Indus Valley Times

ମହାନଦୀ ଜଳ ପ୍ରସଙ୍ଗ: ବିଜେଡିକୁ ତୀବ୍ର ସମାଲୋଚନା କଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

 Breaking News

ମହାନଦୀ ଜଳ ପ୍ରସଙ୍ଗ: ବିଜେଡିକୁ ତୀବ୍ର ସମାଲୋଚନା କଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ମହାନଦୀ ଜଳ ପ୍ରସଙ୍ଗ: ବିଜେଡିକୁ ତୀବ୍ର ସମାଲୋଚନା କଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ
March 23
17:47 2025

ଭୁବନେଶ୍ୱର,୨୩/୩ : ମହାନଦୀ ଜଳ ବିବାଦ ନେଇ ବିଜେଡିକୁ କଡ଼ା ଭର୍ତ୍ସନା କରିଛି ଭାଜପା। ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ବିଜେଡି ଶାସନରେ ଥିଲା ବେଳେ ସମାଧାନ ପାଇଁ ଆଲୋଚନାକୁ ଗଲେନି। ୨୦୧୬ରେ କେନ୍ଦ୍ର ସରକାର ଦୁଇ ରାଜ୍ୟକୁ ଆଲୋଚନାକୁ ଡାକିଥିଲେ। ଥରେ ମାତ୍ର ଆଲୋଚନାକୁ ଗଲେ, ଆଉ ଦୁଇ ଥର ଗଲେନି। ରାଜନୈତିକ ଫାଇଦା ପାଇଁ ଟ୍ରିବ୍ୟୁନାଲ୍‌କୁ ଗଲେ, ଯାହା ଲମ୍ବା ସମୟ ପର୍ଯ୍ୟନ୍ତ ଚାଲେ।
ଆଜି ଓଲଟା କଥା କହୁଛନ୍ତି, ମହାନଦୀକୁ ନେଇ ବହୁତ ରାଜନୀତି କଲାଣି ବିଜେଡି। ଆମ ସରକାରକୁ ଆଉ ଜ୍ଞାନ ଦେବା ଦରକାର ନାହିଁ। କେମିତି ସମାଧାନ ହେବ ଆମ ସରକାର ଯତ୍ନବାନ ଅଛନ୍ତି ବୋଲି କହିଛନ୍ତି ପୃଥ୍ବୀରାଜ। ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ କଥାରେ ପଡ଼ି ଯାହା କଲେ, ସେଥିପାଇଁ ସେ କାନ୍ଦୁଛନ୍ତି।
ଆହୁରି ମଧ୍ୟ ଡିଲିମିଟେଶନ ପ୍ରସଙ୍ଗରେ ବିଜେଡିକୁ ଆଇନମନ୍ତ୍ରୀ କଡ଼ା ଟାର୍ଗେଟ କରି କହିଛନ୍ତି, ବିଜେଡିର ସମଦୂରତା ନୀତି ଏବେ କୁଆଡ଼େ ଗଲା। ସରକାରରେ ୮ ବର୍ଷ ଜଣେ ଦକ୍ଷିଣ ଭାରତୀୟ ଲୋକ କଥାରେ ଚାଲିଲେ। ଏବେ ଜଣେ ଦକ୍ଷିଣ ଭାରତୀୟ ନେତାଙ୍କ କଥାରେ ଚାଲିବାରେ ଅସୁବିଧା କ’ଣ। ଗଣତାନ୍ତ୍ରିକ ପଦ୍ଧତିରେ ଡିଲିମିଟେଶନ ହେବ, ବିରୋଧୀ ପକ୍ଷ ରଖନ୍ତୁ। କିନ୍ତୁ କିଛି କୁଆଡ଼େ ହୋଇନି, ଡିଲିମିଟେଶନ ନା ଶୁଣି ଭୟ କାହିଁକି। ଅପେକ୍ଷା ନ କରି ନଈ ନ ଦେଖି ଲଙ୍ଗଳା ହେବା ଦରକାର ନାହିଁ ବୋଲି କଡ଼ା କଥା କହି ବିଜେଡିକୁ ଭର୍ତ୍ସନା କରିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031