Indus Valley Times

ଭୟଙ୍କର ସଡ଼କ ଦୁର୍ଘଟଣା, ଖାଇକୁ ଖସିଲା ବସ୍, ୩୦ଜଣ ମୃତ

 Breaking News

ଭୟଙ୍କର ସଡ଼କ ଦୁର୍ଘଟଣା, ଖାଇକୁ ଖସିଲା ବସ୍, ୩୦ଜଣ ମୃତ

ଭୟଙ୍କର ସଡ଼କ ଦୁର୍ଘଟଣା, ଖାଇକୁ ଖସିଲା ବସ୍, ୩୦ଜଣ ମୃତ
February 08
09:03 2023

ଇସ୍ଲାମାବାଦ୍, ୮/୨: ମଙ୍ଗଳବାର ଦିନ ଖୈବର୍-ପଖ୍ତୁନ୍ଖ୍ବାର କୋହିସ୍ତାନ ଜିଲ୍ଲା ଦେଇ ପଡ଼ିଥିବା କାରାକୋରମ୍ ରାଜପଥରେ ପରସ୍ପର ସହିତ ଧକ୍କା ଖାଇବା ପରେ ଗୋଟିଏ ଯାତ୍ରୀବାହୀ ବସ୍ ଓ ଗୋଟିଏ କାର୍ ଗଭୀର ଖାଇରେ ପଡ଼ିଯିବାରୁ ପ୍ରାୟ ୩୦ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି ଓ ଆଉ ୧୫ଜଣ ଆହତ ହୋଇଥିବା କଥା ‘ଜିଓ ନିଉଜ୍’ ରିପୋର୍ଟ କରିଛି।
ସ୍ଥାନୀୟ ପୁଲିସ କହିବା ଅନୁସାରେ, ଯାତ୍ରୀବାହୀ ବସ୍ଟି ଗିଲ୍ଗିଟ୍ରୁ ରାୱଲପିଣ୍ଡି ଅଭିମୁଖେ ଯାଉଥିବା ବେଳେ ଶିତିୟାଲ୍ ଅଞ୍ଚଳରେ ସଡ଼କର ବିପରୀତ ଦିଗରୁ ଆସୁଥିବା ଗୋଟାଏ କାର୍ ସହିତ ମୁହାଁମୁହିଁ ଧକ୍କା ଖାଇଥିଲା। ଖବର ପାଇବା ପରେ ପୁଲିସ ଓ ଉଦ୍ଧାରକାରୀ କର୍ମଚାରୀମାନେ ଘଟଣାସ୍ଥଳକୁ ଧାଇଁ ଯାଇଥିଲେ। ସେଠାରୁ ମୃତାହତମାନଙ୍କୁ ଉଦ୍ଧାର କରି ‘ଆର୍ଏଚ୍ସି’ ହସ୍ପିଟାଲ୍କୁ ପଠାଇଥିଲେ।

Tags
bus
Share

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031