Indus Valley Times

ମହାଶିବରାତ୍ରୀ ପାଇଁ ଶୈବପୀଠ ଚଳଚଞ୍ଚଳ: ଶତାଧିକ ଭକ୍ତଙ୍କ ସମାଗମ : ବିଦେଶୀ ଭକ୍ତମାନେ ଆରାଧନା କଲେ

 Breaking News

ମହାଶିବରାତ୍ରୀ ପାଇଁ ଶୈବପୀଠ ଚଳଚଞ୍ଚଳ: ଶତାଧିକ ଭକ୍ତଙ୍କ ସମାଗମ : ବିଦେଶୀ ଭକ୍ତମାନେ ଆରାଧନା କଲେ

ମହାଶିବରାତ୍ରୀ ପାଇଁ ଶୈବପୀଠ ଚଳଚଞ୍ଚଳ: ଶତାଧିକ ଭକ୍ତଙ୍କ ସମାଗମ : ବିଦେଶୀ ଭକ୍ତମାନେ ଆରାଧନା କଲେ
February 27
10:47 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୨୭/୨ : ପବିତ୍ର ମହାଶିବରାତ୍ରୀ ଓ ‘ଜାଗର’ ଉତ୍ସବ ଅବସରରେ ଗାଁଠୁ ସହରର ସମସ୍ତ ଶୈବ ପୀଠ ଚଳଚଞ୍ଚଳ ହୋଇ ଉଠିଛି। ବାଲିଗୁଡା ତଥା ଏହାର ଆଖପାଖ ପ୍ରମୁଖ ଶିବମନ୍ଦିର ସମେତ ଅନ୍ୟନ୍ୟା ମନ୍ଦିରରେ ମଧ୍ୟ ବଢ଼ି ଭୋରୁ ଛୋଟ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ତଥା ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିବା ସହିତ ମହାଦେବଙ୍କୁ ଦର୍ଶନ କରିଛନ୍ତି। ଅଞ୍ଚଳର ବିରୁପାକ୍ଷ ମନ୍ଦିର, ରାମେଶ୍ୱର ମନ୍ଦିର, ଦଣ୍ଡପଦରର ଧବଳେଶ୍ୱର ମନ୍ଦିର, ଜଳେଶପଟ୍ଟାର ଜଳେଶ୍ୱର ମନ୍ଦିର ରେ ସମସ୍ତ ପ୍ରକାର ନୀତିକାନ୍ତି ସହ ଦିନ ତମାମ ପୂଜା କାର‌୍ୟ୍ୟକ୍ରମ ଚାଲୁ ରହିଥିଲା ।
କେବଳ ସେତିକି ନୁହେଁ କନ୍ଧମାଳ ଜିଲ୍ଲାକୁ ଆସୁଥିବା ବିଦେଶୀ ଭକ୍ତମାନେ ଶ୍ରଦ୍ଧାର ସହ ଶିବଆରାଧନା ଓ ବାବା ଭୋଲେନାଥଙ୍କ ପୂଜା ଆରାଧନା ମଧ୍ୟ କରିଥିବା ଦେଖିବାକୁ ମିଳିଥିଲା ।
ଆସ୍ଥା ଓ ବିଶ୍ବାସ ର ଶିବରାତ୍ରୀରେ ଉପବାସ କରି ମାନସିକ ରଖିବା ସହ ଉଜାଗର ରହି ଦୀପ ଜାଳିଲେ ରୋଗ ବୈରାଗରୁ ମୁକ୍ତି ମିଳିବ ଏବଂ ଯାହା ମାନସିକ କରିଥିବ ତାହା ନିଶ୍ଚିତ ପୂରଣ ହେବ ବୋଲି ବର୍ଣ୍ଣିତ ରହିଛି ।
ରାତ୍ରିରେ ମହାଦୀପ ପ୍ରଜ୍ବଳନ ଏବଂ ମାନସିକ ଓ ଉପବାସ ବ୍ରତ ରଖି ଥିବା ଶ୍ରଦ୍ଧାଳୁମାନେ ଜାଗର ଦୀପ ଜାଳିବା ପାଇଁ ପୂଜା କମିଟି ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା ।
ସନ୍ଧ୍ୟାରେ ବିଭିନ୍ନ ମନ୍ଦିରରେ ଭଜନ କୀର୍ତ୍ତନ ସହ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ତେବେ ଭକ୍ତଙ୍କ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ପରିଚାଳନା କମିଟି ଓ ପୋଲିସ ବିଭାଗ ପକ୍ଷରୁ ମଧ୍ୟ ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।

ଅଜଣା ଗାଡି ଧକ୍କାରେ ଦାଦା ମୃତ : ପୁତୁରା ଗୁରୁତର

ବାଲିଗୁଡା,୨୭/୨: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଅନ୍ତର୍ଗତ ବ୍ରହ୍ମପୁର ଠାରୁ ରାୟପୁର ୫୯ ନଂ ଜାତୀୟ ରାଜପଥ କନ୍ଦିବାନ୍ଦା ବେତିଶଙ୍ଖ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ ଦାଦା ମୃତ୍ୟୁ ବରଣ କରିଥିବା ବେଳେ ପୁତୁରା ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି ।
ଘଟଣାରୁ ପ୍ରକାଶ ଯେ, ଦାଦା ପୁତୁରା ଦୁହେଁ ମିଶି ଓଡି -୧୨- ଏ -୮୩୬୭ ନଂ ବାଇକ ଯୋଗେ ଶଶୁର ଘରୁ ନିଜ ଗାଁକୁ ସନ୍ଧ୍ୟାରେ ଫେରୁଥିବା ବେଳେ ଅଜଣା ଗାଡ଼ି ଧକ୍କାରେ ଦାଦା ମୃତ ପୁତୁରା ଆହତ ହୋଇଥି-ବା ଜଣାପଡ଼ିଛି।
ମୃତକ କ.ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଆଡ଼ିମାହା ପଞ୍ଚାୟତ ଶାଙ୍କୁଶବାଲି ଗାଁର ଜୀବନ ବନ୍ଧୁ ଦିଗାଲ (୨୪) ହୋଇଥିବା ବେଳେ ଆହତ ଯୁବକ ଜଣକ ପିଣ୍ଟୁ ଦିଗାଲ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣା ସମ୍ପର୍କରେ ପୋଲିସ ଖବରପାଇ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି କ.ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ।କିନ୍ତୁ ସେଠାରେ ଜୀବନ ବନ୍ଧୁ ଦିଗାଲଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
ସେପଟେ ଆହତ ପୁତୁରା ପିଣ୍ଟୁ ଦିଗାଲ ଚିକିତ୍ସିତ ଅବସ୍ଥାରେ ଥି୍ବା ବେଳେ ଶବକୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ପୋଲିସ ଥାନା କେସ ନଂ ୪୦/୨୫ ରେ ଏକ ମାମଲା ଋଜୁକରି ଏସଆଇ ଅଶୋକ କୁମାର ତ୍ରିପାଠୀ ଅଧୂକ ତଦନ୍ତ କରୁଥିବା ବିଷୟ ଥାନା ଅଧିକାରୀ ଅଶୋକ କୁମାର ହଂସଦା ପ୍ରକାଶ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31