Indus Valley Times

ମମିତା ମେହେରଙ୍କ ହତ୍ୟାକାଣ୍ଡ ମାମଲା : ପୀଡ଼ିତ ପରିବାରକୁ ଭେଟିଲେ ମହିଳା କମିଶନ ଅଧ୍ୟକ୍ଷା

 Breaking News

ମମିତା ମେହେରଙ୍କ ହତ୍ୟାକାଣ୍ଡ ମାମଲା : ପୀଡ଼ିତ ପରିବାରକୁ ଭେଟିଲେ ମହିଳା କମିଶନ ଅଧ୍ୟକ୍ଷା

October 23
14:54 2021

କଳାହାଣ୍ଡି, ୨୩/୧୦: କଳାହାଣ୍ଡି ମହାଲିଙ୍ଗ୍ ସ୍ଥିତ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ ମହାଲିଙ୍ଗ୍ ରେ ପହଞ୍ଚିଲେ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା । ମହାଲିଙ୍ଗ୍ ମିନି ଷ୍ଟାଡିୟମରେ ପହଞ୍ଚି ମହିଳା କମିଶନ ଅଧ୍ୟକ୍ଷା ଅନୁଧ୍ୟାନ କଲେ ।
ଏହାପରେ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ପୀଡ଼ିତ ପରିବାରକୁ ସୁରକ୍ଷା ସହ ଘଟଣାର ନିରପେକ୍ଷ ତଦନ୍ତ ଓ ମହାଲିଙ୍ଗ୍ କଲେଜର ସ୍ଥାୟୀତ୍ବ ଉପରେ ଗୁରୁତ୍ବାରୋପର ଆବଶ୍ୟକତା ରହିଛି ବୋଲି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ପ୍ରକାଶ କରିଛନ୍ତି ।
ମମିତା ମେହେର ହତ୍ୟାକାଣ୍ଡ ଗୁରୁତ୍ବର ସହ ନେଇଛି ରାଜ୍ୟ ମହିଳା କମିଶନ । ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରାଙ୍କ ନେତୃତ୍ବରେ ୪ ଜଣିଆ ଟିମ୍ ମମିତା ମେହେରଙ୍କ ଘରେ ପହଞ୍ଚି ପରିବାର ଲୋକଙ୍କ ସହ ଆଲୋଚନା କରିଛନ୍ତି । ଦୋଷୀକୁ କଠୋରରୁ କଠୋର ଦଣ୍ଡ ମିଳୁ ବୋଲି କହିଛନ୍ତି, ମହିଳା କମିଶନ ଅଧ୍ୟକ୍ଷା ।
ଶୁକ୍ରବାର ବଲାଙ୍ଗୀର ଏସ୍ପି ଅଫିସରେ ଏସ୍ପି ନୀତିନ କୁଶଳକରଙ୍କ ସହିତ ଆଲୋଚନା କରିଥିଲେ । ଏହା ସହିତ ମହାଲିଙ୍ଗ୍ ଷ୍ଟାଡିୟମ ପରିଦର୍ଶନ କରିଛନ୍ତି ।
କଲେଜର ମହିଳା ହଷ୍ଟେଲରେ ରହିଥିବା ଛାତ୍ରୀମାନଙ୍କ ବିଷୟରେ ତଦନ୍ତ କରିବା ସହିତ ସେମାନଙ୍କ ସୁରକ୍ଷା ପାଇଁ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଏବଂ ସରକାରଙ୍କ ସହିତ ଆଲୋଚନା କରିବେ ବୋଲି ମହିଳା କମିଶନ ଅଧ୍ୟକ୍ଷା କହିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031