Indus Valley Times

ଭୁବନରେ ଚାଞ୍ଚଲ୍ୟ, ମାଆର ଜୀବନ ନେଇଗଲା ଝିଅ

 Breaking News

ଭୁବନରେ ଚାଞ୍ଚଲ୍ୟ, ମାଆର ଜୀବନ ନେଇଗଲା ଝିଅ

ଭୁବନରେ ଚାଞ୍ଚଲ୍ୟ, ମାଆର ଜୀବନ ନେଇଗଲା ଝିଅ
April 27
17:01 2024

ଭୁବନ, ୨୭/୪: ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଧଳପଡ଼ା ପଞ୍ଚାୟତ ବ୍ରାହ୍ମଣ ଖଣ୍ଟଖୋଲ ଗ୍ରାମର ଜଣେ ମାନସିକ ବିକୃତ ମହିଳାଙ୍କ ମାଡ଼ରେ ତାଙ୍କର ୮୫ବର୍ଷୀୟ ମା’ଙ୍କର ମୃତ୍ୟୁ ହୋଇଛି। ମୃତ ମହିଳା ହେଲେ ଦୁର୍ଗାବତୀ ଦାସ( ୮୫)। ଅଭିଯୁକ୍ତା ଆଶାଲତା ଦାସ(୫୫)ଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।
ସୂଚନା ଅନୁସାରେ ସ୍ବର୍ଗତଃ ବିଭୂତି ଭୂଷଣ ଦାସଙ୍କ ସ୍ତ୍ରୀ ଦୁର୍ଗାବତୀ ଦାସଙ୍କ ସହିତ ତାଙ୍କ ସ୍ବାମୀ ପରିତ୍ୟକ୍ତା ଝିଅ ଆଶାଲତା ଦାସ(୫୫)ଅମିଶ୍ରଙ୍କ ମଧ୍ୟରେ କୌଣସି କାରଣରୁ ଯୁକ୍ତିତର୍କ ହୋଇଥିଲା। ମା’ଙ୍କ ସହ ଆଶାଲତା ବହୁ ବାର କଳି କରୁଥିଲେ। ଆଜି ପୂର୍ବାହ୍ନରେ ମା’ ସହ କଳି ହେବାରୁ କାଠ କବାଟର ଡିକିରାକୁ ଭିଡ଼ି ଆଣି ଲଗାତାର ପିଟି ଚାଲିଥିଲେ। ଏଥିରେ ଦୁର୍ଗାବତୀଙ୍କର ମୃତ୍ୟୁ ହୋଇଥିଲା।
ସୂଚନା ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରିଛି। ଆଶାଲତାଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛନ୍ତି। ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରିରଖିଛନ୍ତି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031