Indus Valley Times

ଭୁବନେଶ୍ବରରେ ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ, ଭବ୍ୟ ସ୍ୱାଗତ ସହ ଦିଆଗଲା ଗାର୍ଡ ଅଫ୍ ଅନର

 Breaking News

ଭୁବନେଶ୍ବରରେ ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ, ଭବ୍ୟ ସ୍ୱାଗତ ସହ ଦିଆଗଲା ଗାର୍ଡ ଅଫ୍ ଅନର

ଭୁବନେଶ୍ବରରେ ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ, ଭବ୍ୟ ସ୍ୱାଗତ ସହ ଦିଆଗଲା ଗାର୍ଡ ଅଫ୍ ଅନର
October 17
18:31 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ଓଡ଼ିଶା, ୧୭/୧୦ : ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ବ୍ରଜ ମୋହନ ରାମ ଆଜି (ଶନିବାର) ଦିନ ସଢେ ୧୨ଟାରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଂଚିବା ପରେ ସେଠାରେ ନୂଆ ରାଜ୍ୟପାଳଙ୍କୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ବାଚସ୍ପତି ସୁରମା ପାଢ଼ୀ, ରାଜ୍ୟ ସରକାରଙ୍କ ବହୁ ମନ୍ତ୍ରୀ ଏବଂ ବରିଷ୍ଠ ପ୍ରାଶାସନିକ ଅଧିକାରୀ ନୂଆ ରାଜ୍ୟପାଳଙ୍କୁ ସ୍ୱାଗତ କରିଥିଲେ।
ପୁରୀରେ ନବନିଯୁକ୍ତ ରାଜ୍ୟପାଳ:
ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଛି। ଔପଚାରିକ ସ୍ୱାଗତ କାର‌୍ୟ୍ୟକ୍ରମ ପରେ ସେ ପୁରୀ ଗସ୍ତରେ ଯାଇଛନ୍ତି। ସେ ସଡ଼କ ପଥରେ ପୁରୀ ଗସ୍ତ କରି ଅପରାହ୍ନ ୨ଟା ୪୦ରେ ପୁରୀ ଲୋକଭବନରେ ପହଞ୍ଚିବେ। ଅପରାହ୍ନ ୫ଟା ୩୦ରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିବେ। ଏହାପରେ ସନ୍ଧ୍ୟା ୬ଟା ୧୫ରେ ପୁରୀରୁ ବାହାରି ରାତି ୭ଟା ୨୫ରେ ଭୁବନେଶ୍ୱର ଲୋକଭବନରେ ପହଞ୍ଚିବେ।
ଆସନ୍ତାକାଲି ଶପଥଗ୍ରହଣ:
ବ୍ରଜମୋହନ ରାମ ଆସନ୍ତାକାଲି ଦିନ ୧୧ଟାରେ ଲୋକଭବନରେ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ। ଶପଥ ନେବା ପରେ ସେ ଆନୁଷ୍ଠାନିକ ଭାବେ ଓଡ଼ିଶାର ରାଜ୍ୟପାଳ ଦାୟିତ୍ୱ ଗ୍ରହଣ କରିବେ।
ନୂଆ ରାଜ୍ୟପାଳଙ୍କ ରାଜନୈତିକ ଯାତ୍ରା:
ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମଙ୍କ ଏକ ଲମ୍ବା ରାଜନୈତିକ ଅନୁଭୂତି ରହିଛି। ବିଜେପିର ତିନି ଥର ସାଂସଦ, ବିହାର ବିଧାନସଭାର ପୂର୍ବତନ ସଦସ୍ୟ ରହିଥିବା ବେଳେ ଏବେ ସେ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ନେବାକୁ ଯାଉଛନ୍ତି। ୧୯୫୮ ମସିହା ଜାନୁଆରୀ ୧ ତାରିଖରେ ଝାଡ଼ଖଣ୍ଡ ପଲାମୁ ଜିଲ୍ଲାର ଚାନ୍ଦୱାଠାରେ ଜନ୍ମଗ୍ରହଣ କରିଥିଲେ ବ୍ରଜ ମୋହନ ରାମ। ରାଜନୀତି ସହିତ ସେ କୃଷି କ୍ଷେତ୍ର ସହ ମଧ୍ୟ ସେ ଜଡ଼ିତ ଅଛନ୍ତି।

About Author

indadmin

indadmin

Related Articles

Archives

Calendar

November 2026
M T W T F S S
 1
2345678
9101112131415
16171819202122
23242526272829
30