Indus Valley Times

ଭୁବନେଶ୍ୱର ମହାନଗର ନିଗମର ୨୨ ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ

 Breaking News

ଭୁବନେଶ୍ୱର ମହାନଗର ନିଗମର ୨୨ ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର ମହାନଗର ନିଗମର ୨୨ ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ
January 13
16:23 2022

ଭୁବନେଶ୍ୱର/କଟକ, ୧୩/୧: ରାଜ୍ୟରେ ହୁ ହୁ ହୋଇ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଅଫିସ୍ରେ ପଶିଛି କରୋନା। ବିଏମ୍ସିର ୨୨ ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିପାଇଁ ବିଏମ୍ସି କାର୍ଯ୍ୟାଳୟକୁ ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ସେହିପରି ବିଏମ୍ସି କାର୍ଯ୍ୟାଳୟର ଅନ୍ୟ ସବୁ କର୍ମଚାରୀଙ୍କର ନମୁନା ପରୀକ୍ଷା କରାଯିବ ବୋଲି ସୂଚନା ମିଳିଛି।
ଅନ୍ୟପକ୍ଷରେ କୋଭିଡ୍ କଟକଣା ଉଲ୍ଲଙ୍ଘନ ଅଭିଯୋଗରେ କଟକ ଲିଙ୍କ୍ ରୋଡ୍ ସ୍ଥିତ ଏକ କୋଚିଂ ସେଣ୍ଟରକୁ ସିଲ୍ କରିଛି ସିଏମସି। ସ୍କୁଲ୍, କଲେଜ ଓ ବିଶ୍ୱବିଦ୍ୟାଳୟ ଆଦି ସହିତ କୋଚିଂ ସେଣ୍ଟର ଗୁଡ଼ିକୁ ମଧ୍ୟ କରୋନା ଯୋଗୁ ବନ୍ଦ କରିବା ସହିତ ଅନ୍ଲାଇନ୍ କ୍ଲାସ୍ କରିବାକୁ କୁହାଯାଇଛି। କି
ନ୍ତୁ ଏହି ଗାଇଡ୍ଲାଇନ୍କୁ ନମାନି ଲିଙ୍କ୍ ରୋଡରେ ଥିବା ଇଜ କ୍ରିଏସନ୍ ସେଣ୍ଟର ନାମକ ଏକ କୋଚିଂ ସେଣ୍ଟର ଅଫ୍ଲାଇନ୍ରେ ପିଲାମାନଙ୍କୁ ପାଠ ପଢାଉଥିଲା। ଏହାସହ ସାମାଜିତ ଦୂରତା କଟକଣାକୁ ଖୋଲାଖୋଲି ଉଲ୍ଲଘଂନ କରାଯାଇଥିଲା। ସିଏମ୍ସିର ଏକ ଟିମ୍ ଆଜି ଚଢ଼ାଉ କରି ଏହି କୋଚିଂ ସେଣ୍ଟରକୁ ସିଲ୍ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031