Indus Valley Times

ମାଙ୍କଡା ପଥର ମାଫିଆ ଙ୍କ ଆକ୍ରମଣ ର ଶିକାର ହେଲେ ତହସିଲଦାର ଓ ଅତିରିକ୍ତ ତହସିଲଦାର

 Breaking News

ମାଙ୍କଡା ପଥର ମାଫିଆ ଙ୍କ ଆକ୍ରମଣ ର ଶିକାର ହେଲେ ତହସିଲଦାର ଓ ଅତିରିକ୍ତ ତହସିଲଦାର

August 02
22:34 2020

କିଶୋର ମହାପାତ୍ର ଙ୍କ ରିପୋର୍ଟ

ନୟାଗଡ଼,୨/୮: ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ସୀମାରେ ଚାନ୍ଦପୁର ଥାନା ଅଧୀନରେ ଥିବା ଟାଙ୍ଗୀ ତହସିଲଦାର ଓ ତାଙ୍କ କର୍ମଚାରୀଙ୍କୁ ମାଙ୍କଡା ପଥର ମାଫିଆ ଙ୍କ ଆକ୍ରମଣ ଘଟିଥିବା ବେଳେ ସମାନ ଦିନରେ ଆଉ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ରଣପୁର ଅତିରିକ୍ତ ତହସିଲଦାର ଅନିଲ ଆଚାର‌୍ୟ୍ୟ ଉକ୍ତ ଅଞ୍ଚଳର ଚଂପାପେଡି ଠାରେ ଚଢ଼ାଉ କରିଥିବା ବେଳେ ମାଙ୍କଡ଼ା ପଥର ମଫିଆଙ୍କ ଆକ୍ରୋଶର ଶିକାର ହେବା ର ଜଣାପଡିଛି ।
ତେବେ ଖଣିରେ କାର‌୍ୟ୍ୟ ରତ ଥିବା ଟ୍ରାକ୍ଟର ଗାଡ଼ି ନମ୍ବର OD 02 AJ 0017  ଗାଡିକୁ ଜବତ କରିବା ସହିତ ଅନ୍ୟ ଏକ ଜେସିବି ଗାଡ଼ି ସହିତ ଟ୍ରାକ୍ଟର ଗାଡ଼ି ଜାଗା ଉପରୁ ଖସି ପଳାଇଥିଲେ ।ତେବେ ଏ ନେଇ ଚାନ୍ଦପୁର ଥାନାରେ ଏକ ଅଭିଯୋଗ ହୋଇଛି।
ତେବେ ଏଠି ପ୍ରଶ୍ନ ଉଠୁଛି ଯଦି ଖଣି ମାଫିଆଙ୍କ ଆକ୍ରସର ଶିକାର ହେଉଛନ୍ତି ତହସିଲଦାର ଓ ଅତିରିକ୍ତ ତହସିଲଦାର ତେବେ ଏ ମାଫିଆ ମାନଙ୍କ ରିଙ୍ଗ ମାଷ୍ଟର କିଏ ଏମାନେ କହାବଳରେ ବଳୀୟାନ ହେଉଛନ୍ତି,ତେବେ ଏମାନଙ୍କ ପଛରେ କାହାର ହାତ ରହିଛି ?
ତେବେ ମାଙ୍କଡ଼ା ପଥର ମାଫିଆଙ୍କ ଦୌରାତ୍ମ୍ୟ ଅସହ୍ୟ ହୋଇପଡ଼ିଥିବା ବେଳେ ପ୍ରଶାସନ ର ଦୃଷ୍ଟାନ୍ତ ମୂଳକ କାର‌୍ୟ୍ୟ ଅଭାବରୁ ଅନେକ ସମୟରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ହଟହଟା ହେବାକୁ ପଡୁଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031