Indus Valley Times

ମଇ ୬ ରୁ ମା’ ପାଟଖଣ୍ଡା ଠାକୁରାଣୀ ଯାତ୍ରା, ଜୁନ ୨ ରେ ଶେଷ: ୨୮ ଦିନ ଅସ୍ଥାୟୀ ମଣ୍ଡପରେ ଦର୍ଶନ ଦେବେ: ଆଧ୍ୟାତ୍ମିକମୟ ପରିବେଶରେ ଶୁଭଖୁଣ୍ଟି ସ୍ଥାପନ

 Breaking News

ମଇ ୬ ରୁ ମା’ ପାଟଖଣ୍ଡା ଠାକୁରାଣୀ ଯାତ୍ରା, ଜୁନ ୨ ରେ ଶେଷ: ୨୮ ଦିନ ଅସ୍ଥାୟୀ ମଣ୍ଡପରେ ଦର୍ଶନ ଦେବେ: ଆଧ୍ୟାତ୍ମିକମୟ ପରିବେଶରେ ଶୁଭଖୁଣ୍ଟି ସ୍ଥାପନ

ମଇ ୬ ରୁ ମା’ ପାଟଖଣ୍ଡା ଠାକୁରାଣୀ ଯାତ୍ରା, ଜୁନ ୨ ରେ ଶେଷ: ୨୮ ଦିନ ଅସ୍ଥାୟୀ ମଣ୍ଡପରେ ଦର୍ଶନ ଦେବେ: ଆଧ୍ୟାତ୍ମିକମୟ ପରିବେଶରେ ଶୁଭଖୁଣ୍ଟି ସ୍ଥାପନ
April 23
22:23 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୨୩/୪: କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ‘ପାଟଖଣ୍ଡା ଠାକୁରାଣୀଙ୍କ ଯାତ୍ରା ପାଇଁ ମଙ୍ଗଳବାର ରାତିରେ ଗାନ୍ଧୀ ଛକ ସ୍ଥିତ ମା ‘ବରାଳ ଦେବୀ ମନ୍ଦିର ଅସ୍ଥାୟୀ ମଣ୍ଡପ ନିକଟରେ ଶୁଭଖୁଣ୍ଟି ସ୍ଥାପିତ ହୋଇଛି ।
ମା’ଙ୍କ ମୁଖ୍ୟମନ୍ଦିରରୁ ଶୁଭଖୁଣ୍ଟିକୁ ପୂଜାର୍ଜନା କରାଯାଇ ଅଣାଯିବା ପରେ ଆଧ୍ୟାତ୍ମିକମୟ ପରିବେଶ ମଧ୍ୟରେ ଓ ବିଶାଳ ପଟୁଆରରେ ଅସ୍ଥାୟୀ ମଣ୍ଡପ ନିକଟରେ ସ୍ଥାପନ କରାଯାଇଥିଲା । ଏହାସହ ଚଳିତବର୍ଷ ମା’ଙ୍କ ଦ୍ବିବାର୍ଷିକ ଯାତ୍ରା ପାଇଁ ଆରମ୍ଭ ହୋଇଯାଇଛି ବ୍ୟାପକ ପ୍ରସ୍ତୁତି।
ଚଳିତବର୍ଷ ଯାତ୍ରା ମଇ ୬ ତାରିଖରୁ ଆରମ୍ଭ ହୋଇ ଜୁନ ୨ରେ ଶେଷ ହେବ କ୍ଷ ୨୮ ଦିନ ବ୍ୟାପୀ ମା’ ଅସ୍ଥାୟୀ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେବେ। ନିଷ୍ପତ୍ତି ଅନୁସାରେ, ମଇ ୬ ତାରିଖ ରାତ୍ରରେ ମା’ଙ୍କୁ ଆଣିବା ପାଇଁ ଘଟ ଧାରୀ ମାନେ ଘରୁ ବାହାରି ସ୍ଥାୟୀ ମନ୍ଦିରକୁ ଯିବେ। ଏହାପରେ ବିଳମ୍ବିତ ରାତ୍ର ମଧ୍ୟରେ ମା\’ ଅସ୍ଥାୟୀ ମନ୍ଦିରକୁ ପ୍ରବେଶ କରିବେ ଜୁନ ୨ ତାରିଖ ବିଳମ୍ବିତ ରାତିରେ ନିଜସ୍ବ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ ।
ତାରିଖ ଘୋଷଣା ପରେ ସମଗ୍ର ବାଲିଗୁଡା ସହର ଉତ୍ସବମୁଖର ହୋଇଉଠିଛି। ଏହାପୂର୍ବରୁ ମଙ୍ଗଳବାର ସକାଳୁ ଯାତ୍ରା ପରିଚାଳନା କମିଟିଙ୍କ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ବାରା ଅଞ୍ଚଳ ବାସୀଙ୍କୁ ଶୁଭଖୁଣ୍ଟି ସ୍ଥାପନ ଓ ଯାତ୍ରା ତାରିଖ ଘୋଷଣା ନେଇ ଅବଗତ କରାଯାଇଥିଲା ।
ରୀତିନୀତି ଅନୁସାରେ ମା’ଙ୍କ ଦୀପ ଲଗାଇ ପୂଜାପାଠ ଓ ଆବାହନ ପରେ ବାଉଁଶ ଶୁଭଖୁଣ୍ଟି କୁ ଧରି ଆସିଥିଲେ । ଶୁଭଖୁଣ୍ଟିକୁ ସ୍ଥାୟୀ ମନ୍ଦିରକୁ ପଟୁଆର ଓ ବାଜାବାଜଣା ସହ ଅଣା ଯାଇଥିଲା।
ଏହାପରେ ମା’ କନକଦୁର୍ଗା ନୁଆସାହି, ମା’ ଡେଙ୍ଗସିଲ, ମା’ ବରାଳଦେବୀ ଓ ମା’ ମହାମାୟୀଙ୍କ ଠାରୁ ମା’ଙ୍କ ଆଜ୍ଞାମାଳ ମିଳିବା ପରେ ଶୁଭଖୁଣ୍ଟିକୁ ମା’ବରାଳ ଦେବୀ ମନ୍ଦିର ସମ୍ମୁଖରେ ସ୍ଥାପନ କରାଯାଇଥିଲା । ବାଜା ରୋଷଣୀରେ ସମଗ୍ର ସହର ପ୍ରକମ୍ପିତ ହୋଇ ଉଠିଥିଲା ।
ଏଥିରେ ମା ‘ ପାଟଖଣ୍ଡା ଦୁର୍ଗାପୂଜା ସମିତିର ସଭାପତି ଲଳିତ କୁମାର ପାତ୍ର, ସମ୍ପାଦକ ଶିବରାମ ପ୍ରଧାନୀ, କୋଷାଧକ୍ଷ ଅଶୋକ କୁମାର ସାହୁ ଏବଂ ଏହି ଠାକୁରାଣୀ ଯାତ୍ରାର ଏକ ୫ଜଣିଆ କମିଟି ସଦସ୍ୟ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031