Indus Valley Times

ମହାନଦୀ ପାଣି ଦେଖିବାକୁ ଜିଦ୍ କଲେ ଦୁଇ ଭଉଣୀ; ହୋଇଗଲେ ଅନାଥ

 Breaking News

ମହାନଦୀ ପାଣି ଦେଖିବାକୁ ଜିଦ୍ କଲେ ଦୁଇ ଭଉଣୀ; ହୋଇଗଲେ ଅନାଥ

ମହାନଦୀ ପାଣି ଦେଖିବାକୁ ଜିଦ୍ କଲେ ଦୁଇ ଭଉଣୀ; ହୋଇଗଲେ ଅନାଥ
April 20
11:48 2024

ବୌଦ୍ଧ, ୨୦/୪: କିଆକଟା ଓଭର ବ୍ରିଜ ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାଘଟିଛି।
ରାସ୍ତାକଡ଼ରେ ଗାଡ଼ି ରଖି ଦୁଇ ଝିଅ ଚଲାପଥ ଉପରେ ଠିଆ ହୋଇ ମହାନଦୀ ଦେଖୁଥିଲେ। ବାଇକରେ ବସିଥଲେ ମିଟୁ ବେହେରା ଓ ତାଙ୍କ ପତ୍ନୀ ମନୋରମା ବେହେରା।
ଏହି ସମୟରେ କିଆକଟା ଆଡ଼ରୁ ଦ୍ରୁତ ଗତିରେ ଆସୁଥିବା ଏକ ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ବାଇକ୍ କୁ ଧକ୍କା ଦେଇଥିଲା। ଫଳରେ ମିଟୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।
ଏଣେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁତର ମନୋରମାଙ୍କ ମଧ୍ୟ ବୌଦ୍ଧ ଡାକ୍ତରଖାନରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଖବର ପାଇ କିଆକଟା ଥାନା ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିଥିଲା। ପଞ୍ଚନାମା ପରେ ଦୁଇ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031