Indus Valley Times

ମଣିପୁର ଭିଡିଓ ଘଟଣାରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ, ଆମେ କରିବୁ: ସୁପ୍ରିମ୍ କୋର୍ଟ

 Breaking News

ମଣିପୁର ଭିଡିଓ ଘଟଣାରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ, ଆମେ କରିବୁ: ସୁପ୍ରିମ୍ କୋର୍ଟ

July 20
14:28 2023

ନୂଆଦିଲ୍ଲୀ,୨୦/୭: ମଣିପୁରର ୨ ମହିଳାଙ୍କୁ ନିବସ୍ତ୍ର କରି ରାସ୍ତାରେ ଟଣାଓଟରା କରି ନେବା ଘଟଣାର ଭିଡିଓ ଭାଇରାଲ ହେବାପରେ ଏହାକୁ ନେଇ ସମଗ୍ର ଦେଶ ଉଠୁଛି ପଡ଼ୁଛି। ଏହି ଘଟଣା ସମଗ୍ର ମାନବ ଜାତି ପାଇଁ ଅପମାନ ବୋଲି କହିବା ସହ ଏହା ସମ୍ବିଧାନର ଘୋର ଉଲ୍ଲଘଂନ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଏପରିକି କେନ୍ଦ୍ର ସରକାର ଏହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ସୁପ୍ରିମକୋର୍ଟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି ପ୍ରଧାନ ବିଚାରପତି ଡି. ୱାଇ ଚନ୍ଦ୍ରଚୂଡ଼ ।
ମଣିପୁର ଘଟଣା ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଥିବା ବେଳେ ଏହାକୁ ଆଜି ଘୋର ନିନ୍ଦା କରିଛନ୍ତି ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ଡି. ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରି ସଭ୍ୟ ମାନବ ସମାଜରେ ଏପରି ଅସାମାଜିକ କାର୍ଯ୍ୟକଳାପ କେବେ ବି ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି। ଭାଇରାଲ ହେଉଥିବା ଭିଡିଓ ସମାଜରେ ଘୋର ବିଶୃଙ୍ଖଳା ସୃଷ୍ଟି କରୁଥିବା ବେଳେ ଏହା ସାମ୍ବିଧାନିକ ଅଧିକାରର ବିପର‌୍ୟ୍ୟୟ ବୋଲି କହିଛନ୍ତି ପ୍ରଧାନ ବିଚାରପତି ।
ଖୁବ୍ ଶୀଘ୍ର କେନ୍ଦ୍ର ସରକାର ଏପରି ଲଜ୍ଜାଜନକ ଘଟଣାରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ସୁପ୍ରିମକୋର୍ଟ ନିଜ ଆଡ଼ୁ ଏହି ମାମଲାର ଶୁଣାଣି କରିବେ ବୋଲି ସେ ସ୍ପଷ୍ଟ କରିଛନ୍ତି। ଏଥିସହ ଆସନ୍ତା ୨୮ ତାରିଖରେ ସୁପ୍ରିମକୋର୍ଟ ଏହାର ଶୁଣାଣି କରିବେ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଏଥିସହ ସେ କହିଛନ୍ତି, ସଭ୍ୟ ସମାଜରେ ମହିଳାଙ୍କୁ କେବେ ବି ଦ୍ରବ୍ୟ ହିସାବରେ ବ୍ୟବହାର କରାଯାଇ ପାରିବ ନାହିଁ। ତେଣୁ ଏନେଇ କେନ୍ଦ୍ର ଓ ରାଜ୍ୟ ସରକାର କ’ଣ ସବୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି, ସେ ନେଇ ଟିକିନିଖି ଖବର ସୁପ୍ରିମକୋର୍ଟଙ୍କ ନିକଟରେ ଦାଖଲ କରିବା ଆବଶ୍ୟକ ।
ଏହି ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଆଜି ସକାଳେ ଗିରଫ କରାଯାଇଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ମଣିପୁର ମୁଖ୍ୟମନ୍ତ୍ରୀ ବୀରେନ ସିଂ। ଏଥିସହ ସମସ୍ତ ଅଭିଯୁକ୍ତଙ୍କୁ କଡ଼ା କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଫାଶୀ ଖୁଣ୍ଟରେ ଝୁଲାଇବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଚେଷ୍ଟା କରାଯିବ ବୋଲି ସେ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି।
ଦୀର୍ଘ ଦୁଇ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଚାଲିଥିବା ମଣିପୁର ହିଂସାକାଣ୍ଡକୁ ନେଇ ଆଜି ପ୍ରଥମ ଥର ମୁହଁ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ସଂସଦରେ ମୌସୁମୀ ଅଧିବେଶନ ଆରମ୍ଭ ପୂର୍ବରୁ ଏହି ଘଟଣାକୁ ନିନ୍ଦା କରିଛନ୍ତି ପ୍ରଧାନମନ୍ତ୍ରୀ। ଏହି ଘଟଣା ଖୁବ୍ ଯନ୍ତ୍ରଣା ଦେଉଛି କହିବା ସହ ଦୁଷ୍କର୍ମକାରୀଙ୍କୁ କଦାପି ଛଡାଯିବ ନାହିଁ ବୋଲି କହିଛନ୍ତି।
ଏଥିସହ ମହିଳାଙ୍କୁ ସୁରକ୍ଷା ଦେବା ପାଇଁ ଆମ ସମସ୍ତଙ୍କୁ ରାଜନୀତିଠୁ ଊର୍ଦ୍ଧ୍ୱକୁ ଯାଇ କାମ କରିବା ଉଚିତ୍ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ତେବେ ଦୁଇ ମାସର ନୀରବତା ପରେ ମଣିପୁର ପ୍ରସଙ୍ଗରେ ହଠାତ୍ ପ୍ରଧାନମନ୍ତ୍ରୀଙ୍କ ଭାଷଣବାଜୀ ସହଜରେ ବିରୋଧୀଙ୍କ ହଜମ ହେଉନି।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031