Legatus

ମାଆ ହେବେ ଦୀପିକା ପାଦୁକୋନ, ଦେଲେ ଗୁଡ୍ ନ୍ୟୁଜ୍

 Breaking News

ମାଆ ହେବେ ଦୀପିକା ପାଦୁକୋନ, ଦେଲେ ଗୁଡ୍ ନ୍ୟୁଜ୍

ମାଆ ହେବେ ଦୀପିକା ପାଦୁକୋନ, ଦେଲେ ଗୁଡ୍ ନ୍ୟୁଜ୍
February 29
12:13 2024

ମୁମ୍ବାଇ,୨୯/୨: ପ୍ରଶଂସକଙ୍କୁ ଖୁସି ଖବର ଦେଲେ ବଲିଉଡର ଲୋକପ୍ରିୟ ଦମ୍ପତି ଦୀପିକା ପାଦୁକୋନ ଏବଂ ରଣବୀର ସିଂ। ଖୁବଶୀଘ୍ର ଦୁହେଁ ମାତାପିତା ହେବେ ବୋଲି ଜଣାଇଲେ ଦୀପିକା। ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଗର୍ଭବତୀ ଥିବା ଦୀପିକା ଘୋଷଣା କରିଛନ୍ତି। ଦୀପିକାଙ୍କ ଗର୍ଭଧାରଣ ଖବର ଶୁଣିବା ପରେ ପ୍ରଶଂସକମାନେ ଖୁସିରେ ଶୁଭେଚ୍ଛା ଦେବା ଆରମ୍ଭ କରିଛନ୍ତି। ସେପ୍ଟେମ୍ବରରେ ତାଙ୍କର ପ୍ରସବ ହେବ ବୋଲି ପୋଷ୍ଟରେ ସେ ଲେଖିଛନ୍ତି।
ଏହି ପୋଷ୍ଟ ସେୟାର କରି କ୍ୟାପସନରେ ଦୀପିକା ହାତଯୋଡିଥିବା ଲୋକର ଓ ଏଭିଲ ଆଏର ଇମୋଜି ଦେଇଥିବା ଦେଖିବାକୁ ମିଳିଛି। ସେ ସେୟାର କରିଥିବା ପୋଷ୍ଟରେ ଲେଖାଯାଇଛି ଯେ, ସେପ୍ଟେମ୍ବର ୨୦୨୪। ଦୀପିକା-ରଣବୀର। ଏହି ଫଟୋରେ ଛୋଟ ପିଲାମାନଙ୍କର ପୋଷାକ, ଜୋତା, ବେଲୁନ୍ ଇତ୍ୟାଦିର ଫଟୋ ଥିବା ଦେଖିବାକୁ ମିଳିଛି।
କିଛି ଦିନ ତଳେ ସ୍ବାମୀ ତଥା ଅଭିନେତା ରଣବୀର ସିଂହଙ୍କୁ, ଦୀପିକା ଛାଡ଼ପତ୍ର ଦେବେ ବୋଲି ଚର୍ଚ୍ଚା ଜୋର ଧରିଥିବା ବେଳେ ପରେ ଅଭିନେତ୍ରୀ ଗର୍ଭବତୀ ଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। କୁହାଯାଉଥିଲା ଯେ, ଦୀପିକା ୩ମାସର ଗର୍ଭବତୀ ଅଛନ୍ତି। ଏଭଳି ଚର୍ଚ୍ଚା ମଧ୍ୟରେ ଦୀପିକାଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ତାଙ୍କ ବେବି ବମ୍ପ ନଜର ଆସୁଥିବା କଥା ଲୋକେ କହିବା ଆରମ୍ଭ କରିଥିଲେ। ଏଭଳି ଚର୍ଚ୍ଚା ମଧ୍ୟରେ ଦୀପିକା ଆଜି ଇନଷ୍ଟାରେ ଏକ ପୋଷ୍ଟ କରି ଗର୍ଭବତୀ ଅଛନ୍ତି ବୋଲି ଜଣାଇଛନ୍ତି।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31