Indus Valley Times

‘ମହାଭାରତ’ରେ ଭୀମ ଭୂମିକାରେ ଅଭିନୟ କରିଥିବା ପ୍ରବୀଣ କୁମାରଙ୍କ ପରଲୋକ

 Breaking News

‘ମହାଭାରତ’ରେ ଭୀମ ଭୂମିକାରେ ଅଭିନୟ କରିଥିବା ପ୍ରବୀଣ କୁମାରଙ୍କ ପରଲୋକ

‘ମହାଭାରତ’ରେ ଭୀମ ଭୂମିକାରେ ଅଭିନୟ କରିଥିବା ପ୍ରବୀଣ କୁମାରଙ୍କ ପରଲୋକ
February 08
10:14 2022

ବମ୍ବେ, ୮/୨: ବଲିଉଡକୁ ଲାଗିଲା ଆଉ ଏକ ଝଟକା। ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ମୃତ୍ୟୁର ମାତ୍ର ୨ ଦିନ ପରେ ପୁଣି ଥରେ ଏକ ଦୁଃଖଦ ଖବର ବଲିଉଡକୁ ଦୋହଲାଇ ଦେଇଛି। ଆଖି ବୁଜିଲେ ବି.ଆର ଚୋପ୍ରାଙ୍କ ପପୁଲାର ସିରିଏଲ ମହାଭାରତର ଭୀମ ଅଭିନେତା ପ୍ରବୀଣ କୁମାର ସୋବତି । ଦୀର୍ଘ ଦିନ ହେଲା ଅସୁସ୍ଥ ଥିବା ପ୍ରବୀଣ ୭୪ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ପ୍ରବୀଣଙ୍କ ପତ୍ନୀ ଓ ଏକମାତ୍ର ଝିଅ ଥିବା ଜଣାଯାଇଚି।
ମହାଭାରତରେ ଭୀମ ରୋଲ୍ ପାଇଁ ଘରେ ଘରେ ପରିଚିତ ଥିବା ପ୍ରବୀଣ ଅଭିନୟରେ ପାଦ ଦେବା ପୂର୍ବରୁ ଜଣେ ଆଗଧାଡ଼ିର ଆଟଲେଟ ମଧ୍ୟ ଥିଲେ। ପଞ୍ଜାବରେ ଜନ୍ମ ଗ୍ରହଣ କରିଥିବା ପରବୀନ ୧୯୬୦ରୁ ୭୦ ମଧ୍ୟରେ ସେ ଜଣେ ଆଗଧାଡ଼ିର ଆଟଲେଟ ଥିବା ବେଳେ ଏସିଆମ ଗେମ୍ସରେ ୪ଟି ମେଡାଲ ଜିତିଥିଲେ। ସେଥି ମଧ୍ୟରୁ ୨ଟି ସ୍ୱର୍ଣ୍ଣ , ଗୋଟିଏ ବ୍ରୋଞ୍ଜ ଓ ଅନ୍ୟ ଏକ ସିଲିଭର ମେଡାଲ ଥିଲା। ଏଥିନିମନ୍ତେ ଅର୍ଜୁନ ପୁରସ୍କାରରେ ମଧ୍ୟ ତାଙ୍କୁ ସମ୍ମାନିତ କରାଯାଇଥିଲା। ଜଣେ ଆଗଧାଡ଼ିର ଖେଳାଳି ହୋଇଥିବାରୁ ଈଝୠରେ ଡେପୁଟି କମାଣ୍ଡାଣ୍ଟ ପଦରେ ନିଯୁକ୍ତି ପାଇଥିଲେ ପ୍ରବୀଣ । ହେଲେ ତାଙ୍କ ଭାଗ୍ୟରେ କିଛି ଅଲଗା ଲେଖା ଥିଲା।
ବିଆର ଚୋପ୍ରା ନିଜ ‘ମହାଭାରତ’ ସିରିଏଲର ଭୀମ ଚରିତ୍ର ନିମନ୍ତେ ଜଣେ ଡେଙ୍ଗା ତଥା ବଳିଷ୍ଠ କଳାକାର ଖୋଜୁଥିଲେ। ଏହା ଜାଣି ୧୯୮୬ ମସିହାରେ ପରବୀନ ବିଆର ଚୋପ୍ରାଙ୍କୁ ଦେଖା କରିବା ପରେ ଭୀମ ରୋଲ୍ ପାଇଁ ସେ ହିଁ ଫାଇନାଲ ହୋଇଗଲେ। ଭୀମ ରୋଲ କରି ଘରେ ଘରେ ପରିଚିତ ହେବା ପରେ ପ୍ରବୀଣ ବଲିଉଡରେ ବି ନିଜ ଭାଗ୍ୟ ଚମକାଇବାକୁ ଚେଷ୍ଟା କରିଥିଲେ।
ଏହାପରେ ସେ ଅମିତାଭ ବଚ୍ଚନ ଷ୍ଟାରର ଶେହନଶାହ, କରିସ୍ମା କୁଦରତ କା, ଯୁଦ୍ଧ, ଜବରଦସ୍ତ, ସିଂହାସନ, ଖୁଦଗର୍ଜ, ଲୋହା, ମୋହବତକେ ଦୁଶମନ, ଇଲାକା ଆଦି ବହୁ ଚଳଚିତ୍ରରେ ସେ ପାର୍ଶ୍ୱ ରୋଲ୍ରେ ଅଭିନୟ କରିଛନ୍ତି। ଏହାବାଦ ବହୁ ସିରିଏଲରେ ବି ସେ ନଜର ଆସିଛନ୍ତି । ହେଲେ ମୁଖ୍ୟତଃ ତାଙ୍କ ବଡିଗାର୍ଡ ତଥା ପାର୍ଶ୍ୱ ରୋଲ୍ରେ ହିଁ ନିର୍ମାତାମାନେ ନେଉଥିବାରୁ କ୍ଷୋଭ ପ୍ରକାଶ କରିଥିଲେ ପରବୀନ ।
ଏହାବାଦ ପଞ୍ଜାବ ସରକାରଙ୍କ ଉପରେ ମଧ୍ୟ ଆରୋପ ଲଗାଇଥିଲେ ପରବୀନ । ଏସିଆନ ଗେମ୍ସର ମେଡାଲ ଜିତି ଫେରୁଥିବା ପଞ୍ଜାବର ଖେଳାଳିଙ୍କୁ ରାଜ୍ୟ ସରକାର ପେନସନ୍ ଦେଉଥିବା ବେଳେ ତାଙ୍କୁ କିନ୍ତୁ ଏହି ସୁବିଧାରୁ ବଞ୍ଚିତ କରିଥିବା ପରି ଅଭିଯୋଗ ଆଣିଥିଲେ। ଏହାକୁ ନେଇ ଖୁବ୍ ଚର୍ଚ୍ଚା ମଧ୍ୟ ହୋଇଥିଲା।
ଏହାପରେ ରାଜନୀତିରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ପ୍ରବୀଣ କୁମାର ୨୦୧୩ରେ ‘ଆମ ଆଦମୀ ପାର୍ଟି’ ଜଏନ କରି ଦିଲ୍ଲୀର ବଜୀରପୁର ବିଧାନସଭା ଆସନରୁ ଲଢ଼ିଥିଲେ। ମାତ୍ର ଉକ୍ତ ଆସନରୁ ସେ ପରାସ୍ତ ହୋଇଥିଲେ। ଏହାପରେ ୨୦୧୪ରେ ସେ ବିଜେପିରେ ଯୋଗ ଦେଇଥିଲେ। ଶେଷ ସମୟରେ ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲେ ଏହି କଳାକାର।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031