Indus Valley Times

ମହାନଦୀରୁ ଅଭିନେତା ଅମ୍ଲାନଙ୍କ ପତ୍ନୀ ଉଦ୍ଧାର

 Breaking News

ମହାନଦୀରୁ ଅଭିନେତା ଅମ୍ଲାନଙ୍କ ପତ୍ନୀ ଉଦ୍ଧାର

November 15
22:49 2020

କଟକ,୧୫/୧୧: ଓଲିଉଡ ଅଭିନେତା ଅମ୍ଲାନ ଦାସଙ୍କ ପତ୍ନୀଙ୍କୁ ମହାନଦୀରୁ ଉଦ୍ଧାର କରାଯାଇଛି । ମଧୁସୂଦନ ସେତୁ ନିକଟରେ ସ୍ଥାନୀୟ ଲୋକ ଓ ପୁଲିସ ଉଦ୍ୟମରେ ତାଙ୍କୁ ଉଦ୍ଧାର କରାଯାଇଛି। ତେବେ ଅମ୍ଲାନଙ୍କ ପତ୍ନୀ ମହାନଦୀକୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିଲେ  ନା ତାଙ୍କ ଗୋଡ ଖସିଯାଇ ସେ ଖସିପଡଇଲେ ତାକୁ ଦେଇ ଚର୍ଚ୍ଚା ଯୋରଧରିଛି ।
ଏହାରି ଭିତରେ ଅମ୍ଳାନଙ୍କ ପତ୍ନୀ ମହାନଦୀରୁ ଉଦ୍ଧାର ହେବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଅମ୍ଳାନ। ସେ କହିଛନ୍ତି ଯେ, ମୁଁ ତାଙ୍କୁ ନିଜେ ଗାଡ଼ିରେ ନେଇ ବିସର୍ଜନ କରିବାକୁ ଯାଇଥିଲି। ପୋଲରେ ପୂଜା ସାମଗ୍ରୀ ବିସର୍ଜନ କରୁଥିବା ବେଳେ ତାଙ୍କ ଗୋଡ଼ ଖସି ଯାଇଥିଲା। ସେ ବିସର୍ଜନ କରୁଥିବା ବେଳେ ମୁଁ ଗାଡ଼ିରେ ବସି ଫୋନରେ କଥା ହେଉଥିଲି। ହଠାତ୍ ସେ ନଦୀକୁ ଖସି ପଡ଼ିଥିବା ମୁଁ ଦେଖିଛି। ଘଟଣା ସମ୍ପର୍କରେ ତତକ୍ଷଣାତ ପୁଲିସକୁ ଫୋନ କରାଯାଇଥିଲା। ପୁଲିସ ତାଙ୍କୁ ଉଦ୍ଧାର କରିଛି। ସୌଭାଗ୍ୟବଶତଃ ମୋ ସ୍ତ୍ରୀର କୌଣସି କ୍ଷତି ହୋଇ ନାହିଁ ବୋଲି ଅମ୍ଳାନ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031