Indus Valley Times

ଭୂଷଣ୍ଡପୁର ବିସ୍ଫୋରଣ ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ; ପୁରୀ ଡିଏଫଓଙ୍କୁ ତଦନ୍ତ ଭାର ନ୍ୟସ୍ତ

 Breaking News

ଭୂଷଣ୍ଡପୁର ବିସ୍ଫୋରଣ ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ; ପୁରୀ ଡିଏଫଓଙ୍କୁ ତଦନ୍ତ ଭାର ନ୍ୟସ୍ତ

March 06
18:59 2023

ଟାଙ୍ଗୀ,୬/୩: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଭୁଷଣ୍ଡପୁରରେ ବାଣ ବିସ୍ଫୋରଣ ଘଟଣାରେ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚିଛି ।
ସାଇଣ୍ଟିଫିକ୍ ଟିମ୍ ବାଣ ବିସ୍ଫୋରଣ ହୋଇଥିବା ଘର ବୁଲି ଦେଖିବା ସହ ବିଭିନ୍ନ ସାମଗ୍ରୀ ଜବତ କରିଛନ୍ତି । ଟିମ ପକ୍ଷରୁ ଘଟଣାସ୍ଥଳରୁ ବାରୁଦ, ଗନ୍ଧକ, ଖାର, ସେଲୋଟେପ, କିଛି କାଗଜପତ୍ର, ସୁତୁଲି ଭଳି ସାମଗ୍ରୀର ନମୁନା ସଂଗ୍ରହ କରାଯାଇଛି । ତେବେ ବାଣ ବିସ୍ଫୋରଣକୁ ନେଇ ବଡ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ।
ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ କହିଛନ୍ତି ଯେ ବିନା ଅନୁମତିରେ ବାଣ ତିଆରି ହେଉଥିଲା । ଉଲ୍ଲେଖ ଥାଉ କି ଆଜି ସକାଳେ ଟାଙ୍ଗୀ ଥାନା ଅନ୍ତର୍ଗତ ଭୁଷଣ୍ଡପୁରରେ ବାଣ ତିଆରି ଚାଲିଥିବାବେଳେ ବିସ୍ଫୋରଣ ହୋଇଥିଲା ।
ଏଥିରେ ଘଟଣାସ୍ଥଳରେ ହିଁ ୪ଜଣଙ୍କ ପ୍ରାଣହାନି ଘଟିଥିଲା । ଏହାଛଡ଼ା ବିସ୍ଫୋରଣରେ ୩ ଜଣ ଗୁରୁତର ଥିବା ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି ଜଣାଯାଇଛି। ସୂଚନା ମୁତାବକ ମାଲିକ ହଟ ବେହେରାଙ୍କ ପାଇଁ ମୃତାହତମାନେ ବାଣ ପ୍ରସ୍ତୁତ କରୁଥିଲେ।

About Author

indadmin

indadmin

Related Articles

Archives

Calendar

November 2024
M T W T F S S
 123
45678910
11121314151617
18192021222324
252627282930