାଉ

ଭିଜିଲାନ୍ସ ପଞ୍ଝାର କରଞ୍ଜିଆ ତହସିଲଦାର, ଏକାସାଙ୍ଗେ ତିନୋଟି ସ୍ଥାନରେ ଚାଲିଛି ଚଢାଉ
May 29
09:44 2023

କରଞ୍ଜିଆ,୨୯/୫: ଭିଜିଲାନ୍ସ ଜାଲରେ କରଞ୍ଜିଆ ତହସିଲଦାର। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କରଞ୍ଜିଆ ତହସିଲଦାର ଚାର୍ଲସ ନାୟକଙ୍କ ଘର ସମେତ ସରକାରୀ କାର୍ଯ୍ୟାଳୟ ଓ ପୈତୃକ ଘରେ ଚଢଉ କରୁଛି କଟକ ଭିଜିଲାନ୍ସ ଟିମ୍। ତାଙ୍କ ନାଆଁରେ ବେଆଇନ୍ ଖଣି ଲିଜ୍ ଦେଇ ବିପୁଳ ଅର୍ଥ ରୋଜଗାର କରୁଥିବାର ବି ଅଭିଯୋଗ ହୋଇଛି। ଏନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା।
ଚାର୍ଲସ ନାୟକ ପୂର୍ବରୁ ବାଲେଶ୍ବର ଜିଲ୍ଲା ସୋରରେ ତହସିଲଦାର ଥିବା ବେଳେ ମଧ୍ୟ ଦୁର୍ନୀତି କରିଥିବାର ଅଭିଯୋଗ ପରେ ତାଙ୍କୁ ଦୂର ଜିଲ୍ଲାକୁ ବଦଳି କରାଯାଇଥିଲା। ତେବେ ପୁଣି ପ୍ରାୟ ବର୍ଷକ ତଳେ ସେ କରଞ୍ଜିଆ ତହସିଲଦାର ଭାବେ ବଦଳି ହୋଇ ଆସିଥିଲେ। ତାଙ୍କ ପୈତୃକ ଘର ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳରେ ବୋଲି ସୂଚନା ରହିଛି।
ଆଜି ସକାଳ ୭ଟା ବେଳେ କଟକ ଭିଜିଲାନ୍ସ ଟିମ୍ କରଞ୍ଜିଆ ତହସିଲଦାର ଚାର୍ଲସ ନାୟକଙ୍କ ଘରେ ପହଞ୍ଚିଥିଲା। ସେଠାରେ ଚଢଉ ସାରବା ପରେ ଏବେ ସରକାରୀ କାର୍ଯ୍ୟାଳୟରେ ଚଢଉ କରୁଛି ଭିଜିଲାନ୍ସ ଟିମ୍ । ଏନେଇ ଅଧିକ ବିବରଣୀକୁ ଅପେକ୍ଷା କରାଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031