Indus Valley Times

ମଙ୍ଗଳବାର ହେବ ଅସମ୍ଭାଳ ତାତି! କଟକ- ଭୁବନେଶ୍ୱର ପାଇଁ ରେଡ୍ ୱାର୍ଣ୍ଣିଂ

 Breaking News

ମଙ୍ଗଳବାର ହେବ ଅସମ୍ଭାଳ ତାତି! କଟକ- ଭୁବନେଶ୍ୱର ପାଇଁ ରେଡ୍ ୱାର୍ଣ୍ଣିଂ

ମଙ୍ଗଳବାର ହେବ ଅସମ୍ଭାଳ ତାତି! କଟକ- ଭୁବନେଶ୍ୱର ପାଇଁ ରେଡ୍ ୱାର୍ଣ୍ଣିଂ
April 29
16:50 2024

ଭୁବନେଶ୍ବର, ୨୯/୪: ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ନେଇ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
କଟକକୁ ରେଡ୍ ଆଲର୍ଟ ଜାରି ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ବର ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ପୂର୍ବାହ୍ନ ସାଢ଼େ ୧୧ଟା ସୁଦ୍ଧା ବାଲେଶ୍ୱର ସର୍ବାଧିକ ତାପମାତ୍ରା ୪୧.୪ ଡିଗ୍ରି ସେଲସିଅସ୍ ରେକର୍ଡ କରାଯାଇଛି ।
ସେହିପରି କେନ୍ଦୁଝରରେ ୪୧ ଡିଗ୍ରି , ଭୁବନେଶ୍ୱରରେ ୪୦.୪, ଝାରସୁଗୁଡ଼ାରେ ୩୯.୮, ହୀରାକୁଦରେ ଓ ରାଉରକେଲାରେ ୩୯ ଏବଂ ସମ୍ବଲପୁରରେ ୩୮.୬ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। ଏଣେ ଚାନ୍ଦବାଲିରେ ୩୮.୨ ଡିଗ୍ରି, ପୁରୀରେ ୩୩.୮, ଗୋପାଳପୁରରେ ୩୩.୨
ମେ ୧ ତାରିଖ ପର୍ଯ୍ୟନ୍ତ ପାଗରେ ହେବନି ବିଶେଷ ପରିବର୍ତ୍ତନ। ଜାରି ରହିବ ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳି। ମେ ୨ ରୁ ୪ ପର‌୍ୟ୍ୟନ୍ତ ଉପକୂଳ ଓଡ଼ିଶାରେ ରହିବ ସାମୁଦ୍ରିକ ଝଡ଼ର ପ୍ରଭାବ। ଯାହା ପ୍ରଭାବରେ ଉପକୂଳରେ ତାପମାତ୍ରା ୨ରୁ ୩ ଡିଗ୍ରି ଖସିବା ସହ ଆର୍ଦ୍ରତା ପ୍ରଭାବରେ ଲାଗି ରହିବ ଗୁଳୁଗୁଳି। ମାତ୍ର ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି। ସାମୁଦ୍ରିକ ଝଡ଼ର ପ୍ରଭାବ ହେଲେ ବି ରାଜ୍ୟରେ ଉଷ୍ମ ଦିନ ଅନୁଭୂତ ହେବ। ଏଭଳି ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031