Indus Valley Times

ମାଛକୁଣ୍ଡ ପୋଲିସକୁ ସଫଳତା, ୧୨୩ କେଜି ଗଞ୍ଜେଇ ଜବତ

 Breaking News

ମାଛକୁଣ୍ଡ ପୋଲିସକୁ ସଫଳତା, ୧୨୩ କେଜି ଗଞ୍ଜେଇ ଜବତ

ମାଛକୁଣ୍ଡ ପୋଲିସକୁ ସଫଳତା, ୧୨୩ କେଜି ଗଞ୍ଜେଇ ଜବତ
January 24
12:15 2023

କୋରାପୁଟ,୨୪/୧: ମାଛକୁଣ୍ଡ ପୁଲିସ ଦ୍ୱାରା ଜଣେ ବ୍ୟକ୍ତିଙ୍କ ଘରୁ ୧୨୩ କେଜି ଗଞ୍ଜେଇ ଜବତ କରାଯାଇଥିବାର ଖବର ମିଳିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୧୨ ଲକ୍ଷ ଟଙ୍କା ହେବ।
ସୂଚନା ଅନୁଯାୟୀ, ମାଛକୁଣ୍ଡ ଥାନା ଅନ୍ତର୍ଗତ ବାଲେଲ ଗାଁର ତ୍ରିନାଥ ଖରାଙ୍କ ଘରୁ ମାଛକୁଣ୍ଡ ପୁଲିସ ଚୋରାଚାଲାଣ କରାଯାଉଥିବା ୧୨୩ କିଲୋଗ୍ରାମ ଶହେ ଗ୍ରାମ ଜବତ କରିଛି।ଏ ବିଷୟରେ ପୂର୍ବ ସୂଚନା ପାଇବା ପରେ ମାଛକୁଣ୍ଡ ପୁଲିସ ତ୍ରିନାଥଙ୍କ ଘରେ ଚଢ଼ଉ କରିଥିଲା। ତେବେ ଚତୁରତାର ସହ ଅଭିଯୁକ୍ତ ଘରେ ତାଲା ପକାଇ ଜଙ୍ଗଲକୁ ପଳାଇ ଯାଇଥିଲା। କାର‌୍ୟ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏହି ଘର ଖୋଲା ଯାଇଥିଲା। ସେହି ଘରୁ ଗଞ୍ଜେଇ ଜବତ କରାଯିବା ପରେ ତାକୁ ସିଲ୍ କରାଯାଇଛି। ଅଭିଯୁକ୍ତ ଜଣକ ଆନ୍ଧ୍ରର ମୁଚିଂପୁଟ ଅଞ୍ଚଳରୁ କିଣାଯାଇଥିବା ଚୋରା ଗଞ୍ଜେଇକୁ ବିଭିନ୍ନ ରାଜ୍ୟକୁ ଚାଲାଣ କରିବାକୁ ଯୋଜନା କରୁଥିଲା। ଏନେଇ ନନ୍ଦପୁର ଏସଡିପିଓ ସୂଚନା ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031