Indus Valley Times

ଭୁବନେଶ୍ୱରରୁ ଚିହ୍ନଟ ହେଲେ ୨୪ କରୋନା ରୋଗୀ

 Breaking News

ଭୁବନେଶ୍ୱରରୁ ଚିହ୍ନଟ ହେଲେ ୨୪ କରୋନା ରୋଗୀ

ଭୁବନେଶ୍ୱରରୁ ଚିହ୍ନଟ ହେଲେ ୨୪ କରୋନା ରୋଗୀ
July 03
19:49 2020

ଭୁବନେଶ୍ବର,୩/୭ :ଗୁରୁବାର ଦିନ ଭୁବନେଶ୍ବରରୁ ୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ୨୪ଜଣଙ୍କ ମଧ୍ୟରୁ ୨୦ଜଣ ସଙ୍ଗରୋଧରେ ଥିବା ବେଳେ ୪ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଥିବା ଜଣା ପଡ଼ିଛି । ଏହା ସହ ଚିକିତ୍ସିତ ହେଉଥିବା ୧୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରରେ ଏବେ ମୋଟ ୩୬୯ଜଣ କରୋନା ଆକ୍ରାନ୍ତ ଥିବା ବେଳେ ୨୧୬ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହା ସହ ରାଜଧାନୀରେ ୧୪୮ଟି ସକ୍ରିୟ ମାମଲା ଥିବା ସହ ୪ ଜଣ କରୋନା ସଂକ୍ରମିତ ହୋଇ ମୃତ୍ୟୁବରଣ କରିଛନ୍ତି ।
ସଙ୍ଗରୋଧରୁ ଚିହ୍ନଟ ୨୦ଜଣଙ୍କ ମଧ୍ୟରେ ଏୟାରପୋର୍ଟ କଲୋନୀରୁ ଜଣେ ୨୮ବର୍ଷୀୟ ଯୁବକ, ଖଣ୍ଡଗିରି ନିକଟସ୍ଥ କୋଳଥିଆର ପିପିଏଲ କଲୋନୀରୁ ଜଣେ ୩୭ବର୍ଷୀୟ ପୁରୁଷ, ସାଲିଆ ସାହିର ଶ୍ରୀକ୍ରିଷ୍ଣ ନଗରରେ ଥିବା ସଙ୍ଗରୋଧ କେନ୍ଦ୍ରରୁ ୨ଜଣ(୩୮ ବର୍ଷୀୟ ପୁରୁଷ, ୪୦ ବର୍ଷୀୟ ପୁରୁଷ), ଅନ୍ୟ ଜିଲ୍ଲାରୁ ଆସି ସଙ୍ଗରୋଧ କେନ୍ଦ୍ରରେ ଥିବା ୨ଜଣ(୪୨ ବର୍ଷୀୟ ପୁରୁଷ,୧୮ ବର୍ଷୀୟ ପୁରୁଷ), ଶୈଳଶ୍ରୀ ବିହାରର ଫେଜ୍-୭ରୁ ଜଣେ ୨୮ ବର୍ଷୀୟା ମହିଳା, ବରମୁଣ୍ଡା ହାଉସିଂବୋର୍ଡ କଲୋନୀରୁ ଜଣେ ୪୦ବର୍ଷୀୟା ମହିଳା, ମଞ୍ଚେଶ୍ବରରୁ ୯ଜଣ(୨୦,୪୪,୨୨,୪୧, ୨୪,୨୨, ୪୩, ୨୯,୨୭ ସମସ୍ତେ ପୁରୁଷ), ନୟାପଲ୍ଲୀର ବାଲତୋଟାସାହିରୁ ଜଣେ ୨୬ ବର୍ଷୀୟ ଯୁବକ ଥିବା ବେଳେ ଜଣେ ୩୮ବର୍ଷୀୟ ଯୁବକ ସଙ୍ଗରୋଧ କେନ୍ଦ୍ରରୁ ଏବଂ ଜଣେ ୨୦ବର୍ଷୀୟ ରେଳ କର୍ମଚାରୀ ଥିବା ଜଣାପଡ଼ିଛି । ସେହିଭଳି ସ୍ଥାନୀୟ ସଂକ୍ରମଣର ଶିକାର ହୋଇଥିବା ୪ଜଣଙ୍କ ମଧ୍ୟରେ ୩ଜଣ ଘରୋଇ ଡାକ୍ତରଖାନାର କର୍ମଚାରୀ ଥିବା ବେଳେ ଜଣେ ଖଣ୍ଡଗିରି ଅଞ୍ଚଳର ବୋଲି ସୂଚନା ଦେଇଛି ଭୁବନେଶ୍ବର ମହାନଗର ନିଗମ ।
ଏୟାରପୋର୍ଟ କଲୋନୀ, ଖଣ୍ଡଗିରି ନିକଟସ୍ଥ କୋଳଥିଆର ପିପିଏଲ କଲୋନୀ, ସଙ୍ଗରୋଧ କେନ୍ଦ୍ର, ଶୈଳଶ୍ରୀ ବିହାରର ଫେଜ୍-୭, ବରମୁଣ୍ଡା ହାଉସିଂବୋର୍ଡ କଲୋନୀ, ମଞ୍ଚେଶ୍ବର, ନୟାପଲ୍ଲୀର ବାଲତୋଟାସାହିରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ପୂର୍ବ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ବେଳେ କରୋନା ଆକ୍ରାନ୍ତ ହୋଇଥିବା ରେଳ କର୍ମଚାରୀ ଦିଲ୍ଲୀରୁ ଫେରିଥିଲେ ବୋଲି ଜଣାପଡ଼ିଛି ।
ସୁସ୍ଥ ହୋଇଥିବା ୧୫ଜଣଙ୍କ ମଧ୍ୟରେ ଘରୋଇ ଡାକ୍ତରଖାନାର ୬ଜଣ କର୍ମଚାରୀ (୩୧ବର୍ଷୀୟା ମହିଳା,୨୩ ବର୍ଷୀୟା ମହିଳା, ୩୮ବର୍ଷୀୟା ମହିଳା,୨୮ବର୍ଷୀୟା ମହିଳା,୨୩ବର୍ଷୀୟା ମହିଳା, ୪୫ବର୍ଷୀୟା ମହିଳା) ଥିବା ବେଳେ ନିଳାଦ୍ରୀ ବିହାରର ଗୋଟିଏ ପରିବାରରୁ ୨ଜଣ(୩୪ବର୍ଷୀୟା ମହିଳା, ୩୯ ବର୍ଷୀୟ ପୁରୁଷ), ସତ୍ୟନଗରର ସିଡିଓ କମ୍ଲେକ୍ସରୁ ଜଣେ(୨୯ବର୍ଷୀୟା ମହିଳା), ସିରିପୁରର ଲକ୍ଷ୍ମୀବଜାର ବସ୍ତିରୁ ୪ଜଣ(୧୪ ବର୍ଷୀୟା ବାଳିକା, ୧୮ବର୍ଷୀୟାଯୁବତୀ ଏବଂ ୧୧ବର୍ଷୀୟ ବାଳକ, ୨୨ବର୍ଷୀୟ ଯୁବକ), ଚକେଇସିଆଣିର ହାଡ଼ବାଇ ବସ୍ତିରୁ ଜଣେ ୪୬ବର୍ଷୀୟ ପୁରୁଷ ସୁସ୍ଥ ହୋଇଥିବା ବେଳେ ଯଦୁପୁରରୁ ଜଣେ ୩୫ବର୍ଷୀୟ ପୁରୁଷ ସୁସ୍ଥ ହୋଇଥିବା ଜଣାପଡ଼ିଛି ।

-Sambad

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031