Indus Valley Times

ଭୁବନେଶ୍ୱର ରେଳ ଷ୍ଟେସନରେ ହାଇ ଆଲର୍ଟ

 Breaking News

ଭୁବନେଶ୍ୱର ରେଳ ଷ୍ଟେସନରେ ହାଇ ଆଲର୍ଟ

April 28
20:38 2025

ଭୁବନେଶ୍ୱର,୨୮/୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଦେଶରେ ହାଇ ଆଲର୍ଟ ଜାରି କରାଯାଇଛି। ଦେଶର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି।
ଦିଲ୍ଲୀ, କୋଲକାତା, ଚେନ୍ନାଇରେ ସୁରକ୍ଷା ବ୍ୟବସ୍ଥାକୁ ବିଶେଷ ଗୁରୁତ୍ୱ ଦିଆଯାଉଛି। ସବୁ ଷ୍ଟେଶନରେ ଫ୍ଳାଗ ମାର୍ଚ କରିବା ସହ ଲୋକଙ୍କୁ ସତର୍କ କରାଯାଉଛି।
ଏଭଳି ସ୍ଥିତିରେ ଭୁବନେଶରରେ ରେଳ ଷ୍ଟେଶନରେ ସୋମବାର ଆର୍‌ପିଏଫ୍ ପକ୍ଷରୁ ଫ୍ଳାଗ ମାର୍ଚ୍ଚ କରାଯିବା ସହ ଲୋକଙ୍କୁ ସଚେତନ କରାଯାଉଛି। ଏପରିକି ମେଟାଲ ଡିଟେକ୍ଟର ସାହାର‌୍ୟ୍ୟରେ ତନ୍ନତନ୍ନ କରି ଯାଞ୍ଚ କରାଯାଇଛି।
ଏପରିକି କୌଣସି ସନ୍ଦିଗ୍ଧ ବ୍ୟକ୍ତି କିମ୍ବା ସନ୍ଦେହ ଜନକ ଜିନିଷ ଦେଖିବା ମାତ୍ରେ ତୁରନ୍ତ ଜିଆର୍‌ପି କିମ୍ବା ଆର୍‌ପିଏଫ୍‌କୁ ସୂଚନା ଦେବାକୁ ଜନସାଧାରଣଙ୍କୁ କୁହାଯାଉଛି। କୌଣସି ଲୋକ ସନ୍ଦେହଜନକ କାର୍ଯ୍ୟ କରୁଥିଲେ ତୁରନ୍ତ ଆର୍‌ପିଏଫକୁ ଖବର ଦେବାକୁ କୁହାଯାଇଛି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031