Indus Valley Times

ମଙ୍କିପକ୍ସ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା, ଗାଇଡଲାଇନକୁ ନେଇ ସତର୍କ ରହିବାକୁ ନିର୍ଦ୍ଦେଶ

 Breaking News

ମଙ୍କିପକ୍ସ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା, ଗାଇଡଲାଇନକୁ ନେଇ ସତର୍କ ରହିବାକୁ ନିର୍ଦ୍ଦେଶ

July 29
15:41 2022

ଭୁବନେଶ୍ୱର, ୨୯/୭: ଯେଉଁଠି ଲକ୍ଷଣ ବାହାରୁଛି, ସେଠି ନିକଟସ୍ଥ ଡାକ୍ତରଖାନାକୁ ଯାଆନ୍ତୁ। ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଆଶା କର୍ମୀ ଏବଂ ଏଏନଏମ କର୍ମୀ ମଧ୍ୟ ରହିଛନ୍ତି। ଲକ୍ଷଣ ଆସିଲେ ସେମାନଙ୍କୁ ଖବର ଦେଇପାରିବେ। ଯେଉଁ ଗାଇଡ ଲାଇନ୍ ଦିଆଯାଇଛି ତାକୁ ନେଇ ସତର୍କ ରହିବା ଆବଶ୍ୟକ।
ଯଦି କୌଣସି ଲକ୍ଷଣ ଦେଖାଯାଉଛି ତେବେ ତୁରନ୍ତ ଟେଷ୍ଟ କରି ଆଇସୋଲେସନରେ ରୁହନ୍ତୁ। ଯଦି ଜ୍ଵର ହେଇ ଗଳାରେ ଗୁଳା ହୁଏ, ହାତ ଓ ଗୋଡ ଆଗ ଜାଗାରେ ଘା ହୋଇ ଫୋଟକା ହୁଏ ।
ତେବେ ସ୍ୱାସ୍ଥ୍ୟ ବିଭାଗକୁ ଜାଣନ୍ତୁ, ଏବଂ ନିଜକୁ ଆଇସୋଲେଟରେ ରୁହନ୍ତୁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ମୁଖ୍ୟ ହସ୍ପିଟାଲ ମାନଙ୍କରେ ଆଇସୋଲେଟ୍ ବେଡ଼ ରଖାଯାଇଛି। ଯଦି କୌଣସି କାରଣରୁ ଗୁରୁତର ରୋଗୀ ଆସନ୍ତି ତେବେ ସେମାନଙ୍କ ପାଇଁ ଆଇସିୟୁ ବେଡ଼ ରଖାଯାଇଛି। ମଙ୍କିପକ୍ସ ଜଟିଳ ହେଲେ ନିମୋନିଆ ଏବଂ ବ୍ରେନ୍ ଉପରେ ପ୍ରଭାବ ପକାଏ ।
ଏହାକୁ ଦୃଷ୍ଟିରେ ରଖି ପ୍ରାଥମିକ ଚିକିତ୍ସା ସହ ଆଇସିୟୁର ମ୍ୟାନେଜମେଣ୍ଟ ଆବଶ୍ୟକ ପଡ଼ିଲେ ଅଲଗା ବ୍ୟବସ୍ଥା କରାଯାଇଛି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କୌଣସି ରୋଗୀ ଚିହ୍ନଟ ହୋଇନାହାନ୍ତି। ଯେଉଁଠି ଲକ୍ଷଣ ବାହାରୁଛି ପାଖ ଡାକ୍ତରଖାନା ଯାଆନ୍ତୁ। କିମ୍ବା ଆଶା କର୍ମୀ ଏବଂ ଏଏନଏମ କର୍ମୀ ମଧ୍ୟ ରହିଛନ୍ତି। ଲକ୍ଷଣ ଆସିଲେ ସେମାନଙ୍କୁ ଖବର ଦେଇପାରିବେ।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031