Indus Valley Times

ମାଓବାଦୀଙ୍କୁ ଧରାଇଦେଲେ ମିଳିବ କୋଟିଏ ଟଙ୍କାର ପୁରସ୍କାର, ଜଙ୍ଗଲରେ ଲାଗିଲା ପୋଷ୍ଟର

 Breaking News

ମାଓବାଦୀଙ୍କୁ ଧରାଇଦେଲେ ମିଳିବ କୋଟିଏ ଟଙ୍କାର ପୁରସ୍କାର, ଜଙ୍ଗଲରେ ଲାଗିଲା ପୋଷ୍ଟର

ମାଓବାଦୀଙ୍କୁ ଧରାଇଦେଲେ ମିଳିବ କୋଟିଏ ଟଙ୍କାର ପୁରସ୍କାର, ଜଙ୍ଗଲରେ ଲାଗିଲା ପୋଷ୍ଟର
October 17
11:51 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ , ୧୭/୧୦ : ମାଓବାଦୀଙ୍କୁ ଧରାଇ ଦିଅନ୍ତୁ କୋଟିଏ ଟଙ୍କାର ପୁରସ୍କାର ପାଆନ୍ତୁ ଆଜି ବୌଦ୍ଧ ଜିଲ୍ଲାରେ ମାଓବାଦୀଙ୍କ ଉପରେ ପୁରସ୍କାର ଘୋଷଣା କରାଯାଇଛି । ବିଭିନ୍ନ ସ୍ଥାନରେ ପୋଷ୍ଟର୍ ଜାରି କରାଯାଉଛି । ଯେଉଁମାନେ ମାଓବାଦୀଙ୍କୁ ଧରାଇଦେବେ ସେମାନଙ୍କୁ ପୁରସ୍କାର ରାଶି ପ୍ରଦାନ କରାଯିବ ।
। କେନ୍ଦ୍ର ସରକାର ଚଳାଇଥିବା ମାଓ ବିରୋଧୀ ଅଭିଯାନର ଡେଡ୍ ଲାଇନ୍ ଯେତିକି ପାଖେଇ ଆସୁଛି ଅପରେସନକୁ ସେତିକି ତୀବ୍ର କରାଯାଉଛି । ସେଥିପାଇଁ ତଲାସୀ ଅଭିଯାନ, ଏନକାଉଣ୍ଟର୍, ଗିରଫ ଓ ଆତ୍ମସମର୍ପଣ ଜୋରଦାର ଦେଉଛି । ବୌଦ୍ଧ ଜିଲ୍ଲାରେ ୧୦ ଜଣ ହାର୍ଡକୋର୍ ମାଓବାଦୀଙ୍କ ଉପରେ ପୁରସ୍କାର ରାଶି ଘୋଷଣା ହୋଇଛି । ସର୍ବାଧିକ ପୁରସ୍କାର ଟଙ୍କା ୧ କୋଟି ଥିବାବେଳେ ସର୍ବନିମ୍ନ ୨୦ ଲକ୍ଷ ଟଙ୍କା ରହିଛି ।
କେନ୍ଦ୍ରୀୟ କମିଟି ସଦସ୍ୟ ଗଣେଶ ଉଇକେ ମୁଣ୍ଡ ଉପରେ ସର୍ବାଧିକ ୧ କୋଟି ଟଙ୍କା ପୁରସ୍କାର ରାଶି ରହିଛି । ଗଣେଶକୁ ଯିଏ ଧରାଇଦେବ ତାକୁ ଘୋଷଣା ମୁତାବକ ଅର୍ଥରାଶି ପ୍ରଦାନ କରାଯିବ । ସେହିପରି ସ୍ପେଶାଲ୍ ଜୋନାଲ୍ କମିଟି ସଦସ୍ୟ ସୁଦର୍ଶନ ଓରଫ୍ ବିକାଶ, ନିଖିଲ ଓରଫ୍ ଶିବାଜୀ, ଅଙ୍କିତା ଓରଫ୍ ଇନ୍ଦୁ, ଶୁକ୍ରୁ ଓରଫ୍ କ୍ରିଷ୍ଣା ଏବଂ ନିତୁ ମୁଣ୍ଡ ଉପରେ ୫୦ ଲକ୍ଷ ଲେଖାଏଁ ଟଙ୍କା ପୁରସ୍କାର ଘୋଷଣା କରାଯାଇଛି ।
ସେହିପରି ୨ ଜଣ ମିଲିଟାରୀ ପ୍ଲାଟୁନ୍ କମାଣ୍ଡର ଶିଲା ଓରଫ୍ ନାଗମଣି ଓ ଅନ୍ୱେଷ ଓରଫ୍ ରେଣୁ, ୨ ଡିଭିଜନାଲ୍ କମିଟି ସଦସ୍ୟ ମମତା ଓରଫ୍ ସାଇତେ ଓ ନକୁଲ ଓରଫ୍ ଚନ୍ଦ୍ରାକୁ ଧରାଇଦେଲେ ପ୍ରତ୍ୟେକଙ୍କ ପିଛା ୨୦ ଲକ୍ଷ ଲେଖାଏଁ ଟଙ୍କା ପୁରସ୍କାର ମିଳିବ ।
ଖାଲି ସେତିକି ଅନ୍ୟ କୌଣସି ବି ମାଓବାଦୀଙ୍କୁ ଧରାଇଦେଲେ ମଧ୍ୟ ପୁରସ୍କାର ମିଳିବ । ଯଦି ଉପରୋକ୍ତ କୌଣସି ମାଓବାଦୀଙ୍କ ବିରୋଧରେ କୌଣସି ସୂଚନା ପାଇବେ, ତେବେ ୯୪୩୭୬୪୩୮୩୯ ନମ୍ବରରେ ଯୋଗାଯୋଗ କରିବାକୁ କୁହାଯାଇଛି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031