Indus Valley Times

ଭୁବନେଶ୍ୱରରେ ୨୪ ଘଣ୍ଟାରେ ୮୨ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୫୨କୁ ବୃଦ୍ଧି

 Breaking News

ଭୁବନେଶ୍ୱରରେ ୨୪ ଘଣ୍ଟାରେ ୮୨ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୫୨କୁ ବୃଦ୍ଧି

August 20
10:47 2021

ଭୁବନେଶ୍ୱର, ୨୦/ ୮ : ରାଜଧାନୀରେ ଚିନ୍ତା ବଢାଇଲାଣି ଡେଙ୍ଗୁ । ଗତ ୨୪ ଘଣ୍ଟାରେ ୮୨ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜଧାନୀରେ ମୋଟ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୫୫୨କୁ ବୃଦ୍ଧି ପାଇଛି ।
ବର୍ତ୍ତମାନ ସୁଦ୍ଧା ୧୦୬୦ ଜଣ ସୁସ୍ଥ ହୋଇଥିବା ବେଳେ ୪୯୮ ଆକ୍ଟିଭ୍ କେସ ରହିଛି । ଦିନକୁ ଦିନ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଅନେକ ସ୍ଥାନରେ ସଚେତନତା ଓ ସଫେଇ କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇଛି ।
ସେହିପରି ୨୧ ହଜାର ୫୭୨ଟି ଘରେ ମୋଟ ୯୨ ହଜାର ୩୭୨ ଲୋକଙ୍କ ଠାରୁ ତଥ୍ୟ ସଂଗ୍ରହ କରାଯାଇଛି । ୫୪ ହଜାର ୧୫୪ଟି ସମ୍ଭାବ୍ୟ ମଶା ବୃଦ୍ଧି ସ୍ଥାନକୁ ହଟାଇବା ସହ ୫୫ ହଜାର ୪୬୪ଟି ସ୍ଥାନରୁ ମଶାର ଲାର୍ଭାକୁ ଚିହ୍ନଟ କରି ନଷ୍ଟ କରାଯାଇଛି ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031