Indus Valley Times

ଭୁବନେଶ୍ୱରରେ ହେବ ବାଗଚି କରୁଣାଶ୍ରୟ ପାଲିଆକ୍ଟିଟିଭ କେୟାର ସେଣ୍ଟର

 Breaking News

ଭୁବନେଶ୍ୱରରେ ହେବ ବାଗଚି କରୁଣାଶ୍ରୟ ପାଲିଆକ୍ଟିଟିଭ କେୟାର ସେଣ୍ଟର

ଭୁବନେଶ୍ୱରରେ ହେବ ବାଗଚି କରୁଣାଶ୍ରୟ ପାଲିଆକ୍ଟିଟିଭ କେୟାର ସେଣ୍ଟର
April 12
17:29 2021

ଭୁବନେଶ୍ୱର ୧୨/୪: ରାଜ୍ୟ କ୍ୟାବିନେଟରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଛି। ଭୁବନେଶ୍ୱରରେ ହେବ ବାଗଚି-କରୁଣାଶ୍ରୟ ପାଲିଆକ୍ଟିଟିଭ କେୟାର ସେଣ୍ଟର । ଏଥିପାଇଁ ୧୩୦ କୋଟି ଟଙ୍କା ଦେବେ ସୁବ୍ରତ ବାଗଚୀ ଏବଂ ପତ୍ନୀ ସୁସ୍ମିତା ବାଗଚୀ । ପାଲିଆକ୍ଟିଭ କେୟାର ସେଣ୍ଟର ପାଇଁ ରାଜ୍ୟ ସରକାର ମାଗଣାରେ ୨୦ ଏକର ଜମି ଯୋଗାଇଦେବେ।
ଏହି ସେଣ୍ଟରରେ ରୋଗୀଙ୍କୁ ସଂପୂର୍ଣ୍ଣ ମାଗଣା ଚିକିତ୍ସା ମିଳିବ। ଏଥିସହ ଭୁବନେଶ୍ୱରରେ ବାଗଚୀ- ଶ୍ରୀ ଶଙ୍କର କର୍କଟ ହସ୍ପିଟାଲ ପ୍ରତିଷ୍ଠାକୁ ମଂଜୁରୀ ମିଳିଛି । କ୍ୟାନସର ହସ୍ପିଟାଲ ପାଇଁ ସୁବ୍ରତ-ସୁସ୍ମିତା ବାଗଚୀ ଦେବେ ୨୧୦ କୋଟି ଟଙ୍କା । ଅର୍ଥାତ ଉଭୟ ପ୍ରକଳ୍ପ ପାଇଁ ବାଗ୍ଚୀ ଦମ୍ପତି ଦେବେ ୩୪୦ କୋଟି ଟଙ୍କା।
-ଓଡ଼ିଶା ରିପୋର୍ଟର

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031