Indus Valley Times

ମହଲଠୁ କମ୍ ନୁହେଁ ଅମ୍ବାନୀ ପରିବାରର ଅଲିଅଳି ଇଶା ଅମ୍ବାନୀଙ୍କ ଘର: ଏତିକି ଶହ କୋଟି ସମ୍ପତ୍ତିର ମାଲିକାଣି ଇଶା

 Breaking News

ମହଲଠୁ କମ୍ ନୁହେଁ ଅମ୍ବାନୀ ପରିବାରର ଅଲିଅଳି ଇଶା ଅମ୍ବାନୀଙ୍କ ଘର: ଏତିକି ଶହ କୋଟି ସମ୍ପତ୍ତିର ମାଲିକାଣି ଇଶା

December 02
11:28 2021

ମୁମ୍ବାଇ ୧/୧୨ : ରିଲାଏନ୍ସ ଜିଓର ମାଲିକ ମୁକେଶ ଅମ୍ବାନୀ ଦେଶର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ। ଫୋର୍ବ୍ସ ତାଲିକାରେ ମୁକେଶ ଅମ୍ବାନୀ ଟପ ୧୦ ଧନୀଙ୍କ ମଧ୍ୟରେ ସାମିଲ ଅଛନ୍ତି। ପିତା ଯଦି ଏତେ ଧନୀ ତାହେଲେ ତାଙ୍କ ପୁଅଝିଅଙ୍କ ଜୀବନଶୈଳୀ କିଭଳି ହୋଇଥିବ ଆପଣ ଅନୁମାନ କରିପାରୁଥିବେ। ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀଙ୍କ ଜୀବନଶୈଳୀ କିଭଳି ଜାଣିବା।
ମୁକେଶ ଓ ନିତା ଅମ୍ବାନୀଙ୍କ ଅଲିଅଳି ଝିଅ ଇଶା ଅମ୍ବାନୀଙ୍କ ବାହାଘର ୨୦୧୮ ରେ ହୋଇଥିଲା। ଏହି ବିବାହ ଉପରେ ସାରା ବିଶ୍ୱର ନଜର ଥିଲା। ବାହାଘରରେ ପ୍ରାୟ ୧୦୦ ମିଲିୟନ ଅର୍ଥାତ ୭୨୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଇଶା ଅମ୍ବାନୀଙ୍କ ଲାଇଫଷ୍ଟାଇଲ କୌଣସି ରାଜକୁମାରୀଠୁ କମ ନୁହେଁ। ସେ ଜଣେ ବଡ ବ୍ୟବସାୟୀ ପରିବାର ବୋହୁ।
ବାହାଘର ପୂର୍ବରୁ ଇଶା ଅମ୍ବାନୀ ମୁକେଶ ଅମ୍ବାନୀଙ୍କ ଘର ଏଣ୍ଟିଲିୟାରେ ରହୁଥିଲେ। ବିବାହ ପରେ ସେ ସ୍ୱାମୀ ପିରାମଲଙ୍କ ସହ ରହୁଛନ୍ତି। ବର୍ଲି ସ୍ଥିତ ଏହି ବଙ୍ଗଳାର ନାଁ ଗୁଲାଟି। ଏହି ବଙ୍ଗଳାକୁ ୨୦୧୨ ହିନ୍ଦୁସ୍ତାନ ୟୂନିଲିଭରରୁ କିଣାଯାଇଥିଲା। ସେତେବେଳେ ଏହି ବଙ୍ଗଳାର ଦାମ ଥିଲା ପ୍ରାୟ ୧୦ ଅରବ ଡଲାର ଅର୍ଥାତ ୪୫୦ କୋଟି ଟଙ୍କା। ଏହି ବଙ୍ଗଳାକୁ ଇଶା ଅମ୍ବାନୀଙ୍କ ଶ୍ୱଶୁର ଅଜୟ ପିରାମଲ କିଣିଥିଲେ।
ବର୍ତ୍ତମାନ ଏହି ବଙ୍ଗଳାର ମୂଲ୍ୟ ଆହୁରି ଅଧିକ ବଢିଯାଇଛି। ୫ ମହଲା ବିଶିଷ୍ଟ ଏହି ବଙ୍ଗଳା ୫୦ ହଜାର ବର୍ଗଫୁଟରେ ରହିଛି। ଏଠାରେ ୩ଟି ବେସମେଣ୍ଟ, ପର୍କିଙ୍ଗ, ଗୋଟିଏ ଫ୍ଲୋରରେ ଗାର୍ଡେନ ଓ ଏୟାର ୱାଟର ବଡି ଅଛି। ବଙ୍ଗଳାରେ ଅନେକ ବେଡରୁମ, ଷ୍ଟଡି ରୁମ, ସ୍ୱିମିଙ୍ଗ ପୁଲ, ଡ୍ରେସିଂ ରୁମ ଓ ସମସ୍ତ ଲଗଜରୀ ସୁବିଧା ଉପଲବ୍ଧ।
ଇଶା ରିଲାଏନ୍ସ ଇଣ୍ଡଷ୍ଟ୍ରିର ଅନେକ କମ୍ପାନୀରେ ଗୁରୁତ୍ତ୍ୱପୂର୍ଣ ପଦବୀ ସମ୍ଭାଳିଛନ୍ତି। ଏକ ରିପୋର୍ଟ ଅନୁଯାୟୀ ତାଙ୍କର ମୋଟ ସମ୍ପତ୍ତି ପ୍ରାୟ ୧୦୦ ମିଲିୟନ ଡଲାର ଅର୍ଥାତ ୭୦୦ କୋଟି ଟଙ୍କା। ଇଶା ଅମ୍ବାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ସେୟାର ହୋଲ୍ଡର ଅଛନ୍ତି। ୨୦୧୬ ରେ ଲାକମେ ଫ୍ୟାଶନ ୱିକରେ ଆଜିଓ ଫ୍ୟାଶନ ଅନଲାଇନ ବ୍ରାଣ୍ଡ ଲାଞ୍ଚ କରାଯାଇଥିଲା। ଏହାର ମାଲିକାଣି ଇଶା ଅମ୍ବାନୀ।
୨୦୨୧ ଅକ୍ଟୋବରରେ ଇଶା ଅମ୍ବାନୀ ରିଲାଏନ୍ସ ବ୍ରାଣ୍ଡ ଜରିଆରେ ପ୍ରସିଦ୍ଧ ଫ୍ୟାଶନ ଡିଜାଇନର ମନୀଷ ମଲହୋତ୍ରାଙ୍କ ଫ୍ୟାଶନ ବ୍ରାଣ୍ଡରେ ନିବେଶ କରି ୪୦% ଅଂଶୀଦାର କିଣିଥିଲେ। ସ୍କୁଲରେ ପଢିବା ସମୟରୁ ଇଶାକୁ ଫୁଟବଲ ବହୁତ ପସନ୍ଦ। ସେ ପିଆନୋ ମଧ୍ୟ ବଜାନ୍ତି। ଇଶାଙ୍କର ମା’ ନିତା ଅମ୍ବାନୀଙ୍କ ଭଳି ଫ୍ୟାଶନ ବ୍ରାଣ୍ଡ ପ୍ରତି ବହୁତ ରୁଚି ରହିଛି।
-ପ୍ରମେୟ

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031