Indus Valley Times

ମନରେଗା ଯୋଜନାର ନାମ ପରିବର୍ତ୍ତନକୁ ନେଇ ଗର୍ଜିଲା କଂଗ୍ରେସ : ଗଣ ବିକ୍ଷୋଭ ସହ ଧାରଣା

 Breaking News

ମନରେଗା ଯୋଜନାର ନାମ ପରିବର୍ତ୍ତନକୁ ନେଇ ଗର୍ଜିଲା କଂଗ୍ରେସ : ଗଣ ବିକ୍ଷୋଭ ସହ ଧାରଣା

ମନରେଗା ଯୋଜନାର ନାମ ପରିବର୍ତ୍ତନକୁ ନେଇ ଗର୍ଜିଲା କଂଗ୍ରେସ : ଗଣ ବିକ୍ଷୋଭ ସହ ଧାରଣା
January 30
11:51 2026

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୩୦/୧ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ କଂଗ୍ରେସ ଦଳ ପକ୍ଷରୁ ମନରେଗା ଯୋଜନାର ନାମ ପରିବର୍ତ୍ତନ କୁ ନେଇ ଗଣ ବିକ୍ଷୋଭ ସହ ଧାରଣା ଦେଇଥିବା ଜଣାପଡିଛି ।
ଏହି ଅବସରରେ ଏକ ବିରାଟ ଶୋଭାଯାତ୍ରା ଡାକ ବଙ୍ଗଳା ପରିସରରୁ ବାହାରି ତିନିଛକ ପର‌୍ୟ୍ୟନ୍ତ ପଦଯାତ୍ରା କରି ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଗଣବିକ୍ଷୋଭ କରିବା ସହ ଧାରଣାରେ ବସିଥିଲେ ।
ଦାରିଙ୍ଗବାଡି ବ୍ଲକ୍ କଂଗ୍ରେସ୍ କମିଟି ପକ୍ଷରୁ ଭାରତ ସ୍ଵାଧୀନତା ପରଠାରୁ କଂଗ୍ରେସ ସରକାର ଯେଉଁ ଯୋଜନା ଗୁଡ଼ିକ କରିଥିଲେ, ସେହି ଯୋଜନା ଗୁଡିକ ର ନାମ ପରିବର୍ତ୍ତନ କରିଥିବା ଦେଖିବାକୁ ମିଳୁଛି ଯାହାକି ମହାତ୍ମାଗାନ୍ଧୀ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା ର ନାମ ପରିବର୍ତ୍ତନ କରିଥିବା ଏବଂ ସ୍ମାର୍ଟ୍ ମିଟର ଲଗାଇ ଗରିବ ଲୋକଙ୍କୁ ଲୁଟୁଥିବା ପ୍ରତିବାଦରେ ମୂଖ୍ୟମନ୍ତ୍ରୀ ଓ ପ୍ରଧାମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଦାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟ ଘେରାଉ କରି ଗୋଷ୍ଟି ଉନ୍ନୟନ ଅଧିକାରୀ ପ୍ରିତିରଞ୍ଜନ ରଥ ଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଥିବା ଦେଖିବାକୁ ମିଳିଛି ।
