Legatus

ମାଁ ବରାଳ ଦେବୀଙ୍କ ମନ୍ଦିର ପ୍ରତିଷ୍ଠା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ

 Breaking News

ମାଁ ବରାଳ ଦେବୀଙ୍କ ମନ୍ଦିର ପ୍ରତିଷ୍ଠା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ

February 06
11:34 2024

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା,୬/୨: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ବହୁ ପୁରାତନ ପ୍ରତ୍ୟକ୍ଷ ଦେବୀ ମାଁ ବରାଳ ଦେବୀଙ୍କ ମନ୍ଦିର ପ୍ରତିଷ୍ଠା ନିମନ୍ତେ ସୋମବାର ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି ।
ଦୀର୍ଘ ଦିନରୁ ମନ୍ଦିର ନିର୍ମାଣ ହୋଇଛି ସତ କିନ୍ତୁ ଏଯାବତ୍ ମନ୍ଦିର ପ୍ରତିଷ୍ଠା ହୋଇପାରିନଥିଲା । ଏଣୁ ବାଲିଗୁଡ଼ା ସାଂସଦ ପ୍ରତିନିଧି ତଥା ନିର୍ବାଚନ ମଣ୍ଡଳୀର ସଂଯୋଜକ ଟୁନା ଦାସ ମାଁ ଙ୍କ ମନ୍ଦିର ପ୍ରତିଷ୍ଠା କରିବା ପାଇଁ ଆଗ୍ରହ ପ୍ରକାଶ କରି ମନ୍ଦିର ପୂଜକ ଓ ଅଞ୍ଚଳ ବାସୀଙ୍କ ସହ ଆଲୋଚନା କରି ମନ୍ଦିର ପ୍ରତିଷ୍ଠା ନିମନ୍ତେ ପ୍ରକ୍ରିୟା ଆରମ୍ଭ କରିବା ସହ ମନ୍ଦିର ପରିଚାଳନା ନିମନ୍ତେ ସମସ୍ତ ସୁବିଧା ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ଟୁନା ଦାସ ।
ଆସନ୍ତା ୨୫ ତାରିଖରୁ ନୂତନ ବିଗ୍ରହ ଓ ମା ଙ୍କ ମନ୍ଦିର ପ୍ରତିଷ୍ଠା ହେବା ସହ ମନ୍ଦିର ପରିସରରେ ୨୪ ପ୍ରହର ନାମ ଯଜ୍ଞ,ଅନ୍ନ ଯଜ୍ଞ ଓ ଘୃତ ଯଜ୍ଞ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମ ଦୀର୍ଘ ପାଞ୍ଚ ଦିନ ଧରି ଚାଲିବ ବୋଲି ଜଣାପଡିଛି ।
ମତଦାନ କେନ୍ଦ୍ରର ନାମକରଣ ଓ ସ୍ଥାନ ପରିବର୍ତ୍ତନ ସମ୍ପର୍କରେ ରାଜନୈତିକ ଦଳକୁ ନେଇ ବୈଠକ
ବାଲିଗୁଡ଼ା,୬/୨: କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ବାଲିଗୁଡା ଏବଂ ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା କିଛି ମତଦାନ କେନ୍ଦ୍ରର ନାମକରଣ ଓ ସ୍ଥାନ ପରିବର୍ତ୍ତନ ନେଇ ଏକ ରାଜନୈତିକ ଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା ।
ଉପଜିଲ୍ଲାପାଳ ଡ଼ା.ରୀନା ପ୍ରଧାନ ବୈଠକରେ ଅଧ୍ୟକ୍ଷତା କରିବା ସହିତ ଆଗାମୀ ଏକକାଳୀନ ସାଧାରଣ ନିର୍ବାଚନକୁ ଅବାଧ ଓ ନିରପେକ୍ଷ ଭାବେ ସମ୍ପନ୍ନ କରିବା ନେଇ ଉପସ୍ଥିତ ଥିବା ସମସ୍ତ ରାଜନୈତିକ ଦଳୀୟ ପ୍ରତିନିଧି ମାନଙ୍କୁ ପ୍ରତିଶୃତି ଦେଇଥିଲେ। ବୈଠକରେ ସହାକାରୀ ଜିଲ୍ଲାପାଳ ରୂପକ କୁଜୁର ଉପସ୍ଥିତ ରହି ସମୁଦାୟ ୩୯ ଗୋଟି ପରିବର୍ତ୍ତିତ ମତଦାନ କେନ୍ଦ୍ରର ନାମ ଏବଂ ସ୍ଥାନାନ୍ତରିତ ହୋଇଥିବା ଗୋଟିଏ ମତଦାନ କେନ୍ଦ୍ରର ସୂଚନା ପ୍ରଦାନ କରିବା ସହିତ ବାଲିଗୁଡା ନିର୍ବାଚନ ମଣ୍ଡଳୀ ର ନିର୍ବାଚନ ରିଟର୍ଣ୍ଣିଙ୍ଗ ଅଧିକାରୀ ଭାବେ ଉପଜିଲ୍ଲାପାଳ ଡା.ରୀନା ପ୍ରଧାନ ଏବଂ ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଙ୍ଗ ଅଧିକାରୀ ଭାବେ କନ୍ଧମାଳର ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଳ ଦାୟିତ୍ଵରେ ଥିବା ନେଇ ସୂଚନା ପ୍ରଦାନ କରିଥିଲେ ।
ଏଥିରେ ଉପସ୍ଥିତ ଥିବା ସମସ୍ତ ରାଜନୈତିକ ଦଳର ପ୍ରତିନିଧି ମାନେ ଅଞ୍ଚଳର କିଛି ସରକାରୀ କର୍ମଚାରୀ ଯେଉଁମାନେ ରାଜନୈତିକ ଦଳୀୟ କାର୍ଯ୍ୟ/ବୈଠକରେ ସକ୍ରିୟ ଭାବେ ଅଂଶ ଗ୍ରହଣ କରୁଛନ୍ତି, ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଓ ନିର୍ବାଚନ ସମୟରେ ପୋଲିସ ବାହିନୀଙ୍କ ସକ୍ରିୟତା ସମସ୍ତ ରାଜନୈତିକ ଦଳ ପାଇଁ ସମାନ ରହିବା ନେଇ ଦାବି ରଖିଥିଲେ ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31