Indus Valley Times

ମାଓବାଦୀଙ୍କୁ ବିଏସ୍ଏଫ୍ ଆଇଜିଙ୍କ କଡ଼ା ଚେତାବନୀ

 Breaking News

ମାଓବାଦୀଙ୍କୁ ବିଏସ୍ଏଫ୍ ଆଇଜିଙ୍କ କଡ଼ା ଚେତାବନୀ

ମାଓବାଦୀଙ୍କୁ ବିଏସ୍ଏଫ୍ ଆଇଜିଙ୍କ କଡ଼ା ଚେତାବନୀ
November 29
19:45 2025

ଭୁବନେଶ୍ବର ୨୯/୧୧: ମାଓବାଦୀଙ୍କୁ ବିଏସ୍ଏଫ୍ ଆଇଜିଙ୍କ କଡ଼ା ଚେତାବନୀ । କହିଲେ- ଗୋଟିଏ ଗୁଳି, ଗୋଟିଏ ଶତ୍ରୁ । ଏମିତି କହି ମାଓବାଦୀଙ୍କୁ ଟାର୍ଗେଟ୍ କଲେ ବିଏସ୍ଏଫ୍ ଆଇଜି । ୨୦୨୬ ମାର୍ଚ୍ଚ ସୁଦ୍ଧା ନକ୍ସଲ ମୁକ୍ତ ଓଡ଼ିଶା ଆମର ଟାର୍ଗେଟ୍ ରହିଛି । ଆତ୍ମସମର୍ପଣ କଲେ ସହଯୋଗ ମିଳିବ । ମୁଖ୍ୟସ୍ରୋତରେ ଫେରିପାରିବେ ।
ସେ ଆହୁରି କହିଛନ୍ତି, ଆନ୍ଧ୍ର ଓ ଛତିଶଗଡ଼ ପଟୁ ଆସୁଥିବା ମାଓବାଦୀଙ୍କ ଉପରେ ନଜର ରହିଛି । ଓଡ଼ିଶା ପୋଲିସର ମାଓ ଅପରେସନ ବହୁତ ଭଲ ଭାବରେ ହେଉଛି । କେକେବିଏନ ରିଜନ ଉପରେ ବିଏସଏଫ ବିଶେଷ ନଜର । ଓଡ଼ିଆରେ ମାଓବାଦୀ ଏବେ ଛୋଟ ଛୋଟ ଗ୍ରୁପରେ ବିଚରଣ କରୁଛନ୍ତି । ହିଡ୍ମାର ଏନ୍କାଉଣ୍ଟର ପରେ ଏବେ ଟପ୍ ମାଓ ନେତା ଆମର ଟାର୍ଗେଟ୍ । କନ୍ଧମାଳ, ବୌଦ୍ଧ, କଳାହାଣ୍ଡିରେ ବିଏସଏଫ ଏବେ ମୁତୟନ ରହିଛି ।
୨୦୧୦ରୁ ଓଡ଼ିଶାରେ ବିଏସଏଫ କାର‌୍ୟ୍ୟ କରିଆସୁଛି । ଶାନ୍ତି ଓ ବିକାଶ ପାଇଁ କାମ କରୁଛି । ବିଚ୍ଛିନ୍ନାଞ୍ଚଳରେ ବିଏସଏଫ ପହଞ୍ଚିଛି । ରାଜ୍ୟ ପୋଲିସ ଜରିଆରେ ଅପରେସନ କରିଛି । ଚଳିତ ବର୍ଷ ମିଳିତ ଅପରେସନରେ ୧୯ ଜଣ ମାଓବାଦୀ ନିହତ, ୬ ଜଣ ଆତ୍ମସମର୍ପଣ, ୮ ଜଣ ଗିରଫ ହୋଇଛନ୍ତି । ୧୦ଟି ଆଇଇଡି, ୮ଟି ବନ୍ଧୁକ, ୧୪୮ଟି ଗୁଳି ୨୬୦ ଗ୍ରାମ ବିସ୍ଫୋରକ, ୬୪ଟି ଡିଟୋନେଟର ଜବତ ହୋଇଛି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031