Indus Valley Times

ଭୁବନେଶ୍ୱରରୁ ବଲାଙ୍ଗୀର ଯାଉଥିଲା ବସ୍, ଅଧାରାସ୍ତାରେ ଘଟିଲା ଦୁର୍ଘଟଣା

 Breaking News

ଭୁବନେଶ୍ୱରରୁ ବଲାଙ୍ଗୀର ଯାଉଥିଲା ବସ୍, ଅଧାରାସ୍ତାରେ ଘଟିଲା ଦୁର୍ଘଟଣା

ଭୁବନେଶ୍ୱରରୁ ବଲାଙ୍ଗୀର ଯାଉଥିଲା ବସ୍, ଅଧାରାସ୍ତାରେ ଘଟିଲା ଦୁର୍ଘଟଣା
May 06
10:18 2024

ବଲାଙ୍ଗିର, ୬/୫: ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍। ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ। ସୋନପୁର–ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥ ଖମ୍ବଶିରିପାଲି ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତ ଯାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଯାତ୍ରୀବାହୀ ବସ୍ଟି ଭୁବନେଶ୍ୱରରୁ ପାଟଣାଗଡ ଅଭିମୁଖେ ଯାଉଥିଲା। ଖମ୍ବଶିରିପାଲି ନିକଟରେ ବସ୍ଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ୨ ଜଣ ଯାତ୍ରୀ ଆହତ ହୋଇଛନ୍ତି।
ସେମାନଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ପହଞ୍ଚି ବସ୍କୁ ଜବତ କରି ଘଟଣାର ତଦନ୍ତ କରୁଛି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031