Indus Valley Times

ଭୋଟ ଦେଇ ନପାରିବାରୁ ବିଡିଓଙ୍କୁ ଅଟକ ରଖିଲେ ଗ୍ରାମବାସୀ

 Breaking News

ଭୋଟ ଦେଇ ନପାରିବାରୁ ବିଡିଓଙ୍କୁ ଅଟକ ରଖିଲେ ଗ୍ରାମବାସୀ

ଭୋଟ ଦେଇ ନପାରିବାରୁ ବିଡିଓଙ୍କୁ ଅଟକ ରଖିଲେ ଗ୍ରାମବାସୀ
February 23
21:07 2022

ଭୁବନେଶ୍ବର,୨୩/୨: ବୁଧବାର ଦିନ ଗଞ୍ଜାମ ଜିଲ୍ଲା ପାତ୍ରପୁର ବିଡ଼ିଓ ପ୍ରକାଶ ଦାସଙ୍କୁ କେତେକ ଗ୍ରାମବାସୀ ଆକ୍ରମଣ କରିବା ସହ ଅଟକ ରଖିଥିବା ସୂଚନା ମିଳିଛି । ଭୋଟ ତାଲିକାରେ ନାଁ ନଥିବାରୁ ଗତ ୨୦ ତାରିଖରେ ୩ୟ ପର‌୍ୟ୍ୟାୟ ନିର୍ବାଚନରେ ଭୋଟଦାନରୁ ବଂଚିତ ହୋଇଥିବା ତୁମ୍ବା ପଞ୍ଚାୟତର ଧାଡ଼ିଆମ୍ବ ଗ୍ରାମବାସୀ ଏଭଳି କାଣ୍ଡ ଘଟାଇଥିବା ଜଣାପଡ଼ିଛି । ବିଡିଓ ଶ୍ରୀଦାସ ତୁମ୍ବା ଗ୍ରାମରେ ବିଦ୍ୟାଳୟ ରୂପାନ୍ତରଣ କାର‌୍ୟ୍ୟ ଦେଖି ଫେରିବା ବାଟରେ ତାଙ୍କୁ ଆକ୍ରମଣ ସହ ଅଟକ ରଖାଯାଇଥିବା ସୂଚନା ମିଳିଛି ।
ବିଡିଓଙ୍କୁ ଉତ୍ତ୍ୟକ୍ତ ଲୋକେ ଅଟକ ରଖିଥବା ଖବର ପାଇ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ, ବ୍ରହ୍ମପୁର ଉପଜିଲ୍ଲାପାଳ, ପାତ୍ରପୁର ତହସିଲଦାର, ଜରଦା ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସେମାନେ ଗ୍ରାମବାସୀଙ୍କୁ ବୁଝାଇବା ସହ ବିଡିଓଙ୍କୁ ମୁକୁଳାଇବା ପ୍ରୟାସ କରୁଥିବା ସୂଚନା ମିଳିଛି।
ଉଳ୍ଲେଖଯୋଗ୍ୟ, ପୂର୍ବରୁ ଯାଜପୁର ଜିଲ୍ଲା କୋରେଇ ବ୍ଲକ ଗୋଳେଇପୁର ପଂଚାୟତରେ ୩ୟ ପର‌୍ୟ୍ୟାୟ ନିର୍ବାଚନ ବେଳେ ସ୍ଥାନୀୟ ବିଡିଓଙ୍କ ଉପରେ ଆକ୍ରମଣ ହୋଇଥିଲା । ସୋତି ୟୁଜିଏମ୍ଇ ସ୍କୁଲ ଭୋଟଗ୍ରହଣ କେନ୍ଦ୍ରରେ ରିଗିଂ ହେଉଥିବା ଖବରପାଇ ବିଡିଓ ରଂଜନ କୁମାର ପରିଡ଼ା ପହଞ୍ଚିଥିବା ବେଳେ ତାଙ୍କୁ ଦୁର୍ବୃତ୍ତମାନେ ଧକ୍କା ମାରି ଆକ୍ରମଣ କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031