ଏହି ଗଣବିକ୍ଷୋଭ ଧାରଣାରେ ଘୁ.ଉଦୟଗିରି ବିଧାୟକ ପ୍ରଫୁଲ୍ଲ ପ୍ରଧାନ,କନ୍ଧମାଳ ଜିଲ୍ଲା ସଭାପତି ଚନ୍ଦ୍ରଶେଖର ପରିଡ଼ା,ଦାରିଙ୍ଗବାଡି ବ୍ଲକ୍ କଂଗ୍ରେସ୍ ସଭାପତି ଜିରୀମୀୟ ପ୍ରଧାନ ଙ୍କ ସମେତ ଦାରିଙ୍ଗବାଡି ବ୍ଲକ୍ ରେ ଥିବା ପଚିଶ୍ ଗୋଟି ପଞ୍ଚାୟତର କଂଗ୍ରେସ ଦଳ କର୍ମକର୍ତ୍ତା ଉପସ୍ଥିତ ଥିଲେ ।
ନିଖୋଜ ହେବାର ୨୪ ଘଣ୍ଟା ଭିତରେ ୩ ବର୍ଷର ନିଖୋଜ ଶିଶୁକୁ ଉଦ୍ଧାର କଲା ପୋଲିସ
ବାଲିଗୁଡା, ୩୦/୧ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ଥାନା ଜରିଘାଟି ର ମାଣ୍ଡିଆ ପଦର ଗ୍ରାମରୁ ବୁଧବାର ଦିନ ଏକ ୩ ବର୍ଷ ର ଶିଶୁ ନିଖୋଜ ହୋଇଯାଇଥିଲେ ।
ଏହି ଖବର ଗ୍ରାମରେ ପ୍ରଚାରିତ ହେବା ପରେ ସମଗ୍ର ଅଞ୍ଚଳ ରେ କୋକୁଆ ଭୟ ସୃଷ୍ଟି ହୋଇଥିଲା । ଘଟଣା ରୁ ପ୍ରକାଶ ଯେ, ତୁମୁଡିବନ୍ଧ ଥାନା ଜରିଘାଟି ମାଣ୍ଡିଆ ପଦର ଗ୍ରାମର ସୁନୀଲ ବଡ଼ମାଝି ଓ ସୁମିତା ବଡ଼ମାଝିଙ୍କ ୩ବର୍ଷ ୬ମାସ ର ଝିଅ ସ୍ୱପ୍ନା ବଡମାଝୀ ବୁଧବାର ରାତି ପ୍ରାୟ ୮ଘଣ୍ଟ ସମୟରେ ହଠାତ ନିଖୋଜ ହେବା ନେଇ ତୁମୁଡିବନ୍ଧ ଥାନାରେ ପରିବାର ପକ୍ଷରୁ ଏତଲା ଦିଆଯାଇଥିଲା ।
ଏତଲା କୁ ଭିର୍ତ୍ତି କରି ଥାନା କେଶ ନଂ. ୧୫/୨୬ ପ୍ରକାରେ ଏକ ମକଦ୍ଦମା ରୁଜୁ କରି ଏସଡିପିଓ ଶୁଭମ ଭୋସଲେ, ଇନସ୍ପେକ୍ଟର ଏସ. ସାମନ୍ତରାୟ ଏବଂ ଏସଆଇ ଆଶୁତୋଷ ଜେନାଙ୍କ ନେତୃତ୍ୱରେ ଗୁରୁବାର ଏକ ବିଶେଷଜ୍ଞ ଦଳ ତତ୍ପରତା ଏବଂ ସମ୍ବେଦନଶୀଳତାର ସହିତ ତଦନ୍ତ ଅବ୍ୟାହତ ରଖି ଆଖ ପାଖ ଅଞ୍ଚଳରୁ ପୋଲିସ ତୁରନ୍ତ ଏକ ସନ୍ଧାନ ଅଭିଯାନ ଆରମ୍ଭ କରି ନିକଟସ୍ଥ ଖଣ୍ଡିଆଗୁଡା ଅଞ୍ଚଳରେ ତଦନ୍ତ କରିଥିଲା।
ତଦନ୍ତ ପରେ ସୁରକ୍ଷିତ ଏବଂ ଅକ୍ଷତ ଅବସ୍ଥାରେ ମିଳିଥିଲା,ଏବଂ ଉପଯୁକ୍ତ ଯାଞ୍ଚ ଓ ପରାମର୍ଶ ପରେ ପରିବାର ନିକଟରେ ସ ସମ୍ମାନ ରେ ପୋଲିସ ବିଭାଗ ହସ୍ତାନ୍ତର କରିଥିଲେ ।
ଅଭିଯୋଗ ପରେ ପରେ ପୋଲିସ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ କରି ଶିଶୁର ସୁରକ୍ଷିତ ପୁନରୁଦ୍ଧାରକୁ ସୁନିଶ୍ଚିତ କରିପାରିଥିବାରୁ ଶିଶୁ ର ପରିବାର ପକ୍ଷରୁ କୃତଜ୍ଞତା ଜଣାଇଛନ୍ତି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031