Indus Valley Times

ଭୟଙ୍କର ଦୁର୍ଘଟଣା, ଟ୍ରକ ସହ ଜଳିଗଲେ ଡ୍ରାଇଭର ଏବଂ ହେଲ୍‌ପର୍‌

 Breaking News

ଭୟଙ୍କର ଦୁର୍ଘଟଣା, ଟ୍ରକ ସହ ଜଳିଗଲେ ଡ୍ରାଇଭର ଏବଂ ହେଲ୍‌ପର୍‌

December 28
12:03 2024

ଭବାନୀପାଟଣା, ୨୮/୧୨ : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ପାସ୍ତିକୁଡ଼ି ନିକଟରେ ଶନିବାର ଭୋର ୪ଟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁଇ ଟ୍ରକ୍ ମଧ୍ୟରେ ଧକ୍କା ଘଟି ଅଗ୍ନିକାଣ୍ଡ ହୋଇଛି। ଏଥିରେ ଜଣେ ଟ୍ରକ୍ ଡ୍ରାଇଭର ଏବଂ ହେଲ୍‌ପର ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ବେଳେ ଆଉ ଜଣେ ଟ୍ରକ୍ ଡ୍ରାଇଭରଙ୍କ ପତ୍ତା ମିଳୁନି।
ନିଆଁ ଲାଗିଥିବା ଦେଖି ସ୍ଥାନୀୟ ଲୋକେ ଉଦ୍ଧାର କାର‌୍ୟ୍ୟ ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ। କିନ୍ତୁ ସେତେବେଳକୁ କୋଇଲା ବୋଝେଇ ଟ୍ରକର୍ ଡ୍ରାଇଭର ଏବଂ ହେଲ୍‌ପର ଜୀବନ୍ତ ଦଗ୍ଧ ହୋଇ ସାରିଥିଲେ। ଚାଉଳ ବୋଝେଇ ଟ୍ରକ୍ ଡ୍ରାଇଭରଙ୍କ ପତ୍ତା ମିଳି ପାରୁନି।
ଖବରପାଇ ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲେ। ଦୁର୍ଘଟଣା କିପରି ଘଟିଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

୧.

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031