Indus Valley Times

ମନ୍ଦିରରେ ଅଣ ସେବାୟତଙ୍କ ଦାଦାଗିରି, ଦୁଇ ଜଣଙ୍କ ଆକ୍ରମଣରେ ବରିଷ୍ଠ ସେବାୟତ ଗୁରୁତର

 Breaking News

ମନ୍ଦିରରେ ଅଣ ସେବାୟତଙ୍କ ଦାଦାଗିରି, ଦୁଇ ଜଣଙ୍କ ଆକ୍ରମଣରେ ବରିଷ୍ଠ ସେବାୟତ ଗୁରୁତର

ମନ୍ଦିରରେ ଅଣ ସେବାୟତଙ୍କ ଦାଦାଗିରି, ଦୁଇ ଜଣଙ୍କ ଆକ୍ରମଣରେ ବରିଷ୍ଠ ସେବାୟତ ଗୁରୁତର
May 15
11:08 2024

ପୁରୀ, ୧୫/୫: ପୁରୀ ସାକ୍ଷୀଗୋପାଳ ମନ୍ଦିରର ବରିଷ୍ଠ ସେବାୟତ ତଥା ପୂର୍ବତନ ସମ୍ପାଦକ କିଶୋର ଚନ୍ଦ୍ର ମହାପାତ୍ରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି। କିଶୋରଙ୍କ ମୁହଁ, ଓଠରେ କ୍ଷତ ହୋଇଥିବା ବେଳେ ଛାତିରେ ଗଭୀର ଆଘାତ ଲାଗିଛି।
ଗତକାଲି ସେବକ ସାହିରେ ଥିବା ଜାଗେଶ୍ୱରୀ ମଣ୍ଡପରେ ସାକ୍ଷୀଗୋପାଳ ମନ୍ଦିର ସେବାୟତ ସଂଘର ବୈଠକ ବସିଥିଲା। ଅଣସେବାୟତ କିଭଳି ଭାବରେ ମନ୍ଦିରରେ ସେବାୟତ ଭାବରେ ସେବା ପୂଜା କରୁଛନ୍ତି ଯାହାକୁ ନେଇ ଆପତ୍ତି ଉଠିଥିଲା। କିଶୋର ବୈଠକରେ ଏହି ଅଭିଯୋଗ କରିଥିଲେ। ଏହି କଥାକୁ ନେଇ ବଚସା ହୋଇଥିଲା। ପରେ ସେବାୟତ କୃଷ୍ଣଚନ୍ଦ୍ର ମହାପାତ୍ର ଓ ତାଙ୍କ ଭାଇ କୀର୍ତ୍ତି ରଞ୍ଜନ ମହାପାତ୍ର କିଶୋରଙ୍କ ଉପରେ ଆକ୍ରମଣ କରିଥିଲେ। ସଭାପତି ଓ ସମ୍ପାଦକଙ୍କ ଉପସ୍ଥିତିରେ ଦୁଇ ଜଣ କିଶୋରଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
କିଶୋରଙ୍କୁ ପ୍ରଥମେ ସତ୍ୟବାଦୀ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ କ୍ୟାପିଟାଲ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି। ସତ୍ୟବାଦୀ ଥାନା ପୁଲିସ ଘଟଣାର ତଦନ୍ତ କରୁଛି। ଏହି ଘଟଣାକୁ ପୁଲିସର କୌଣସି ପ୍ରତିକ୍ରିୟା ମିଳିନାହିଁ।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031