Legatus

ଭୁଶୁଡିଲା ନିର୍ମାଣାଧିନ କଲଭର୍ଟ, ଗାଧୋଇବା ବେଳେ ଚାଲିଗଲା ୫ଜଣଙ୍କ ଜୀବନ

 Breaking News

ଭୁଶୁଡିଲା ନିର୍ମାଣାଧିନ କଲଭର୍ଟ, ଗାଧୋଇବା ବେଳେ ଚାଲିଗଲା ୫ଜଣଙ୍କ ଜୀବନ

July 31
12:04 2023

ରାୟଗଡ଼ା,୩୧/୭: ଭୁଶୁଡ଼ିଲା ନିର୍ମାଣାଧୀନ କଲଭର୍ଟ ଛାତ। ଆଜି ସକାଳେ ଘଟିଥିବା ଏହି ଅଘଟଣରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୪ ଶିଶୁ ଅଛନ୍ତି। ରାୟଗଡ଼ା କଲ୍ୟାଣସିଂହପୁର ଉପରସାଜା ନିକଟରେ ଘଚିଛି ଏହି ଅଘଟଣ। ଏହି ଅଘଟଣ ଯୋଗୁ ଆହୁରି କିଛି ଲୋକ ଆହତ ହୋଇଥିବା ଜଣାଯାଇଛି।
କଲ୍ୟାଣସିଂହପୁର ଉପରସାଜା ନିକଟ ଏକ ନାଳ ଉପରେ ଏକ କଲଭର୍ଟ କାମ ଚାଲିଥିବା ବେଳେ ୨ ମାସ ହେଲା ତାହାର ଛାତ ପଡ଼ିଛି। ଏହାପରେ ଲଗାଣ ବର୍ଷା ଆରମ୍ଭ ହେବାରୁ କଲଭର୍ଟ କାମ ଅଟକି ରହିଥିଲା। ଉକ୍ତ କଲଭର୍ଟର ସେଣ୍ଟ୍ରିଂ ଏ ଯାଏ ବାହାରିନି ।
ଉକ୍ତ ନାଳ ଉପରେ ଆଖପାଖ ଲୋକେ ଗାଧୋଇବା ପାଇଁ ନିର୍ଭର କରିଥାନ୍ତି। ସବୁ ଦିନ ପରି ଆଜି ବି କିଛି ଲୋକ ଓ ଶିଶୁ ଉକ୍ତ ନାଳରେ ଗାଧୋଉଥିଲେ। ଏହି ସମୟରେ ୫ ଜଣଙ୍କ ଉପରେ ବ୍ରିଜଟି ଖସି ପଡ଼ିବାରୁ ଘଟଣାସ୍ଥଳରେ ହିଁ ସେମାନଙ୍କ ମୃତ୍ୟୁ ହୋଇଥିଲା।
ଏହି ଅଘଟଣ ଯୋଗୁ କିଛି ଆହତ ହୋଇଥିବା ବେଳେ ସେମାନଙ୍କ ବିଷୟରେ ସବିଶେଷ ତଥ୍ୟ ମିଳି ପାରିନି। ତେବେ ଘଟଣା ଘଟିବାର ବହୁ ସମୟ ପରେ ବି କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନ ଥିବାରୁ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି।
ରାୟଗଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିର୍ମାଣଧୀନ ବ୍ରିଜଟି ଭୁଶୁଡ଼ି ପଡ଼ିବାରୁ ଅକାଳରେ ୫ ନିରୀହ ଜୀବନ ଚାଲି ଯାଇଛି। ଠିକାଦାରଙ୍କ ନିମ୍ନମାନର କାମ ହେତୁ ବହୁ ପରିବାର ଉଜୁଡ଼ି ଗଲା ବୋଲି ସାଧାରଣ ଲୋକ ଅଭିଯୋଗ କରିଛନ୍ତି। ୨ ଚକିଆ ଯାନ ସମେତ ଲୋକଙ୍କ ଯାତାୟତ ନିମନ୍ତେ ଏହି କଲଭର୍ଟ ନିର୍ମିତ ହୋଇଥିଲା । ମାତ୍ର କାର‌୍ୟ୍ୟକ୍ଷମ ହେବା ପୂର୍ବରୁ ଏହା ଭୁଶୁଡ଼ିଗଲା।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31