Indus Valley Times

ମହିଳା କମିସନ ହେଉଛି ମହିଳାଙ୍କ ବାପ ଘର: ଦାୟିତ୍ଵ ଗ୍ରହଣ କରି କହିଲେ ଶୋଭନା ମହାନ୍ତି

 Breaking News

ମହିଳା କମିସନ ହେଉଛି ମହିଳାଙ୍କ ବାପ ଘର: ଦାୟିତ୍ଵ ଗ୍ରହଣ କରି କହିଲେ ଶୋଭନା ମହାନ୍ତି

August 11
18:08 2025

ଭୁବନେଶ୍ୱର, ୧୧/୮ : ଦାୟିତ୍ବ ଗ୍ରହଣ କଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି । ତାଙ୍କ ସହ ମହିଳା କମିସନର ଅନ୍ୟ ସଦସ୍ୟା ମାନେ ମଧ୍ୟ ଦାୟିତ୍ୱ ନେଇଛନ୍ତି । ଦାୟିତ୍ବ ନେବା ପରେ ପ୍ରତିକ୍ରିୟା ରଖି କହିଛନ୍ତି, ବର୍ତ୍ତମାନ ସମାଜରେ ପ୍ରତ୍ୟେକ ସ୍ତରରେ ଦୁର୍ଘଟଣା ଘଟିଚାଲିଛି । କେହି ଆଇନର ଉଦ୍ଦ୍ୱର୍ରେ ନାହାନ୍ତି, ଅନୁଧ୍ୟାନ କରିବି। ମହିଳାଙ୍କ ସୁରକ୍ଷା ନେଇ ଆଇନରେ କଠୋର ପଦକ୍ଷେପ ଦରକାର। ମାତ୍ର କିଛି ସମୟ ହେବ ମୁଁ ଦାୟିତ୍ଵ ନେଇଛି, ସବୁ କିଛି ଅନୁଧ୍ୟାନ କରିବି। ତଦନ୍ତ ପରିସର ଭିତରେ ଯିଏ ଦୋଷୀ, ତାଙ୍କୁ ନିଶ୍ଚିତ ଦଣ୍ଡ ଦିଆଯିବ।
ମହିଳା କମିଶନ ହେଉଛି ମହିଳାଙ୍କ ବାପ ଘର। ଯିଏ ଦୋଷୀ ସେ ଦଣ୍ଡ ପାଇବ। ବାଲେଶ୍ୱର, ବଳଙ୍ଗା ଓ ପଟ୍ଟାମୁଣ୍ଡାଇ ଘଟଣାରେ ତ୍ୱରିତ ପଦକ୍ଷେପ ନିଆଯାଇଛି । ଆଗକୁ ଦୋଷୀଙ୍କ ବିରୋଧରେ କଠୋର କାର‌୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ନୂତନ ଭାବେ ଦାୟିତ୍ୱ ନେଇଥିବା ମହିଳା କମିଶନ ଅଧ୍ୟକ୍ଷା।
କିଛି ଦିନ ପୂର୍ବେ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତିଙ୍କୁ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର। ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି ହୋଇଥିଲା। ଏହାସହ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷ ମଧ୍ୟ ନିଯୁକ୍ତ ହୋଇଛନ୍ତି। ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଅଛନ୍ତି ବବିତା ପାତ୍ର। ୩ ବର୍ଷ ପାଇଁ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର। ବବିତା ପାତ୍ର ମଧ୍ୟ ଆଜି ଶିଶୁ ସୁରକ୍ଷା ଅଧିକାର ଆୟୋଗ ଅଧ୍ୟକ୍ଷା ଭାବେ ଦାୟିତ୍ୱ ନେଇଛନ୍ତି। ଶିଶୁମାନଙ୍କର ବିକାଶ ପାଇଁ କାର‌୍ୟ୍ୟ କରିବି ବୋଲି ପ୍ରତିକ୍ରିୟାରେ କହିଛନ୍ତି ବବିତା। ବିଗତ କେସ୍ଗୁଡ଼ିକୁ ଅନୁଧ୍ୟାନ କରିବି, ରୋଡ୍ମ୍ୟାପ ପ୍ରସ୍ତୁତ କରିବି। ଶିଶୁ ଦେଶର ଭବିଷ୍ୟତ, ସେମାନଙ୍କର ସୁରକ୍ଷା ଜରୁରୀ ବୋଲି ସେ କହିଛନ୍ତି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031