Indus Valley Times

ଭୟଭିତ ହୁଅନ୍ତୁ ନାହିଁ, ମାସ୍କ ପିନ୍ଧନ୍ତୁ ଏବଂ ସତର୍କ ରୁହନ୍ତୁ: ମୁଖ୍ୟ ଶାସନ ସଚିବ

 Breaking News

ଭୟଭିତ ହୁଅନ୍ତୁ ନାହିଁ, ମାସ୍କ ପିନ୍ଧନ୍ତୁ ଏବଂ ସତର୍କ ରୁହନ୍ତୁ: ମୁଖ୍ୟ ଶାସନ ସଚିବ

ଭୟଭିତ ହୁଅନ୍ତୁ ନାହିଁ, ମାସ୍କ ପିନ୍ଧନ୍ତୁ ଏବଂ ସତର୍କ ରୁହନ୍ତୁ: ମୁଖ୍ୟ ଶାସନ ସଚିବ
January 19
19:02 2022

ଭୁବନେଶ୍ବର, ୧୯/୧: କରୋନା ସଂକ୍ରମଣର ୩ୟ ଲହର ସମଗ୍ର ବିଶ୍ବ ସମେତ ଓଡ଼ିଶାରେ ମଧ୍ୟ ଜାରି ରହିଛି। ପ୍ରଥମ ଓ ୨ୟ ଲହର ତୁଳନାରେ କରୋନାର ୩ୟ ଲହର ସେତିକି ଭୟଙ୍କର ନାହିଁ। ଏହାର ଉଦାହରଣ ହେଲା ବହୁତ କମ୍ ପରିମାଣରେ ଲୋକେ ହସ୍ପିଟାଲକୁ ଯାଉଛନ୍ତି।
ଅର୍ଥାତ କରୋନା ସଂକ୍ରମିତ ଅଧିକାଂଶ ଲୋକ ଗୃହ ସଂଗରୋଧରେ ଭଲ ହୋଇଯାଉଛନ୍ତି। ରାଜ୍ୟରେ କୋଭିଡ-୧୯ ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ବୁଧବାର ସନ୍ଧ୍ୟାରେ ଏହି ସୂଚନା ଦେଇଛନ୍ତି।
ମୁଖ୍ୟ ଶାସନ ସଚିବ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶାନୁସାରେ ଜନସାଧାରଣଙ୍କ ଜୀବିକାକୁ ଅଧିକ ଗୁରୁତ୍ବ ଦିଆଯାଇଛି। ରାଜ୍ୟରେ ଲକ୍ଡାଉନ୍ ଓ ସଟ୍ଡାଉନ୍ କରାଯାଇ ନାହିଁ। ଜନସାଧାରଣଙ୍କ ସହଯୋଗରେ ଆମେ କରୋନାକୁ ସଫଳ ମୁକାବିଲା କରୁଛେ। ୩ୟ ଲହର ଆରମ୍ଭ ହେବା ଦିନ ଠାରୁ ୭ ଦିନ ମଧ୍ୟରେ ସମସ୍ତ କୋଭିଡ ହସ୍ପିଟାଲକୁ ପ୍ରସ୍ତୁତ କରାଯାଇଛି। ବର୍ତ୍ତମାନ ୭ ଦିନ ମଧ୍ୟରେ ୧୦ରୁ ୧୧ ହଜାର ଦୈନିକ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି। ପ୍ରାୟ ୨ ପ୍ରତିଶତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଉଛି।
ପ୍ରଥମ ଓ ୨ୟ ଲହରରେ ୧୨ ପ୍ରତିଶତ କରୋନା ପଜିଟିଭ ଡାକ୍ତରଖାନାରେ ଭର୍ତ୍ତି ହେଉଥିଲେ। ୨ୟ ଲହର ସମୟରେ ରାଜ୍ୟରେ ଅକ୍ସିଜେନ ଓ ଆଇସୋଲେସନର ବହୁତ ଆବଶ୍ୟକତା ପଡୁଥିଲା। ଏବେ କିନ୍ତୁ ପରିସ୍ଥିତି ଓଲଟା। ଏବେ ରାଜ୍ୟରେ ଅକ୍ସିଜେନ ଓ ଆଇସୋଲେସନର ଆବଶ୍ୟକତା କମ ପଡୁଛି।
ଲୋକେ କରୋନାକୁ ଭୟ କରନ୍ତୁ ନାହିଁ। ଏପର୍ଯ୍ୟନ୍ତ ୧୦ ପ୍ରତିଶତ ହସ୍ପିଟାଲ ବେଡ ପୂରିଛି। ଅର୍ଥାତ ୯୦ ପ୍ରତିଶତ ବେଡ ଖାଲି ରହୁଛି। କିନ୍ତୁ କରୋନାରୁ ବର୍ତ୍ତିବା ଲାଗି ଆମକୁ ସତର୍କ ରହିବାକୁ ପଡ଼ିବ। ବାହାରକୁ ଯାଉଥିବା ଲୋକେ ମାସ୍କ ପିନ୍ଧିବେ। ଅନ୍ୟମାନଙ୍କ ସହିତ କଥା ହେବା ବେଳେ ମାସ୍କ ବ୍ୟବହାର କରନ୍ତୁ। ଭିଡ଼ ନଲଗାଇଲେ ଭଲ। ପରିବାରରେ ମଧ୍ୟ କୋଭିଡ ସତର୍କତା ପ୍ରତି ନଜର ରଖନ୍ତୁ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031