Indus Valley Times

ଭୂତ ନେଉଥିଲେ ରାସନ୍ ଚାଉଳ : ସତ ଜାଣିଲେ ଆପଣ ହେଇଯିବେ କାବା

 Breaking News

ଭୂତ ନେଉଥିଲେ ରାସନ୍ ଚାଉଳ : ସତ ଜାଣିଲେ ଆପଣ ହେଇଯିବେ କାବା

ଭୂତ ନେଉଥିଲେ ରାସନ୍ ଚାଉଳ : ସତ ଜାଣିଲେ ଆପଣ ହେଇଯିବେ କାବା
September 11
16:11 2025

ଭୁବନେଶ୍ୱର, ୧୧/୯ : ରାସନକାର୍ଡରେ ଇ-କେୱାଇସି ସଂଯୋଗୀକରଣ ନିୟମ ଲାଗୁ ହେବା ପରେ ଧରାପଡ଼ିଛନ୍ତି ଲକ୍ଷ ଲକ୍ଷ ଭୂତ ହିତାଧିକାରୀ ।
ରାସନ କାର୍ଡ ପାଇଁ ଇ-କେୱାଇସି ଲାଗୁ କରିବା ପରେ ୫ ଲକ୍ଷ ୭୫ ହଜାର କାର୍ଡ ମୃତ ବ୍ୟକ୍ତିଙ୍କ ନାମରେ ରହିଥିଲା । ଖାଲି ସେତିକି ନୁହେଁ ୧ ଲକ୍ଷ ୫ ଜଣ ଲକ୍ଷ କରଦାତା ମଧ୍ୟ ରାସନକାର୍ଡ ହାତେଇଥିବା ଧରାପଡ଼ିଥିଲେ । ଏ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରକାଶ କରିଛନ୍ତି ।
ଆୟକର ଦେଉଥିବା ବ୍ୟକ୍ତିମାନେ ସରକାରଙ୍କ ତାଗିଦ ପରେ ସ୍ୱେଚ୍ଛାକୃତ ଭାବରେ ସେମାନଙ୍କର କାର୍ଡ ଫେରାଇ ଦେଇଥିଲେ । ଏହି ପଦକ୍ଷେପ ଦ୍ୱାରା ୬ ଲକ୍ଷ ଗରିବ ପରିବାରକୁ ରାସନ କାର୍ଡ ପାଇବାକୁ ସୁଯୋଗ ପାଇଥିଲେ ।
ସେହିପରି ଅଯୋଗ୍ୟ ଏବଂ ଧନୀ ବ୍ୟକ୍ତିମାନଙ୍କ ଦ୍ୱାରା ଭୁଲ ଭାବରେ ରଖାଯାଇଥିବା ଅନ୍ତ୍ୟୋଦୟ କାର୍ଡ ସମେତ କାର୍ଡଗୁଡ଼ିକୁ ବାତିଲ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031