Indus Valley Times

ଭୁବନେଶ୍ୱର ଏୟାରପୋର୍ଟରେ ପହଁଂଚିଲା ପରେ ସୁରକ୍ଷା ବଳୟରେ ପ୍ରେମୀଯୁଗଳ

 Breaking News

ଭୁବନେଶ୍ୱର ଏୟାରପୋର୍ଟରେ ପହଁଂଚିଲା ପରେ ସୁରକ୍ଷା ବଳୟରେ ପ୍ରେମୀଯୁଗଳ

ଭୁବନେଶ୍ୱର ଏୟାରପୋର୍ଟରେ ପହଁଂଚିଲା ପରେ ସୁରକ୍ଷା ବଳୟରେ ପ୍ରେମୀଯୁଗଳ
June 02
20:19 2022

ଭୁବନେଶ୍ୱର,୨/୬: ବେଙ୍ଗାଳୁରୁରୁ ଆସି ଭୁବନେଶ୍ୱର ଏୟାରପୋର୍ଟରେ କଡା ସୁରକ୍ଷା ବଳୟରେ ରହିଲେ ପ୍ରେମୀଯୁଗଳ । ପରିବାର ଲୋକଙ୍କ ଆକ୍ରୋଶର ଶୀକାର ପ୍ରେମୀଯୁଗଳଙ୍କୁ ସୁରକ୍ଷା ଦେଲା ପୋଲିସ୍ । ରାଜଧାନୀରେ ଗୁରୁବାର ଦିନ ପ୍ରେମୀଯୁଗଳଙ୍କୁ ନେଇ ହୋଇଥିଲା ହାଇଡ୍ରାମା ।
କାରଣ ପ୍ରେମୀଯୁଗଳଙ୍କ ପରିବାରର ସମର୍ଥନ ନଥିବା କରଣରୁ ଅସୁରକ୍ଷିତ ମଣିଥିଲେ ଉଭୟେ । ଯୁବକ ଅଣଓଡ଼ିଆ କୁ ଯୁବତୀ ଓଡ଼ିଆ । ହେଲେ ମନ ଓ ପ୍ରାଣ କିନ୍ତୁ ଗୋଟିଏ । ଉଭୟେ ଉଭୟଙ୍କ ପ୍ରେମରେ ବନ୍ଧା । କେହି କାହାରିକୁ ଛାଡଇବାକୁ ନାରାଜ । ଉଭୟ ରୁହନ୍ତୁ ବେଙ୍ଗାଳୁରୁରେ । ଝିଅ ମେଡିକାଲ ପିଜି ଛାତ୍ରୀ ଏବଂ ପୁଅ ଏକ ଘରୋଇ ସଂସ୍ଥାର କର୍ମଚାରୀ । କିନ୍ତୁ ଝିଅ ଘର ପକ୍ଷରୁ ଏହି ଜୋଡିକୁ ମିଳୁନି ସ୍ୱୀକୃତି ।
ବିବାହ କରିବାକୁ ଉଭୟ ଚାହୁଁଥିଲେ ବି ଝିଅ ଘର ପକ୍ଷ ନାରାଜ । ଦିର୍ଘ ବର୍ଷ ହେଲା ଜାରି ରହିଛି ବିରୋଧ । ପ୍ରତିବନ୍ଧକ ସାଜିଛନ୍ତି ବାପା,ମା ।
ଆଜି ଉଭୟେ ପ୍ରେମୀଯୁଗଳ ବେଙ୍ଗାଳୁରୁରୁ ଫେରିବା ବେଳେ କାଳେ କିଛି ଅଘଟଣ ହେବ ଆଶଙ୍କା କରି ଥାନାର ସହୟତା ଲୋଡିଥିଲେ ଉଭୟେ । ପରେ ଏୟାରପୋର୍ଟ ପୋଲିସ୍ ଉଭୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା । ଝିଅ ଘରବି ଥାନାକୁ ଆସିଥିଲେ । ଝିଅଙ୍କ ବାପା କହୁଛନ୍ତି ଉଭୟଙ୍କ ବିବାହ ନିସ୍ପତିକୁ ଆମେ ସମର୍ଥନ କରବୁ ନାହିଁ । ଅପରପଟେ ଝିଅର ବାପା କହିଛନ୍ତି ଯେ, ମୋ ଝିଅକୁ ଫସାଇ ଦିଆଯାଇଛି। ଏହା ସେମାନଙ୍କ ପୂର୍ବ ଯୋଜନା। କିନ୍ତୁ ସେମାନେ ଏବେ ସାବାଳକ, ଚାହିଁଲେ ନିଷ୍ପତ୍ତି ନେଇପାରିବେ କିନ୍ତୁ ମୁଁ ସ୍ୱୀକାର କରିବିନି।
ସେପଟେ ଘଟଣାକୁ ନେଇ ପୁଅର ମା କହିଛନ୍ତି ଯେ, ସେମାନେ ୭ ବର୍ଷ ଧରି ଉଭୟ ଉଭୟଙ୍କୁ ଭଲପାଇ ଆସୁଛନ୍ତି। ସେମାନେ ବିବାହ କଲେ ଖୁସିରେ ରହିପାରିବେ।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031