Indus Valley Times

ଭୁବନେଶ୍ୱର ଏମ୍ସ ପରିସରରେ ଅଗ୍ନିଶମ ସେବାକେନ୍ଦ୍ର ଖୋଲିବ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

 Breaking News

ଭୁବନେଶ୍ୱର ଏମ୍ସ ପରିସରରେ ଅଗ୍ନିଶମ ସେବାକେନ୍ଦ୍ର ଖୋଲିବ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର ଏମ୍ସ ପରିସରରେ ଅଗ୍ନିଶମ ସେବାକେନ୍ଦ୍ର ଖୋଲିବ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
July 06
19:35 2021

ଭୁବନେଶ୍ୱର, ୬/୭: ଭୁବନେଶ୍ୱର ଏମ୍ସ ପରିସରରେ ଅଗ୍ନିଶମ ସେବାକେନ୍ଦ୍ର ଖୋଲିବ । ଯାହାକି ଏକ ଭଲ ଖବର ବୋଲି କୁହାଯାଉଛି। ମଙ୍ଗଳବାର ଏମ୍ସ ପରିସରରେ ଅଗ୍ନିଶମ ସେବାକେନ୍ଦ୍ର ଖୋଲିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞୁରୀ ଦେଇଛନ୍ତି ।
ଅଗ୍ନିଶମ ସେବାକେନ୍ଦ୍ରରେ ଜଣେ ଷ୍ଟେସନ ଅଫିସରଙ୍କ ସମେତ ଦଶଜଣ କର୍ମଚାରୀ ରହିବାର ବ୍ୟବସ୍ଥା ରହିଛି । ଏଥିପାଇଁ ରାଜ୍ୟ ସରକାର ଦଶଟି ନୂତନ ପଦବୀ ସୃଷ୍ଟି କରିଥିବା କୁହାଯାଉଛି। ଅଗ୍ନିଶମ ସେବାକେନ୍ଦ୍ର ଖୋଲିବା ଦ୍ବାରା ଏମ୍ସ ପରି ଏକ ସର୍ଵଭାରତୀୟ ଚିକିତ୍ସା ପ୍ରତିଷ୍ଠାନର ଅଗ୍ନି ନିରାପତ୍ତାକୁ ସୁଦୃଢ କରିବାରେ ଏହା ବିଶେଷ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶା ପ୍ରକାଶ କରିଛନ୍ତି ।
ସୂଚନାଯୋଗ୍ୟ ଯେ ଏସସିବି ମେଡିକାଲ, ଏମକେସିଜି ମେଡିକାଲ, ଭିମସାର ବୁର୍ଲାରେ ଗୋଟିଏ ଗୋଟିଏ ଅଗ୍ନିଶମ କେନ୍ଦ୍ର ରହିଛି । ସାରା ରାଜ୍ୟରେ ୩୩୮ଟି ଅଗ୍ନିଶମ ସେବା କେନ୍ଦ୍ର ଲୋକଙ୍କୁ ସେବା ଯୋଗାଉଛି । ଯଦ୍ବାରା ଅନେକ ଲୋକ ଉପକୃତ ବି ହୋଇଛନ୍ତି।
ସୂଚନାଯୋଗ୍ୟ ଯେ ଏସସିବି ମେଡିକାଲ, ଏମକେସିଜି ମେଡିକାଲ, ଭିମସାର ବୁର୍ଲାରେ ଗୋଟିଏ ଗୋଟିଏ ଅଗ୍ନିଶମ କେନ୍ଦ୍ର ରହିଛି । ସାରା ରାଜ୍ୟରେ ୩୩୮ଟି ଅଗ୍ନିଶମ ସେବା କେନ୍ଦ୍ର ଲୋକଙ୍କୁ ସେବା ଯୋଗାଉଛି । ଯଦ୍ବାରା ଅନେକ ଲୋକ ଉପକୃତ ବି ହୋଇଛନ୍ତି।
-ସମ୍ବାଦ

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031