Indus Valley Times

‘ମହାଲକ୍ଷ୍ମୀ’ ବସ୍କୁ ପିଟିଲା ଟ୍ରକ: ଜଣେ ମୃତ, ଅନେକ ଗୁରୁତର

 Breaking News

‘ମହାଲକ୍ଷ୍ମୀ’ ବସ୍କୁ ପିଟିଲା ଟ୍ରକ: ଜଣେ ମୃତ, ଅନେକ ଗୁରୁତର

November 11
10:55 2022

ସମ୍ବଲପୁର,୧୧/୧୧: ସମ୍ବଲପୁର ଜିଲ୍ଲା ଠେଲକୋଲି ଥାନା ଅନ୍ତର୍ଗତ ଖିଣ୍ଡା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍ ଦ୍ରୁତ ଗତିରେ ଆସି ଏକ ଯାତ୍ରୀବାହୀ ବସ୍‌କୁ ପଛରୁ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ଝାରସୁଗୁଡ଼ା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତ ଯାତ୍ରୀଙ୍କର ପରିଚୟ ମିଳିନାହିଁ। ଚ୍ଚ
ଆଜି ସକାଳେ ‘ମହାଲକ୍ଷ୍ମୀ’ ନାମକ ଯାତ୍ରୀବାହୀ ବସ୍‌ଟି ଝାରସୁଗୁଡ଼ାରୁ ସମ୍ବଲପୁର ଅଭିମୁଖେ ଆସୁଥିଲା। ଖିଣ୍ଡା ଛକ ନିକଟରେ ଏକ ଟ୍ରକ୍ ଦ୍ରୁତଗତିରେ ଆସି ବସ୍‌କୁ ଧକ୍କା ଦେଇଥିଲା।
ଘଟଣାସ୍ଥଳରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବାବେଳେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ଝାରସୁଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରିଛି। ପୁଲିସ ଘଟଣାର ତଦନ୍ତ କରୁଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031