Indus Valley Times

ଭୁବନେଶ୍ବର କ୍ଲବ୍ ସଭାପତି ପଦ ବଜାୟ ରଖିଲେ ଅସିତ ତ୍ରିପାଠୀ, ଦିଲୀପ ସମ୍ପାଦକ

 Breaking News

ଭୁବନେଶ୍ବର କ୍ଲବ୍ ସଭାପତି ପଦ ବଜାୟ ରଖିଲେ ଅସିତ ତ୍ରିପାଠୀ, ଦିଲୀପ ସମ୍ପାଦକ

September 26
12:37 2022

ଭୁବନେଶ୍ବର,୨୬/୯ : ଭୁବନେଶ୍ୱର କ୍ଲବ୍ ସଭାପତି ହେଲେ ପୁର୍ବତନ ମୁଖ୍ୟା ଶାସନ ସଚିବ ତଥା ପଶ୍ଚିମ ଓଡ଼ିଶା ପରିଷଦ ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ । ଅସିତ୍ ଲଗାତାର ଦ୍ୱିତୀୟ ଥର ପାଇଁ ସଭାପତି ପଦ ଅକ୍ତିଆର କରିଛନ୍ତି । ଶ୍ରୀ ତ୍ରିପାଠୀ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ତଥା ପୂର୍ବତନ ଉନ୍ନୟନ କମିସନର ସତ୍ୟପ୍ରକାଶ ନନ୍ଦଙ୍କୁ ୬୬୯ ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି। ଶ୍ରୀ ତ୍ରିପାଠୀ ୮୫୮ ଭୋଟ୍(୮୧.୫୫%) ପାଇଥିବା ବେଳେ ଶ୍ରୀ ନନ୍ଦ ୧୮୯ ଖଣ୍ଡ ଭୋଟ୍ ପାଇଛନ୍ତି।
ସେହିଭଳି ସମ୍ପାଦକ ଭାବରେ ଦିଲୀପ ରାଉତରାୟ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ମାନସ ଦାସଙ୍କୁ ୩୯୯ ଭୋଟ୍ରେ ପରାସ୍ତ କରିଥିବା ବେଳେ ମହେନ୍ଦ୍ର କୁମାର ଗୁପ୍ତା ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ତପେଶ ରାୟଙ୍କୁ ୨୦୫ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାସ୍ତ କରି ଉପସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି। ସେ ଦ୍ବିତୀୟ ଥର ପାଇଁ ଏହି ସୁଯୋଗ ପାଇଛନ୍ତି। ଯୁଗ୍ମ ସମ୍ପାଦକ ଭାବରେ ଅଶୋକ ମିଶ୍ର ବିଜୟ ଲାଭ କରିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ଜ୍ୟୋତିର୍ମୟ ମହାନ୍ତିଙ୍କୁ ୪୭୬ ଭୋଟ୍ ବ୍ୟବଧାନରେ ପରାସ୍ତ ଦ୍ବିତୀୟ ଥର ପାଇଁ ଏହି ପଦବିରେ ଅଧିଷ୍ଠିତ ହେବାର ଗୌରବ ଲାଭ କରିଛନ୍ତି।
ସେହିଭଳି କାର‌୍ୟ୍ୟନିର୍ବାହୀ କମିଟିର ସଦସ୍ୟ ଭାବରେ ୬ ଜଣ ନିର୍ବାଚିତ ହୋଇଛନ୍ତି। ସେମାନେ ହେଉଛନ୍ତି, ଦେବବ୍ରତ ବିଶ୍ବାଳ, ପି.ଭି.ମୋହନ, ପାର୍ଥଜିତ ପଟ୍ଟନାୟକ, ପ୍ରଗତି କୁମାର ମହାନ୍ତି, ପ୍ରଶାନ୍ତ ନାଥ ଓ ଟୁଟୁଲ କିଶୋର ଦାସ। ଏମାନଙ୍କ ମଧ୍ୟରୁ ଶ୍ରୀ ଦାସ ସର୍ବାଧିକ ୮୧୦ ଖଣ୍ଡ ଭୋଟ୍ ପାଇଛନ୍ତି।
କ୍ଲବର ୧୦ ପଦ ପାଇଁ ଗତକାଲି ମତଦାନ ଅନୁଷ୍ଠିତ ହୋଇଥିଲା। ୧୯୩୬ ଭୋଟର୍ଙ୍କ ମଧ୍ୟରୁ ୧୦୫୨ ଜଣ ଭୋଟ୍ ଦେଇଥିଲେ। ସେଥିରୁ ୫୧ଟି ନାକଚ ହୋଇଥିଲା। ଆଜି ସକାଳ ୯ଟାରୁ କ୍ଲବ୍ ପରିସରରେ ଭୋଟ୍ ଗଣତି ଆରମ୍ଭ ହୋଇଥିଲା। ଅପରାହ୍ନ ପ୍ରାୟ ୨ଟା ସୁଦ୍ଧା ଫଳାଫଳ ପ୍ରକାଶ ପାଇଥିଲା। ୬ ଜଣିଆ କାର‌୍ୟ୍ୟନିର୍ବାହୀ କମିଟି ସଦସ୍ୟ ପଦ ପାଇଁ ୧୧ ଜଣ ପ୍ରତିଦ୍ବନ୍ଦ୍ବିତା କରୁଥିବା ବେଳେ ଅନ୍ୟ ସମସ୍ତ ପଦ ପାଇଁ ଦ୍ବିମୁଖୀ ଲଢ଼େଇ ହେଉଥିଲା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031