Indus Valley Times

ମାଓବାଦକୁ ମୁହଁ ମୋଡ଼ିଲେ, ଅସ୍ତ୍ର ଛାଡ଼ି ଆତ୍ମସମର୍ପଣ କଲେ ୭୨ ମାଓବାଦୀ

 Breaking News

ମାଓବାଦକୁ ମୁହଁ ମୋଡ଼ିଲେ, ଅସ୍ତ୍ର ଛାଡ଼ି ଆତ୍ମସମର୍ପଣ କଲେ ୭୨ ମାଓବାଦୀ

ମାଓବାଦକୁ ମୁହଁ ମୋଡ଼ିଲେ, ଅସ୍ତ୍ର ଛାଡ଼ି ଆତ୍ମସମର୍ପଣ କଲେ ୭୨ ମାଓବାଦୀ
October 29
20:39 2025

ମାଲକାନଗିରି , ୨୯/୧୦ : ଛତିଶଗଡରେ ଜାରି ରହିଛି ମାଓବାଦୀଙ୍କ ଆତ୍ମସମର୍ପଣ । କାଙ୍କେର ଜିଲ୍ଲାରେ ପୁଣି ୨୧ ଜଣ ହାର୍ଡକୋର ନକ୍ସଲ ୧୮ଟି ଅତ୍ୟାଧୁନିକ ବନ୍ଧୁକ ସହ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ମାଓ ସଂଗଠନ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବା ଲାଲ୍ ବାହିନୀକୁ ରେଡ୍ କାର୍ପେଟ୍ ଉପରେ ସ୍ୱାଗତ କରାଯାଇଛି । ବସ୍ତର ଆଇଜି ପି. ସୁନ୍ଦରରାଜ ଆତ୍ମସମର୍ପଣ କରିଥିବା ମାଓବାଦୀ ମାନଙ୍କୁ ସମ୍ବିଧାନର ବହି ପ୍ରଦାନ କରି ସମାଜରେ ମୁଖ୍ୟସ୍ରୋତକୁ ସ୍ୱାଗତ କରିଛନ୍ତି ।
ଦେଶରେ ନକ୍ସଲବାଦକୁ ମୂଳପୋଛ କରିବା ପାଇଁ ଚାଲିଥିବା ଅଭିଯାନରେ ପୋଲିସ ରଣନୀତି ପରିବର୍ତ୍ତନ କରିଛି । ଏବେ ଏନକାଉଣ୍ଟର ନୁହେଁ ବରଂ ମାଓବାଦୀଙ୍କ ଆତ୍ମସମର୍ପଣକୁ ଅଧିକ ପ୍ରାଥମିକତା ଦିଆଯାଉଛି । ମାଓବାଦୀଙ୍କୁ ସ୍ପଷ୍ଟ ବାର୍ତ୍ତା ଦିଆଯାଇଥିଲା ଯେ ସେମାନେ ଆତ୍ମସମର୍ପଣ କରନ୍ତୁ ନଚେତ୍ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଜୋରଦାର କାର୍ଯ୍ୟାନୁଷ୍ଠାନ କରାଯିବ । ପୋଲିସର ଏହି ନୂତନ ରଣନୀତିର ପ୍ରଭାବ ଆରମ୍ଭ ହୋଇଛି ।
ଜଗଦଲପୁରରେ ୨୦୮ ଜଣ ମାଓବାଦୀ, ୧୦୯ଟି ଅସ୍ତ୍ରଶସ୍ତ୍ର ସହିତ ଆତ୍ମସମର୍ପଣ କରିବା ପରେ କାଙ୍କେର ଜିଲ୍ଲାରେ ପୁଣି ୨୧ ଜଣ ନକ୍ସଲ ୧୮ଟି ଅସ୍ତ୍ରଶସ୍ତ୍ର ସହ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଆଇଜି ପି. ସୁନ୍ଦରରାଜ କହିଛନ୍ତି ଯେ, ପୂର୍ବରୁ ମାଓ ସଂଗଠନରେ ୪୫ ଜଣ କେନ୍ଦ୍ରୀୟ ସଦସ୍ୟ ରହିଥିବା ବେଳେ ଏବେ ମାତ୍ର ୬ରୁ ୭ଜଣ ରହିଛନ୍ତି । ସେମାନେ ଦକ୍ଷିଣ ବସ୍ତର ଜଙ୍ଗଲରେ ଲୁଚି ରହିଛନ୍ତି । ସେମାନଙ୍କୁ ପୁଣି ଥରେ ଆତ୍ମସମର୍ପଣ କରି ଶାନ୍ତିର ପଥ ଗ୍ରହଣ କରିବାକୁ ଅପିଲ କରିଛନ୍ତି ବସ୍ତର ଆଇଜି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031